ଯେଉଁମାନେ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡ଼ାଇ ନଥିଲେ ସେମାନେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ କରୁଛନ୍ତି: ରାହୁଲ ଗାନ୍ଧି  

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ରିରଙ୍ଗା ଅଭିଯାନକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବିଜେପି ପକ୍ଷରୁ  ‘ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ’କୁ ନେଇ ତେରଛା ବାଣ ମାରିଛନ୍ତି ରାହୁଲ। ଜାତୀୟ ପତାକା ପ୍ରତି ଦଳର ପକୃତ ଆନ୍ତରିକତାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ସେ ସିଧାସଳଖ ବିଜେପି ସହ ଜଡ଼ିତ ଆରଏସଏସକୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଯେଉଁମାନେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି ଇତିହାସ ସାକ୍ଷୀ […]

Rahul-Gandhi

Rahul-Gandhi

Tapas Behera
  • Published: Thursday, 04 August 2022
  • Updated: 04 August 2022, 11:07 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ରିରଙ୍ଗା ଅଭିଯାନକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବିଜେପି ପକ୍ଷରୁ  ‘ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ’କୁ ନେଇ ତେରଛା ବାଣ ମାରିଛନ୍ତି ରାହୁଲ। ଜାତୀୟ ପତାକା ପ୍ରତି ଦଳର ପକୃତ ଆନ୍ତରିକତାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ସେ ସିଧାସଳଖ ବିଜେପି ସହ ଜଡ଼ିତ ଆରଏସଏସକୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଯେଉଁମାନେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି ଇତିହାସ ସାକ୍ଷୀ ଅଛି ସେମାନେ ଆରଏସଏସ ସଙ୍ଗଠନରୁ ଆସିଛନ୍ତି।  ଯେଉଁମାନେ ୫୨ ବର୍ଷ ହେବ ତ୍ରିରଙ୍ଗା ଉଡ଼ାଇ ନାହାନ୍ତି। କର୍ଣ୍ଣାଟକର ହୁବୁଲି ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ରାହୁଲ ଗାନ୍ଧି। କର୍ଣ୍ଣାଟକର ଖଦିଗ୍ରାମରେ ରାହୁଲ ଗାନ୍ଧି ପରିଦର୍ଶନ କରିବା ସହ ସେଠାରେ ତିଆରି ହେଉଥିବା ଜାତୀୟ ପତାକାକୁ ସେ ଇସ୍ତ୍ରୀ କରୁଥିବା ଫଟୋ ସେ ତାଙ୍କ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଖଦିଗ୍ରାମ ବୁଲି ସବୁ କର୍ମଚାରୀଙ୍କୁ ଭେଟି ସେ ଖୁବ ଆନନ୍ଦିତ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

ସେ ଅହୁରି କହିଛନ୍ତି ଯେ, ଏଇ ତ୍ରିରଙ୍ଗା ଉଡ଼ାଇବା ପାଇଁ ଲକ୍ଷ ଲକ୍ଷ ଭାରତୀୟ  ତ୍ୟାଗ ଓ ବଳିଦାନ ଦେଇଛନ୍ତି। କିନ୍ତୁ କେବଳ ଗୋଟିଏ ସଙ୍ଗଠନ ଏହି ତ୍ରିରଙ୍ଗାକୁ ମାନିବାକୁ ଅଗ୍ରାହ୍ୟ କରି ଆସୁଥିଲା। ୫୨ ବର୍ଷ ଧରି ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ିନଥିବା ସେ କହିଛନ୍ତି। ସେମାନେ ଲଗାତାର ଧରି ଏହି  ଜାତୀୟ ପତାକାକୁ ଅପମାନ କରିଛନ୍ତି।  ଆଜି ସେଇ ସଙ୍ଗଠନରୁ ଆସିଥିବା ଲୋକମାନେ ତ୍ରିରଙ୍ଗାର ଇତିହାସ ବିଷୟରେ କହୁଛନ୍ତି। ସେମାନେ ହର ଘର ତ୍ରିରଙ୍ଗା ଅଭିଯାନ ଚଳାଇଛନ୍ତି। କାହିଁକି ଆରଏସଏସ ୫୨ ବର୍ଷ ଧରି ନାଗପୁର କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ାରଇ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ନିଜ ପେଟପାଟଣା ଲାଗି ଖଦି ବୋର୍ଡ଼ ପକ୍ଷରୁ ଯେଉଁ ଜାତୀୟ ପତାକା ତିଆରି କରାଯାଉଛି ତାକୁ କାହିଁକି ନଷ୍ଠ କରାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେମାନେ ଦେଶର ମୁକ୍ତି ଆନ୍ଦୋଳନରେ କଂଗ୍ରେସକୁ ଅଟାକି ପାରି ନଥିଲେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ରାହୁଲ ଗାନ୍ଧିଙ୍କ ଏହି ବୟାନ ଆସିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ‘ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫, ତିନି ଦିନ ଯାଏଁ ‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos