ବିଷାକ୍ତ ମଦ ମୃତ୍ୟୁ ମାମଲା: ୯ ଜଣଙ୍କୁ ଫାଶୀ ଦଣ୍ଡ, ୪ ଜଣଙ୍କୁ ଆଜୀବନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୧୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଘଟଣାର ମୁଖ୍ୟ କାର୍ପଟଦାରା କୁହାଯାଉଥିବା ୯ ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିବା ବେଳେ ଆଉ ୪ ଜଣ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ସ୍ୱତନ୍ତ୍ର ଅବକାରୀ କୋର୍ଟ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଦେଇଛନ୍ତି। ଆଜୀବନ ଜେଲଦଣ୍ଡ ପାଇ ଥିବା ୪ ଅଭିଯୁକ୍ତ ହେଲେ ମହିଳା। କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡ ଦେଇ […]

Hooch

Hemant Lenka
  • Published: Friday, 05 March 2021
  • , Updated: 05 March 2021, 06:02 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୧୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଘଟଣାର ମୁଖ୍ୟ କାର୍ପଟଦାରା କୁହାଯାଉଥିବା ୯ ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିବା ବେଳେ ଆଉ ୪ ଜଣ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି।

ସ୍ୱତନ୍ତ୍ର ଅବକାରୀ କୋର୍ଟ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଦେଇଛନ୍ତି। ଆଜୀବନ ଜେଲଦଣ୍ଡ ପାଇ ଥିବା ୪ ଅଭିଯୁକ୍ତ ହେଲେ ମହିଳା। କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡ ଦେଇ ନଥିଲେ ହେଁ ଆଜୀବନ ଜେଲ୍‌ ସହ ୧୦ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବାକୁ କହିଛନ୍ତି।

ସମସ୍ତ ୧୩ ଜଣ ଯାକ ବିଷାକ୍ତ ମଦ ବିକ୍ରି କାରବାରରେ ସାମିଲ ଥିଲେ। ସେମାନଙ୍କୁ କୋର୍ଟ ଫେବୃଆରୀ ୨୬ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସମସ୍ତଙ୍କର ଦଣ୍ଡବିଧାନ ସମ୍ପର୍କରେ ଘୋଷଣା କରାଯାଇଛି। ସେହିପରି ଫାଶୀଦଣ୍ଡ ପାଇଥିବା ସମସ୍ତ ୯ ଜଣ ଗୋଟିଏ ପରିବାରର।

୨୦୧୬ ମସିହା ଅଗଷ୍ଟ ମାସରେ ବିହାରର ଗୋପାଳଗଞ୍ଜ ଜିଲ୍ଲା ଖଜୁରବାନୀ ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨ ଜଣ ସେମାନଙ୍କ ଦୃଷ୍ଟି ଶକ୍ତି ହରାଇଥିଲେ। ଏହି ଘଟଣାରେ ଗତବର୍ଷ ଜୁନ୍‌ ମାସରେ ୨୧ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୩ ଜଣ ସବ୍‌ ଇନସପେକ୍ଟର ବି ରହିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଗୋଟିଏ ମାମଲାରେ ଏତେ ଜଣଙ୍କୁ ଫାଶୀ ଦଣ୍ଡ ମିଳିବା ଏକ ବରିଳ ଘଟଣା।

Related story