ଜ୍ଞାନବାପୀ ୱଜୁଖାନାରେ ପଡିଲା ୯ ତାଲା, ସୁରକ୍ଷା ଦାୟିତ୍ୱରେ ସିଆର୍‌ପିଏଫ୍‌

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମଜସିଦର ସିଲ୍‌ ହେଲା ୱଜୁଖାନା। ଗୋଟିଏ କି ଦୁଇଟି ନୁହେଁ ସେଠାରେ ୯ଟି ତାଲା ପକାଇ ସିଲ୍‌ କଲା ପ୍ରଶାସନ। ଏଥିସହ ଏହି ୱଜୁଖାନାର ସୁରକ୍ଷା ଦାୟିତ୍ୱ ସିଆର୍‌ପିଏଫ୍‌କୁ ଦେଲା ପ୍ରଶାସନ। ସିଆରପିଏଫର ୪ ଜଣ ଯବାନ ଏବେ ଏହି ୱଜୁଖାନାର ସୁରକ୍ଷା ଦାୟିତ୍ୱରେ ରହିବେ। ଏହି ୪ ଜଣ ଯବନା ଏଠାରେ ୨୪ ଘଣ୍ଟା ପହରା ଦେବେ। ସୂଚନା ମୁତାବକ ୱଜୁଖାନା ନିକଟରେ ଥିବା ଏକ ପୋଖରୀକୁ ସିଲ […]

gyanvapi-mosque

gyanvapi-mosque

Madhupriya Mistry
  • Published: Wednesday, 18 May 2022
  • Updated: 18 May 2022, 02:25 PM IST

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମଜସିଦର ସିଲ୍‌ ହେଲା ୱଜୁଖାନା। ଗୋଟିଏ କି ଦୁଇଟି ନୁହେଁ ସେଠାରେ ୯ଟି ତାଲା ପକାଇ ସିଲ୍‌ କଲା ପ୍ରଶାସନ। ଏଥିସହ ଏହି ୱଜୁଖାନାର ସୁରକ୍ଷା ଦାୟିତ୍ୱ ସିଆର୍‌ପିଏଫ୍‌କୁ ଦେଲା ପ୍ରଶାସନ। ସିଆରପିଏଫର ୪ ଜଣ ଯବାନ ଏବେ ଏହି ୱଜୁଖାନାର ସୁରକ୍ଷା ଦାୟିତ୍ୱରେ ରହିବେ। ଏହି ୪ ଜଣ ଯବନା ଏଠାରେ ୨୪ ଘଣ୍ଟା ପହରା ଦେବେ।

ସୂଚନା ମୁତାବକ ୱଜୁଖାନା ନିକଟରେ ଥିବା ଏକ ପୋଖରୀକୁ ସିଲ କରାଯାଇଛି। ପୂର୍ବରୁ ଏହି ପୋଖରୀ ଚାରିପଟେ ଲୁହା ବାଡ ସହାୟତାରେ ବ୍ୟାରିକେଡ କରାଯାଇଥିଲା। ଏହିଠାରୁ ହିଁ ଶିବଲିଙ୍ଗ ମିଳିଥିବା ନେଇ ପ୍ରଥମେ ହିନ୍ଦୁପକ୍ଷ ଦାବି କରିଥିଲେ। କିନ୍ତୁ ପରେ ଏହାକୁ ଖଣ୍ଡନ କରିଛନ୍ତି ମୁସଲମାନ ପକ୍ଷ।

ସେପଟେ ସେଠାରୁ ମିଳିଥିବା ଶିବଲିଙ୍ଗକୁ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମନ୍ଦିର ସୁରକ୍ଷାରେ ପ୍ରତି ସିଫ୍ଟରେ ଜଣେ ଡେପୁଟି ଏସପି ରାଙ୍କର ଅଧିକାରୀ, ମନ୍ଦିର ସୁରକ୍ଷା ଅଧିକାରୀ ଓ ସିଆରପିଏଫର କମାଣ୍ଡର ନିରୀକ୍ଷଣ କରିବେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ନିକଟରେ ୫ ଜଣ ମହିଳା କୋର୍ଟରେ ଆବେଦନ କରିଥିଲେ କି, ଜ୍ଞାନବାପୀ ମସଜିଦର ପୂର୍ବ ଭାଗ ନନ୍ଦିଜୀ ସାମ୍ନାରେ ଥିବା ବେସ୍‌ମେଣ୍ଟ ନିକଟରେ ଏକ ଅସ୍ଥାୟୀ କବାଟ ରହିଛି। ଏହାକୁ ହଟାଇ ଶିବଲିଙ୍ଗ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉ। ଏହାସହ ଶିବଲିଙ୍ଗ ଚାରିପାଖରେ ଥିବା ଆବର୍ଜନାଗୁଡ଼ିକୁ ହଟାଇବା ଉଚିତ୍। ଏଥିସହ ଶିବଲିଙ୍ଗ ଥିବାରୁ ଏଠି ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେବାକୁ ସେ କୋର୍ଟରେ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos