ସିବିଆଇ ଏତଲାରେ ସିଶୋଦିଆଙ୍କ ନାଁ, ଘେରିପାରେ ଇଡି

ନୂଆଦିଲ୍ଲୀ: ଅବକାରୀ ପଲିସି ପାଳନ ଅନିୟମିତତା ଅଭିଯୋଗରେ ଆଜି ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆଙ୍କ ବାସଭବନରେ ରେଡ୍‌ କରିଛି। ଏଥିସହ ଦିଲ୍ଲୀର ୨୧ଟିସ୍ଥାନରେ ଚଢ଼ଉ କରିଛି ସିବିଆଇ। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସିବିଆଇ ମନିଶ ସିଶୋଦିଆଙ୍କ ବିରୋଧରେ ଏତଲା ରଜୁ କରିଛି। ଏତଲାରେ ୪ ଜଣ ସରକାରୀ କର୍ମଚାରୀଙ୍କ ନାଁ ରହିଛି। ସିବିଆଇର ଏହି ଆକ୍ସନ୍‌ ପରେ ଇଡି ମଧ୍ୟ ସିଶୋଦିଆଙ୍କୁ ଘେରିବା ନେଇ ଚର୍ଚ୍ଚା ହେଉଛି। ସିବିଆଇ ଚଢ଼ଉକୁ ଆଧାର […]

manish-sisodia

manish-sisodia

Tapas Behera
  • Published: Friday, 19 August 2022
  • Updated: 19 August 2022, 12:31 PM IST

Sports

Latest News

ନୂଆଦିଲ୍ଲୀ: ଅବକାରୀ ପଲିସି ପାଳନ ଅନିୟମିତତା ଅଭିଯୋଗରେ ଆଜି ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆଙ୍କ ବାସଭବନରେ ରେଡ୍‌ କରିଛି। ଏଥିସହ ଦିଲ୍ଲୀର ୨୧ଟିସ୍ଥାନରେ ଚଢ଼ଉ କରିଛି ସିବିଆଇ। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସିବିଆଇ ମନିଶ ସିଶୋଦିଆଙ୍କ ବିରୋଧରେ ଏତଲା ରଜୁ କରିଛି। ଏତଲାରେ ୪ ଜଣ ସରକାରୀ କର୍ମଚାରୀଙ୍କ ନାଁ ରହିଛି। ସିବିଆଇର ଏହି ଆକ୍ସନ୍‌ ପରେ ଇଡି ମଧ୍ୟ ସିଶୋଦିଆଙ୍କୁ ଘେରିବା ନେଇ ଚର୍ଚ୍ଚା ହେଉଛି। ସିବିଆଇ ଚଢ଼ଉକୁ ଆଧାର କରି ଇଡି ସିଶୋଦିଆଙ୍କ ବିରୋଧରେ  ମନିଲଣ୍ଡରିଂ ମାମଲା ରୁଜୁ କରିପାରେ। ଏହା ପରେ ଇଡି ମଧ୍ୟ ସର୍ଚ୍ଚ କରିପାରେ। ସେପଟେ ଏହି ଘଟଣାକୁ ନେଇ ରାଜନୀତିକ ବୟାନବାଜି ଜାରି ରହିଛି। ବିଜେପି-ଆପ ମୁହାଁମୁହିଁ ହୋଛନ୍ତି। ବିଜେପି ଅବକାରୀ ପଲିସିକୁ ନେଇ ଦୁର୍ନୀତି ଅଭିଯୋଗ ଆଣିଥିବା ବେଳେ ଆପ ଜବାବ ଦେଇଛି।

ଆପ କହିଛି ଯେ, ଦିଲ୍ଲୀରେ ଆପ ସରକାରଙ୍କ ଏଜୁକେଶନ ମଡେଲ ସଫଳତାକୁ ବିଜେପି ସହ୍ୟ କରିପାରୁ ନାହିଁ । ଏଣୁ ଆପକୁ ବଦନାମ କରିବା ପାଇଁ କେନ୍ଦ୍ର ସରକାର ଏଭଳି ଆକ୍ରମଣ କରୁଛନ୍ତି । ସେହିପରି ଆମ ସହିତ ଭଗବାନ ଅଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରୱାଲ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ, ସିବିଆଇକୁ ଅମେ ସ୍ୱାଗତ କରୁଛୁ। ତଦନ୍ତରେ ଆମେ ସିବିଆଇକୁ ପୂର୍ଣ୍ଣ ସହଯୋଗ କଲେ ପ୍ରକୃତ କଥା ଜଣାପଡ଼ିଯିବ। ଏପର୍ଯ୍ୟନ୍ତ ଆମ ନାଁରେ ଅନେକ ମାମଲା ରୁଜୁ ହୋଇଛି, ଅଥଚ କିଛି ଲାଭ ହୋଇନାହିଁ। ଆଜି ମଧ୍ୟ ସେମାନେ କିଛି ପାରିବେ ନାହିଁ। ଦେଶରେ ଉତ୍ତମ ଶିକ୍ଷା କ୍ଷେତ୍ରରେ ଆମ କାର୍ଯ୍ୟକୁ ସେମାନେ ବାଧା ଦେଇ ପାରିବେ ନାହିଁ। କିଛି ଦିନ ପୂର୍ବେ ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ଅନିୟମିତା ସାମ୍ନାକୁ ଆସିଥିଲା। ଏହି ଘଟଣାରେ  ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ୧୧ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ଦିଲ୍ଲୀ ଏଲ୍‌ଜି ଏହି ମାମଲାରେ ପୂର୍ବରୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos