କେଜ୍ରିୱାଲଙ୍କୁ ଡିନର ପାଇଁ ଡାକିଲେ ଅଟୋ ଡ୍ରାଇଭର, କ’ଣ ମିଳିଲା ଉତ୍ତର

ଅହମ୍ମଦାବାଦ: ଆଗକୁ ଗୁଜରାଟର ବିଧାନସଭା ନିର୍ବାଚନ । ରାଜଧାନୀ ଦିଲ୍ଲୀ ଡେଇଁ ଆପ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଏବେ ନଜର ଗୁଜରାଟ ଉପରେ। ସେଥିପାଇଁ ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ବ୍ୟବସାୟୀ ରାଜ୍ୟ ଗୁଜରାଟକୁ ଘନ ଘନ ଗସ୍ତ କରୁଛନ୍ତି। ଏବେ ଅହମ୍ମଦାବାଦରେ କେଜ୍ରିୱାଲ ଅଟୋ ଡ୍ରାଇଭରଙ୍କ ସଭାରେ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ।  ସଙ୍ଗେ ସଙ୍ଗେ ତାଙ୍କ ନିମନ୍ତ୍ରଣକୁ […]

driver

driver

Tapas Behera
  • Published: Monday, 12 September 2022
  • Updated: 12 September 2022, 05:01 PM IST

Sports

Latest News

ଅହମ୍ମଦାବାଦ: ଆଗକୁ ଗୁଜରାଟର ବିଧାନସଭା ନିର୍ବାଚନ । ରାଜଧାନୀ ଦିଲ୍ଲୀ ଡେଇଁ ଆପ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଏବେ ନଜର ଗୁଜରାଟ ଉପରେ। ସେଥିପାଇଁ ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ବ୍ୟବସାୟୀ ରାଜ୍ୟ ଗୁଜରାଟକୁ ଘନ ଘନ ଗସ୍ତ କରୁଛନ୍ତି। ଏବେ ଅହମ୍ମଦାବାଦରେ କେଜ୍ରିୱାଲ ଅଟୋ ଡ୍ରାଇଭରଙ୍କ ସଭାରେ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ।  ସଙ୍ଗେ ସଙ୍ଗେ ତାଙ୍କ ନିମନ୍ତ୍ରଣକୁ ହଁ ଭରିଥିଲେ କେଜ୍ରିୱାଲ। ଅଟୋ ଡ୍ରାଭର ଜଣକ କେଜ୍ରିୱାଲଙ୍କ ବଡ଼ ଫ୍ୟାନ ବୋଲି କହିଥିଲେ। ସେ କହିଥିଲେ ଯେ, ପଞ୍ଜାବରେ ଆପଣ ଜଣେ ଅଟୋ ଡ୍ରାଇଭରଙ୍କ ଘରେ ଡିନର କରୁଥିବା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆପଣ ମୋ ଘରକୁ ଡିନର ପାଇଁ ଆସିବେ କି କହି ପ୍ରେମଭରା ନିମନ୍ତ୍ରଣ କରିଥିଲେ।  ବିକ୍ରମ ଲଲତାନି ନାମକ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ଏଭଳି କହି ନିମନ୍ତ୍ରଣ କରିଛନ୍ତି। ପ୍ରତିଉତ୍ତରରେ କେଜ୍ରିୱାଲ ‘ଜରୁରୁ ଆୟେଙ୍ଗେ ବୋଲି କହିଥିଲେ। ମୁଁ ନିଶ୍ଚୟଆସିବି।

କେଜ୍ରିୱାଲ କହିଥିଲେ ଯେ, ପଞ୍ଜାବରେ ମୁଁ ୨ ଜଣ ଅଟୋ ଡ୍ରାଇଭରଙ୍କର ଘରକୁ ଯାଇଥିଲି। ପଞ୍ଜାବର ଅଟୋ ଡ୍ରାଇଭର ମୋତେ ଭଲ ପାଆନ୍ତି। ସ୍ନେହ ଆଦର କରନ୍ତି। ଗୁଜରାଟରେ ଅଟୋ ଡ୍ରାଇଭର ମଧ୍ୟ ସମାନ ଢଙ୍ଗରେ ଆଦର କରନ୍ତି। ଆଜି ରାତିରେ ନିଶ୍ଚିତ ଡିନର କରିବି ବୋଲି କେଜ୍ରିୱାଲ କହିଥିଲେ। ଏହି ବାର୍ତ୍ତାଳପ ମଧ୍ୟରେ ସନ୍ଧ୍ୟା ୮ଟାରେ ଭେଟଘାଟ ପାଇଁ ସ୍ଥିର ହୋଇଥିଲା।  କଥାବାର୍ତ୍ତା ଛଳରେ ମୋତେ ହୋଟେଲରୁ ତୁମ ଅଟୋରେ ପିକ୍ କରିବକି  କେଜ୍ରିୱାଲ ବିକ୍ରମଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ବିକ୍ରମ ଅତି ଖୁସିରେ ହଁ ଭରିଥିଲେ। କେଜ୍ରିୱାଲଙ୍କ ସମ୍ବୋଧନରେ ସମସ୍ତେ ଖୁସିରେ ତାଳି ମାରିଥିଲେ।

ଏହି ଅବସରରେ କେଜ୍ରିୱାଲ ୧୦ଗ୍ୟା‌ରେଣ୍ଟି ଜାରି କରିଛନ୍ତି। ଏହାକୁ ଜାରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ମୋ ତରଫରୁ ଦିଲ୍ଲୀର ଜନତାମାନଙ୍କୁ ୧୦ଟି ଗ୍ୟାରେଣ୍ଟି ଦିଆଯାଉଛି। ଆମ ଦଳ କ୍ଷମତାକୁ ଆସିଲେ ଏହି ୧୦ଟି ଗ୍ୟାରେଣ୍ଟିର ଲାଭ ଦିଲ୍ଲୀବାସୀ ଆଗାମୀ ୫ବର୍ଷରେ ନେଇ ପାରିବେ। ଆଗାମୀ କିଛି ଦିନ ମଧ୍ୟରେ ଆପର ମାନିଫେଷ୍ଟୋ ମଧ୍ୟ ଜାରି କରାଯିବ। ଜାରି କରାଯିବାକୁ ଥିବା ମାନିଫେଷ୍ଟୋରେ ଡାକ୍ତର, ଶିକ୍ଷକ, ଛାତ୍ର, ସଫେଇ କର୍ମଚାରୀଙ୍କୁ ଗୁରୁତ୍ୱ ଦିଆଯିବ।  କିନ୍ତୁ ଏବେ ଜାରି କରାଯାଇଥିବା ଗ୍ୟାରେଣ୍ଟି କାର୍ଡର ଲାଭ ସମସ୍ତ ଦିଲ୍ଲୀବାସୀ ଉଠାଇ ପାରିବେ। ଦିଲ୍ଲୀରେ ଲୋକେ ଯେଉଁ ସବୁ ସମସ୍ୟାର ସାମ୍ନା କରୁଛନ୍ତି ‌ତାକୁ ଆଖି ଆଗରେ ରଖି ଏହି ୧୦ଟି ଗ୍ୟାରେଣ୍ଟି କାର୍ଡ ତିଆରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story