'ଲୋକେ ରାସ୍ତାକୁ ଓହ୍ଲାଇଲେ, ସରକାର ଡରୁଛନ୍ତି'

ନୂଆଦିଲ୍ଲୀ: ଗୁରୁପୂର୍ଣ୍ଣିମା ଅବସରରେ ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ୍‌କୁ ରଦ୍ଦ କରିଛନ୍ତି। ଏଭଳି କରି ଦୀର୍ଘ ଦିନ ହେବ ଚାଷୀ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଦୂରତାକୁ କମାଇବାକୁ ଚେଷ୍ଟା କରିଛନ୍ତି ମୋଦି। ଏହାକୁ ଚାଷୀଙ୍କ ବିଜୟ ହୋଇଛି, ଅହଂକାରର ପତନ ହୋଇଛି ବୋଲି ଆନ୍ଦୋଳନକାରୀ ଚାଷୀ ଏବଂ ବିରୋଧୀ କହୁଛନ୍ତି। ତେବେ କୃଷି ଆଇନ୍‌ ପରେ ଏବେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ)ର ପାଳି। ଆଉ ଏହାକୁ ଖୋରାକ ଯୋଗାଇଛନ୍ତି ହାଇଦ୍ରାବାଦ […]

owaisi

owaisi

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 04:58 PM IST

ନୂଆଦିଲ୍ଲୀ: ଗୁରୁପୂର୍ଣ୍ଣିମା ଅବସରରେ ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ୍‌କୁ ରଦ୍ଦ କରିଛନ୍ତି। ଏଭଳି କରି ଦୀର୍ଘ ଦିନ ହେବ ଚାଷୀ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଦୂରତାକୁ କମାଇବାକୁ ଚେଷ୍ଟା କରିଛନ୍ତି ମୋଦି। ଏହାକୁ ଚାଷୀଙ୍କ ବିଜୟ ହୋଇଛି, ଅହଂକାରର ପତନ ହୋଇଛି ବୋଲି ଆନ୍ଦୋଳନକାରୀ ଚାଷୀ ଏବଂ ବିରୋଧୀ କହୁଛନ୍ତି। ତେବେ କୃଷି ଆଇନ୍‌ ପରେ ଏବେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ)ର ପାଳି। ଆଉ ଏହାକୁ ଖୋରାକ ଯୋଗାଇଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମ୍‌ଆଇଏମ୍‌ର ସୁପ୍ରିମୋ ଅସଦଦ୍ଦୁନି ୱୱେସି।

୩ କୃଷି ଆଇନ୍‌ ରଦ୍ଦ ହେବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ୱୱେସି। ଆଗକୁ ନାଗରିକ ସଂଶୋଧନ ଆଇନ୍‌ ମଧ୍ୟ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ବାଧ୍ୟ ହେବ ବୋଲି ସେ ଆଶା କରିଛନ୍ତି।

ସେ କହିଛନ୍ତି, କେନ୍ଦ୍ର ସରକାର ଡରୁଛନ୍ତି, ଯେତେବେଳେ ଲୋକ ରାସ୍ତାକୁ ବିରୋଧ କରିବାକୁ ଓହ୍ଲାଉଛନ୍ତି।  ପ୍ରଥମେ ସିଏଏ ଓ ଏନ୍‌ଆର୍‌ସି ଆନ୍ଦୋଳନ ଆଉ ଦ୍ୱିତୀୟରେ କୃଷି ଆଇନ୍‌କୁ କୃଷକଙ୍କ ବିରୋଧ ଏହା ପ୍ରମାଣିତ କରିଛି। ଆଗାମୀ ବିଧାନସଭା ନିର୍ବାଚନରେ ​​ଶାସକ ଦଳ ନିଜ ପରାଜୟ ଦେଖି ନିଜକୁ ଏବଂ ଦଳକୁ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନେଇଛି। ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ମୋଦି ସରକାର CAA ଆଇନ ମଧ୍ୟ ପ୍ରତ୍ୟାହାର କରିବେ। ଏସବୁ ଅସାମ୍ବିଧାନିକ ନିୟମ ବୋଲି ଏଆଇଏମ୍‌ଆଇଏମ୍‌ ସୁପ୍ରିମୋ କହିଛନ୍ତି।'

ସେ ଆହୁରି କହିଛନ୍ତି,  'ପ୍ରଥମ ଦିନରୁ ବିରୋଧୀ ଏହି ୩ କୃଷି ଆଇନ ଅସାମ୍ବିଧାନିକ ଅଟେ ବୋଲି କହୁଛନ୍ତି। ଏଭଳି ଆଇନ ପ୍ରଣୟନ କରିବାକୁ ମୋଦି ସରକାରଙ୍କର କୌଣସି ସାମ୍ବିଧାନିକ ଅଧିକାର ନାହିଁ। ଏହି ନିୟମଗୁଡ଼ିକ କେବଳ ଅହଂକାରର ସନ୍ତୁଷ୍ଟତା ପାଇଁ ତିଆରି କରାଯାଇଥିଲା। ଏହି କଳା ନିୟମ ଯୋଗୁଁ ୭ଶହ କୃଷକ ପ୍ରାଣ ହରାଇଲେ। ଯଦି ସେ ତାଙ୍କ ଅହଂକାର ଏବଂ ସମ୍ବିଧାନକୁ ତାଙ୍କ ଆଗରେ ରଖିଥାନ୍ତେ, ତେବେ ଏହି ନିୟମ ତିଆରି ହୋଇନଥାନ୍ତା ଏବଂ ଏତେ ସଂଖ୍ୟକ ଚାଷୀଙ୍କୁ ପ୍ରାଣ ହରାଇବାକୁ ପଡିନଥାନ୍ତା। ଏହା ଏକ ବିଳମ୍ବ ନିଷ୍ପତ୍ତି ବୋଲି ସେ କହିଛନ୍ତି।'

https://twitter.com/AHindinews/status/1461602802573004805?s=20

ସୂଚନା ମୁତାବକ, ୨୦୨୦ରେ ତିନି କୃଷି ଆଇନ୍‌ ଆସିଥିଲା। ହେଲେ ତା'ପୂର୍ବରୁ ନାଗରିକତା ସଂଶୋଧନା ବିଲ୍‌ ୨୦୧୯ରେ ଆସିଥିଲା। ଏହାକୁ ମଧ୍ୟ ଜୋରଦାର ବିରୋଧ କରାଯାଇଥିଲା।  ଏହି ଆଇନ୍‌କୁ ବିରୋଧର କରି ଦିଲ୍ଲୀ ଜନ୍ତରମନ୍ତରରେ ଅନେକ ଲୋକେ ଧାରଣା ଦେଇଥିଲେ। କିନ୍ତୁ ଠିକ୍‌ ଏହି ସମୟରେ କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ୍‌ ଏହି ଆନ୍ଦୋଳନକୁ ଭଣ୍ଡୁର କରିଥିଲା। ଯାହାକି କେନ୍ଦ୍ରର ମୋଦି ସରକାରଙ୍କୁ ମଧ୍ୟ ସୁହାଇଥିଲା।

https://twitter.com/asadowaisi/status/1461556534635229189?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos