ବିଜେପି ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଉଦୟପୁର: ମଧ୍ୟପ୍ରଦେଶ ଅନ୍ତର୍ଗତ ନୀମୁଚରର ଜଣେ ୩୫ ବର୍ଷୀୟ ମହିଳା ବିଜେପି ବିଧାୟକ ପ୍ରତାପ ଲାଲ ବହୀଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗୋଗୁଣ୍ଡାର ବିଜେପି ବିଧାୟକ ପ୍ରତାପ ଲାଲ ତାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ୍‌ ନିକଟରେ ଅଭିଯୋଗ କରିବାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ମହିଳା ଜଣଙ୍କ ପ୍ରଥମେ ଗୋଗୁଣ୍ଡା ପୁଲିସ୍‌ ଷ୍ଟେସନରେ ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ମାମଲା ରୁଜୁ ନ କରିବାରୁ ସେ ନ୍ୟାୟ ପାଇଁ ଆଇଜି ସତ୍ୟଭୀର ସିଂହଙ୍କୁ […]

t

Hemant Lenka
  • Published: Saturday, 06 February 2021
  • , Updated: 06 February 2021, 03:30 PM IST

ଉଦୟପୁର: ମଧ୍ୟପ୍ରଦେଶ ଅନ୍ତର୍ଗତ ନୀମୁଚରର ଜଣେ ୩୫ ବର୍ଷୀୟ ମହିଳା ବିଜେପି ବିଧାୟକ ପ୍ରତାପ ଲାଲ ବହୀଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗୋଗୁଣ୍ଡାର ବିଜେପି ବିଧାୟକ ପ୍ରତାପ ଲାଲ ତାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ୍‌ ନିକଟରେ ଅଭିଯୋଗ କରିବାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି।

ମହିଳା ଜଣଙ୍କ ପ୍ରଥମେ ଗୋଗୁଣ୍ଡା ପୁଲିସ୍‌ ଷ୍ଟେସନରେ ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ମାମଲା ରୁଜୁ ନ କରିବାରୁ ସେ ନ୍ୟାୟ ପାଇଁ ଆଇଜି ସତ୍ୟଭୀର ସିଂହଙ୍କୁ ଭେଟିଛନ୍ତି। ମହିଳାଙ୍କ ଅଭିଯୋଗକ୍ରମେ ଆଇଜି ସ୍ଥାନୀୟ ଏସପି ରାଜୀବ ପଚାରଙ୍କୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋଗୁଣ୍ଡା ପୁଲିସ ଏଫଆଇଆର ରୁଜୁ କରିବା ସହ ମହିଳାଙ୍କ ଡାକ୍ତରୀ ମାଇନା କରିଛି। ଜଣେ କାର୍ଯ୍ୟରତ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଏହି ମାମଲା ତଦନ୍ତ ଭାର ସିଆଇଡି-ସିବିକୁ ଦିଆଯାଇଛି। ତେବେ ଏହି ଅଭିଯୋଗ ଉପରେ ବିଧାୟକ ପ୍ରତାପ ଲାଲ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି, ୪ ବର୍ଷ ତଳେ ସେ ଗୋଟିଏ ସାମାଜିକ କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଲାଲଙ୍କୁ ଭେଟିଥିଲେ। ଉଭୟ ସମାନ ସଂପ୍ରଦାୟରୁ ଆସିଥିବାରୁ ପରସ୍ପର ମଧ୍ୟରେ ବନ୍ଧୁତା ଆଗକୁ ବଢ଼ିଥିଲା। ମହିଳା ଜଣଙ୍କ ବିଧାୟକଙ୍କୁ କହିଥିଲେ ଯେ ସେ ତାଙ୍କ ବାହାଘରରେ ଖୁସି ନାହାନ୍ତି ଓ ସାମ୍ବୀଙ୍କ ଠାରୁ ଅଲଗା ହୋଇ ରହିଛନ୍ତି।

ବିଧାୟକ ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଖୁସି ନାହାନ୍ତି ଓ ସେ ତାଙ୍କୁ ଛାଡ଼ି ଦେଇଥିବା ମହିଳା ଜଣଙ୍କୁ କହିଥିଲେ। ବିଧାୟକଙ୍କ କଥାରେ ବିଶ୍ୱାସ କରି ମହିଳା ଜଣଙ୍କ ବିବାହ ପାଇଁ ରାଜି ହୋଇଥିଲେ। ଏହାପରେ ବିଧାୟକ ପ୍ରତାପ ମହିଳାଙ୍କୁ ନିଜ ଘର ଗୋଗୁଣ୍ଡାକୁ ନେବା ପରିବର୍ତ୍ତେ ଉଦୟପୁରର ଶୁଖେର ଅଞ୍ଚଳରେ ଥିବା ଗୋଟିଏ ଫ୍ଲାଟକୁ ନେଇଥିଲେ।

ଉଭୟ ସେଠାରେ ରାତିରେ ରହିବା ସହ ପରସ୍ପର ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ଏହି ଘଟଣା ପରେ ପ୍ରତାପ ମହିଳାଙ୍କୁ ଆଉ ନିଜ ପରିବାର ଲୋକଙ୍କ ପାଖକୁ ନେଇ ନଥିଲେ। ବରଂ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ତଥାପି ସେ ବାହା ନ ହେବାରୁ ମହିଳା ଜଣଙ୍କ ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ପ୍ରତାପଙ୍କ ପତ୍ନୀ ତାଙ୍କୁ ଖରାପ ବ୍ୟବହାର କରିଥିବା ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Related story