ଓଲଟି ପଡ଼ିଲା ବିକାନେର ଏକ୍ସପ୍ରେସ, ୫ ମୃତ

କୋଲକାତା: ପଶ୍ଚିମବଙ୍ଗର ଦୋମୋହାଣି ଠାରେ ବଡ଼ ଅଘଟଣ ଘଟିଛି। ଏଠାରେ ଗୌହାଟୀ-ବିକାନେର ଏକ୍ସପ୍ରେଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ୪ରୁ ୫ଟି ବଗି ଓଲଟି ପଡିଥିବା ବେଳେ ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଯାଇଥିବା ପ୍ରାଥମିକ ଭାବେ ଖବର ଆସିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଅନେକ ଲୋକ ଓଲଟି ପଡ଼ିଥିବା ବଗି ମଧ୍ୟରେ ରହିଛନ୍ତି। ଟ୍ରେନରେ ମୋଟ ୧୨ଶହ ଯାତ୍ରୀ […]

accident

Hemant Lenka
  • Published: Thursday, 13 January 2022
  • , Updated: 13 January 2022, 08:44 PM IST

କୋଲକାତା: ପଶ୍ଚିମବଙ୍ଗର ଦୋମୋହାଣି ଠାରେ ବଡ଼ ଅଘଟଣ ଘଟିଛି। ଏଠାରେ ଗୌହାଟୀ-ବିକାନେର ଏକ୍ସପ୍ରେଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ୪ରୁ ୫ଟି ବଗି ଓଲଟି ପଡିଥିବା ବେଳେ ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଯାଇଥିବା ପ୍ରାଥମିକ ଭାବେ ଖବର ଆସିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଅନେକ ଲୋକ ଓଲଟି ପଡ଼ିଥିବା ବଗି ମଧ୍ୟରେ ରହିଛନ୍ତି। ଟ୍ରେନରେ ମୋଟ ୧୨ଶହ ଯାତ୍ରୀ ଥିଲେ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ଭାବେ ଘଟଣାର ମନିଟିଂ କରୁଛନ୍ତି। ଆସନ୍ତାକାଲି ସେ ଦୁର୍ଘଟଣାସ୍ଥଳକୁ ଯିବେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ମୋଦି ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

ଖବର ପାଇ ଉଦ୍ଧାରକାରୀ ଦଳ ସହ ଅଗ୍ନିଶମ ଓ ରେଳ ବିଭାଗର କର୍ମଚାରୀମାନେ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ପୁଲିସ୍‌ ମଧ୍ୟ ସାମିଲ ହୋଇଛନ୍ତି। ଏହି ଟ୍ରେନଟି ବିକାନେରରୁ ଗୌହାଟୀ ଯାଉଥିଲା।

ସାମ୍ନାକୁ ଆସିଥିବା ଦୃଶ୍ୟରେ ୪ଟି ଯାକ ବଗି ରେଳ ଧାରଣା ବାହାରେ ଓଲଟି ପଡ଼ିଛି। ସେହିପରି ଅନ୍ୟଯାତ୍ରୀମାନେ ଭୟରେ ରେଳ ଧାରଣ ନିକଟରେ ଛିଡ଼ା ହୋଇଛନ୍ତି।

ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟାରେ ଏହି ଘଟଣା ଘଟିଛି। ଏକ୍ସପ୍ରେସ ଟ୍ରେନ ୧୫୬୩୩ ବିକାନେରରୁ ଗୌହାଟୀ ଯାଉଥିଲା। ପ୍ରଥମେ ବଡ଼ ଧରଣର ଝଟକା ଲାଗିଥିଲା। ଏହାପରେ ଇଞ୍ଜିନପାଖରୁ ୪ରୁ ୫ ବଗି ଓଲଟି ପଡ଼ିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିବା ଉକ୍ତ ଟ୍ରେନରେ ଥିବା ଜଣେ ଯାତ୍ରୀ କହିଛନ୍ତି।

Related story