ଜିଲ୍ଲାପାଳଙ୍କ ଧମକ, 'ଟିକାରେ ବିଳମ୍ବ ହେଲେ ଫାଶୀରେ ଝୁଲାଇଦେବି'

ଭୋପାଲ: ଦେଶରେ ପୁଣି ମୁଣ୍ଡ ଟେକୁଛି ମହାମାରୀ କରୋନା। ଏହାକୁ ମାତ୍‌ ଦେବା ପାଇଁ ଚାରିଆଡେ ଟିକାକରଣ ଚାଲିଛି। ଏବେବି ଅନେକ ଲୋକେ ଟିକା ନେବାରୁ ବଞ୍ଚିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଣେ ଜିଲ୍ଲାପାଳ ନିଜ ଅଧିକାରୀଙ୍କୁ ଦେଖାଇଛନ୍ତି ନାଲି ଆଖି। କରୋନା ଟିକକାରଣ ପୂରା ନେହେବା ଜାଣି ସେ ରାଗି ଯାଇଛନ୍ତି। ସେ ରାଗିଯାଇ ଟିକାରେ ବିଳମ୍ବ ହେଲେ ପଶୀରେ ଝୁଲାଇଦେବି ବୋଲି ଧମକ ଦେଇଛନ୍ତି। ମଧ୍ୟପ୍ରେଦଶ ଗ୍ୱାଲିଅରରୁ ଏଭଳି କିଛି ଘଟଣା ସାମ୍ନାକୁ […]

collector kaushlendra vikram singh

collector kaushlendra vikram singh

Madhupriya Mistry
  • Published: Wednesday, 15 December 2021
  • Updated: 15 December 2021, 11:43 AM IST

Sports

Latest News

ଭୋପାଲ: ଦେଶରେ ପୁଣି ମୁଣ୍ଡ ଟେକୁଛି ମହାମାରୀ କରୋନା। ଏହାକୁ ମାତ୍‌ ଦେବା ପାଇଁ ଚାରିଆଡେ ଟିକାକରଣ ଚାଲିଛି। ଏବେବି ଅନେକ ଲୋକେ ଟିକା ନେବାରୁ ବଞ୍ଚିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଣେ ଜିଲ୍ଲାପାଳ ନିଜ ଅଧିକାରୀଙ୍କୁ ଦେଖାଇଛନ୍ତି ନାଲି ଆଖି। କରୋନା ଟିକକାରଣ ପୂରା ନେହେବା ଜାଣି ସେ ରାଗି ଯାଇଛନ୍ତି। ସେ ରାଗିଯାଇ ଟିକାରେ ବିଳମ୍ବ ହେଲେ ପଶୀରେ ଝୁଲାଇଦେବି ବୋଲି ଧମକ ଦେଇଛନ୍ତି।

ମଧ୍ୟପ୍ରେଦଶ ଗ୍ୱାଲିଅରରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ସେଠାକାର ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଅଧିକାରୀମାନଙ୍କୁ ଫାଶୀରେ ଝୁଲାଇ ଦେବାକୁ ଧମକ ଦେଇଛନ୍ତି। ' ଟିକାକରଣରେ ଯଦି ଗୋଟିଏ ବି ଦିନ ବିଳମ୍ବ ହୁଏ, ତେବେ ମୁଁ ତୁମକୁ ଫାଶୀରେ ଟାଙ୍ଗି ଦେବି। ଜଣେ ବି ଟିକା ନେବାରୁ ଯେପରି ବଞ୍ଚିତ ନହେବେ। ଘରେ ନିଅ, ଚାଷ ଜମିରେ ନିଅ, ବ୍ୟକ୍ତିଙ୍କ ଗୋଡ ଧର, ଅବା ତାଙ୍କ ଘରେ ୨୪ ଘଣ୍ଟା ବସି ରୁହ। ଏଥିରେ ମୋର କିଛି ଯାଏ ଆସେ ନାହିଁ, କିନ୍ତୁ ଟିକା ନେବା ଜରୁରୀ ବୋଲି କହିଛନ୍ତି ଜିଲ୍ଲାପାଳ।'

ମଙ୍ଗଳବାର ଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପଳ ଅଧିକାରୀଙ୍କୁ ଡକାଇ ଏକ ବୈଠକ କରିଥିଲେ। ଏହି ସମୟରେ ସେ ଅଧିକାରୀଙ୍କ ଠାରୁ ଟିକାକରଣ ସମ୍ବନ୍ଧରେ ସମସ୍ତ ତଥ୍ୟ ମାଗିଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଗତ ଚାରି ଦିନ ଧରି ତହସିଲରେ ଟୀକାକରଣ ଶିବିର ଆୟୋଜିତ ହୋଇନାହିଁ, ସେତେବେଳେ ସେ ରାଗି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଟୀକାକରଣ ଶିବିର ନକରିବାର କାରଣ ପଚାରିଥିଲେ। ଏହାପରେ ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଅଧିକାରୀଙ୍କୁ ଧମକ ଦେଇଥିଲେ। ତାଙ୍କର ଏଭଳି ଧମକ ଦେବାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ଧାର୍ଯ୍ୟ ସମୟ ମଧ୍ୟରେ ଟୀକାକରଣ କାହିଁକି ଶେଷ ହେଉନାହିଁ ବୋଲି ଅଧିକାରୀମାନଙ୍କୁ ସେ ବାରମ୍ବାର ପଚାରୁଥିଲେ। ଜିଲ୍ଲାପାଳଙ୍କ ସହ ଜିଲ୍ଲା ପଞ୍ଚାୟତର ସିଇଓ, ଆଇଏଏସ୍ ଆଶିଷ ତିୱାରୀ ମଧ୍ୟ ଉପସ୍ଥିତ ଥିଲେ। ଏବେ ଜିଲ୍ଲାପଳଙ୍କ ଭିଡିଓ ସାମ୍ନାକୁ ଆସିବା ପରେ, ତାଙ୍କୁ ଏନେଇ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେ ଏହି ଭିଡିଓ ଠିକ୍‌ ଥିବା କହିଥିଲେ। ଯେତେବେଳେ ଲୋକମାନେ କାମ କରନ୍ତି ନାହିଁ ସେତେବେଳେ ସେମାନଙ୍କୁ ଏପରି ତାଗିଦ କରିବାକୁ ପଡେ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos