ଭଗବାନ ମରି ଯାଇଛନ୍ତି ଦର୍ଶାଇ ମନ୍ଦିର ଜମି ହଡ଼ପ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଭଗବାନ ମରି ଯାଇଛନ୍ତି କହି ମନ୍ଦିର ଜମିକୁ ହଡ଼ପ କରିବା ଭଳି କାରନାମା ସାମ୍ନାକୁ ଆସିଛି। ମୋହନଲାଲଗଞ୍ଜ ଅଞ୍ଚଳରେ ଥିବା କୁଶମଉରା ହାଲୁଭାପୁର ଗାଁରେ ଥିବା ମନ୍ଦିର ଜମିକୁ କେମିତି ହଡ଼ପ କରାଯାଇଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। ଏଠାରେ ଥିବା ୧୦୦ ବର୍ଷ ପୁରୁଣା ମନ୍ଦିର ଓ ଏହାର ଜମି ଗୋଟିଏ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି। ଏହି ଟ୍ରଷ୍ଟଟି […]

temple

Hemant Lenka
  • Published: Tuesday, 16 February 2021
  • , Updated: 16 February 2021, 06:19 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଭଗବାନ ମରି ଯାଇଛନ୍ତି କହି ମନ୍ଦିର ଜମିକୁ ହଡ଼ପ କରିବା ଭଳି କାରନାମା ସାମ୍ନାକୁ ଆସିଛି। ମୋହନଲାଲଗଞ୍ଜ ଅଞ୍ଚଳରେ ଥିବା କୁଶମଉରା ହାଲୁଭାପୁର ଗାଁରେ ଥିବା ମନ୍ଦିର ଜମିକୁ କେମିତି ହଡ଼ପ କରାଯାଇଛି, ତା’ର ତଥ୍ୟ ସାମ୍ନାକୁ ଆସିଛି।

ଏଠାରେ ଥିବା ୧୦୦ ବର୍ଷ ପୁରୁଣା ମନ୍ଦିର ଓ ଏହାର ଜମି ଗୋଟିଏ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି। ଏହି ଟ୍ରଷ୍ଟଟି ପ୍ରଥମେ ଭଗବାନ କ୍ରିଷ୍ଣା-ରାମଙ୍କ ନାଁରେ ପଞ୍ଜିକୃତ ହୋଇଥିଲା। କିଛି ଦିନ ପରେ ଗୟା ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ନାଁ ରେକର୍ଡରେ ସାମିଲ କରାଯାଇଥିଲା। ତାଙ୍କୁ ଭଗବାନ କ୍ରିଷ୍ଣା-ରାମଙ୍କ ବାପା ଭାବେ ପରିଚୟ ଦିଆଯାଇଥିଲା।

୧୯୮୭ ମସିହା ଜମି ବନ୍ଦୋବସ୍ତ ସମୟରେ ଭଗବାନ ମୃତ ବୋଲି ଘୋଷଣା କରାଯାଇଥିଲା। ଏହାପରେ ଟ୍ରଷ୍ଟର ମାଲିକାନା ଗୟା ପ୍ରସାଦଙ୍କ ନାଁରେ ହୋଇଯାଇଥିଲା। ୧୯୯୧ରେ ଗୟା ପ୍ରସାଦଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଇ ଟ୍ରଷ୍ଟଟିକୁ ତାଙ୍କ ଭାଇ ରାମନାଥ ଓ ହରିଦ୍ୱାରଙ୍କ ନାଁରେ ପଞ୍ଜୀକରଣ କରାଯାଇଥିଲା। ଏତେ ସବୁ ଘଟଣା ଘଟିଥିଲେ ହେଁ କେହି ବି ଏ ବିଷୟରେ ଜାଣି ପାରି ନଥିଲେ।

କିନ୍ତୁ ମନ୍ଦିରର ପ୍ରକୃତ ଟ୍ରଷ୍ଟି ସୁଶୀଲ କୁମାର ତ୍ରିପାଠୀ ଏ ସମ୍ପର୍କରେ ଖୋଳତାଡ଼ କରି ୨୦୧୬ରେ ନୈବ ତହସିଲଦାରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। କୌଣସି ନିଷ୍କର୍ସ ନ ବାହାରି ଅଭିଯୋଗଟି ନୈବି ତହସିଲଦାରଙ୍କ ଠାରୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ପହଞ୍ଚିଥିଲା।

ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଅଭିଯୋଗକୁ ଏସଡିଏମ ପ୍ରଫୁଲ୍ଲ ତ୍ରିପାଠୀଙ୍କ ପାଖକୁ ତଦନ୍ତ ପାଇଁ ପଠାଇଥିଲେ। ତଦନ୍ତ ବେଳେ ଜଣାପଡ଼ିଛି ଯେ ପ୍ରଥମେ ଯେଉଁ ବ୍ୟକ୍ତି ଟ୍ରଷ୍ଟକୁ ନିଜ ନାଁରେ ପଞ୍ଜୀକରଣ କରିଥିଲେ, ତାଙ୍କର ନକଲି କାଗଜପତ୍ର ବନାଇ କେହି ମନ୍ଦିରର ୦.୭୩୦ ହେକ୍ଟର ଜମିକୁ ହଡ଼ପ କରିନେଇଛି।

ଏସଡିଏମ ସଦର ପ୍ରଫୁଲ୍ଲ କୁମାର ତ୍ରିପାଠୀ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ ଅତିତରେ ମନ୍ଦିର ଓ ଜମି ଭଗବାନ କ୍ରିଷ୍ଣା-ରାମଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା। ଏପରି କି ମନ୍ଦିର ହୋଇଥିବା ଜମିକୁ ପତିତ ଅଞ୍ଚଳ ବୋଲି ଗ୍ରାମସଭା ଘୋଷଣା କରିଥିଲା। ଏହାକୁ ଏସଡିଏକ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ଓ ଏହାର ଶୁଣାଣି ଜାରି ରହିଥିବା ସେ କହିଛନ୍ତି।

Related story