ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ

ଗୌହାଟୀ: ଆସାମ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି। ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ଆଜି ଆସାମର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ପ୍ରଥମେ ମେୱାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟ୍ୱିଟ କରିଥିବାରୁ ଆସାମ ପୁଲିସ ଗିରଫ କରିଥିଲା। ଏହି ମାମଲାରେ ତାଙ୍କୁ ଏପ୍ରିଲ ୨୫ରେ ଜାମିନ ମିଳିଥିଲା। ତେବେ ଜାମିନ ମିଳିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ […]

MLA

Hemant Lenka
  • Published: Friday, 29 April 2022
  • , Updated: 29 April 2022, 04:44 PM IST

ଗୌହାଟୀ: ଆସାମ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି। ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ଆଜି ଆସାମର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
ପ୍ରଥମେ ମେୱାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟ୍ୱିଟ କରିଥିବାରୁ ଆସାମ ପୁଲିସ ଗିରଫ କରିଥିଲା।

ଏହି ମାମଲାରେ ତାଙ୍କୁ ଏପ୍ରିଲ ୨୫ରେ ଜାମିନ ମିଳିଥିଲା। ତେବେ ଜାମିନ ମିଳିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ତାଙ୍କୁ ମହିଳା ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ପୁଣି ଗିରଫ କରାଯାଇଥିଲା। ହେଲେ ଆଜି ଶେଷରେ ତାଙ୍କୁ ଏହି ମାମଲାରେ ମଧ୍ୟ ଜାମିନ ମିଳିଛି।

ଗତ ଗୁରୁବାର ଦିନ ଆସାମ ପୁଲିସ୍‌ ଗୁଜରାଟରେ ପହଞ୍ଚି ପାଲାନପୁରରୁ ବିଧାୟକ ଜିଗ୍ନେଶଙ୍କୁ ଗିରଫ କରିଥିଲା। ଜିଗ୍ନେଶଙ୍କ ନାଁରେ ଆସାମର ଜଣେ ବିଜେପି ନେତା ଅଭିଯୋଗ କରିଥିବାରୁ ପୁଲିସ୍ ଏପରି ଗିରଫଦାରୀ କରିଥିଲା। ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସବୁବେଳେ ସମାଲୋଚନା କରୁଥିବା ଜିଗ୍ନେଶ ଗିରଫଦାରୀକୁ ରାଜନୀତିକ ଆକ୍ରୋଶ ବୋଲି କହିଥିଲେ।

୪୧ ବର୍ଷୀୟ ମେୱାନୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଟ୍ୱିଟ କରିଥିବାରୁ ତାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ଧର୍ମପୀଠ ଗୁଡ଼ିକ ସମ୍ପର୍କରେ ବିଭିନ୍ନ ଆପତ୍ତି ଜନକ ଶବ୍ଦ, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଶାନ୍ତି ଭଙ୍ଗ ପାଇଁ ଉସକାଇବା ଭଳି ଦଫା ଲାଗାଯାଇଥିଲା। ଏହି ମାମଲାରେ ସୋମାବାର ତାଙ୍କୁ ଜାମିନ ମିଳି ଯିବାରୁ ପୁଣି ତାଙ୍କ ନାଁରେ ଦୁର୍ବ୍ୟବହାର ଓ ମାଡ଼ ମାରିବା ଭଳି ଅଭିଯୋଗ ଅଣାଯାଇଥିଲା।

ଜାମିନ ମିଳିବାର କିଛି ମିନିଟ୍‌ ମଧ୍ୟରେ ମେୱାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୁଲିସ୍‌ ଷ୍ଟେସନରେ ଦୁଇଟି ଏଫଆଇଆର କରାଯାଇଥିଲା। ଏହାପରେ ବାରପେଟ ପୁଲିସ୍‌ ମେୱାନୀଙ୍କୁ କୋକ୍ରାଝର ଜେଲକୁ ଆସି ଗିରଫ ମଧ୍ୟ କରିଥିଲା।

Related story