ନିଜକୁ ଟ୍ୱିଟର୍‌ରେ କଂଗ୍ରେସ ଠାରୁ ଦୂରେଇଲେ ହାର୍ଦ୍ଦିକ, ଦଳ ଛାଡ଼ିବେ କି?

ଅହମଦାବାଦ: ଗୁଜରାଟ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବରୁ ଗୁଜରାଟ କଂଗ୍ରେସର ନେତୃବୃନ୍ଦଙ୍କ ଉପରେ ପ୍ରଶ୍ନ ଉଠାଇଥିବା ହାର୍ଦ୍ଦିକ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ନିଜ ଟ୍ୱିଟର ବାୟୋରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛନ୍ତି। ପୂର୍ବରୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବୋଲି ଉଲ୍ଲେଖ କରିଥିଲେ। ହେଲେ ଏବେ ଏହାକୁ ସେ ହଟାଇ ଦେଇଛନ୍ତି। ଏବେ କେବଳ ସେ […]

Hardik

Hardik

Hemant Lenka
  • Published: Monday, 02 May 2022
  • Updated: 03 May 2022, 01:34 PM IST

Sports

Latest News

ଅହମଦାବାଦ: ଗୁଜରାଟ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବରୁ ଗୁଜରାଟ କଂଗ୍ରେସର ନେତୃବୃନ୍ଦଙ୍କ ଉପରେ ପ୍ରଶ୍ନ ଉଠାଇଥିବା ହାର୍ଦ୍ଦିକ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ନିଜ ଟ୍ୱିଟର ବାୟୋରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛନ୍ତି।

ପୂର୍ବରୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବୋଲି ଉଲ୍ଲେଖ କରିଥିଲେ। ହେଲେ ଏବେ ଏହାକୁ ସେ ହଟାଇ ଦେଇଛନ୍ତି। ଏବେ କେବଳ ସେ ନିଜକୁ ଦେଶଭକ୍ତ, ସାମାଜିକ ଓ ରାଜନୀତିକ ସ୍ୱେଚ୍ଛାସେବୀ ବୋଲି ଉଲ୍ଲେଖ କରିଛନ୍ତି।

ପୂର୍ବରୁ କଂଗ୍ରେସ ଛାଡ଼ିବାକୁ ଥିବା ନେତାମାନେ ପ୍ରଥମେ ଟ୍ୱିଟର ବାୟୋରୁ ହିଁ ଦଳଠାରୁ ନିଜକୁ ଦୂରେଇ ନିଅନ୍ତି। ଏହାପରେ ସେମାନେ ଦଳ ଛାଡ଼ନ୍ତି। ଏବେ ହାର୍ଦ୍ଦିକ ନିଜ ବୟୋରୁ କଂଗ୍ରେସ ଶବ୍ଦ ହଟାଇଥିବାରୁ ସେ ମଧ୍ୟ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ହିଁ ହାର୍ଦ୍ଦିକଙ୍କ ଏଭଳି ଆଭିମୁଖ୍ୟ ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି।

ପୂର୍ବରୁ ଗୁଜରାଟ କଂଗ୍ରେସର କିଛି ନେତାଙ୍କ ବିରୋଧରେ ସ୍ୱର ଉଠାଇଥିବା ଯୁବ ନେତା ହାର୍ଦ୍ଦିକ ପଟେଲ ନିକଟରେ ସିଧାସଳଖ ହାଇକମାଣ୍ଡଙ୍କୁ ସତର୍କ ବାଣୀ ଶୁଣାଇଥିଲେ। ଏପରି କି ହାଇକମାଣ୍ଡ ଯଦି କୌଣସି ପଦକ୍ଷେପ ନ ନେବେ, ତା’ହେଲେ ସେ କଂଗ୍ରେସ ଛାଡ଼ିଦେବେ ବୋଲି ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଥିଲେ। ହାଇକମାଣ୍ଡ ଏମିତି କିଛି ପଦକ୍ଷେପ ନିଅନ୍ତୁ, ଯାହାଦ୍ୱାରା ସେ ଦଳରେ ରହିବେ ବୋଲି ହାର୍ଦ୍ଦିକ କହିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ହାର୍ଦ୍ଦିକଙ୍କ ଗୋଟିଏ ସାକ୍ଷାତକାର ପ୍ରକାଶ ପାଇଥିଲା।

ଏହାକୁ ଶେୟାର କରି ହାର୍ଦ୍ଦିକ କହିଥିଲେ ଯେ “ମୁଁ ଏବେ କଂଗ୍ରେସରେ ରହିଛି। କେନ୍ଦ୍ରୀୟ ନେତୃବୃନ୍ଦ ତୁରନ୍ତ ଏମିତି ଗୋଟିଏ ରାସ୍ତା ବାହାର କରନ୍ତୁ, ଯାହାଦ୍ୱାରା ମୁଁ ପୂର୍ବଭଳି କଂଗ୍ରେସରେ ରହିବି। ରାଜ୍ୟ କଂଗ୍ରେସରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ହାର୍ଦ୍ଦିକ ଦଳ ଛାଡ଼ି ଦେଉ ବୋଲି ଚାହୁଁଛନ୍ତି। ସେମାନେ ମୋ ଇଚ୍ଛାଶକ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।” ପଟିଦାରଙ୍କ ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପଟେଲ ରାତାରାତି ଚର୍ଚ୍ଚିତ ଚେହେରା ବନି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ କଂଗ୍ରେସରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos