CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପାଇଁ ଗାଇଡଲାଇନ୍

ନୂଆଦିଲ୍ଲୀ: CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁସାରେ ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରାଯିବ। ସ୍କୁଲ ପ୍ରିନ୍ସପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ରହିବେ ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ। ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ […]

CBSE

Ranjit Kumar Jena
  • Published: Saturday, 01 May 2021
  • , Updated: 01 May 2021, 10:07 PM IST

ନୂଆଦିଲ୍ଲୀ: CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁସାରେ ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରାଯିବ। ସ୍କୁଲ ପ୍ରିନ୍ସପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ରହିବେ ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ।

ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ। ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ନିର୍ଦ୍ଧାରଣ ହେବ। ଏହା ପରେ ଜୁନ୍ ୫ ସୁଦ୍ଧା CBSEକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ଜୁନ୍ ୩ୟ ସପ୍ତାହ ସୁଦ୍ଧା CBSE ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, କୋଭିଡ୍ ପାଇଁ ଗତ ମାସରେ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା।ସିବିଏସଇ ପରୀକ୍ଷା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହ ବୈଠକ କରିଥିଲେ। ଏହାପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ୍‌ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୟାଲ ନିଶଙ୍କ ଏହି ସୂଚନା ଦେଇଥିଲେ ।

Related story