ହାତ ଛାଡିଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା। ହାତ ଛାଡିଲେ ହାର୍ଦ୍ଦିକ ପଟେଲ। କଂଗ୍ରେସରୁ ଦେଲେ ସେ ଇସ୍ତଫା।  କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଆଜି ହାର୍ଦ୍ଦିକ ଏ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଇସ୍ତଫା ଦେବା ପରେ ସେ […]

hardik-patel

hardik-patel

Madhupriya Mistry
  • Published: Wednesday, 18 May 2022
  • Updated: 18 May 2022, 03:25 PM IST

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା। ହାତ ଛାଡିଲେ ହାର୍ଦ୍ଦିକ ପଟେଲ। କଂଗ୍ରେସରୁ ଦେଲେ ସେ ଇସ୍ତଫା।  କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଆଜି ହାର୍ଦ୍ଦିକ ଏ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଇସ୍ତଫା ଦେବା ପରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି।

ହାର୍ଦ୍ଦିକ ପଟେଲ ଟ୍ୱିଟ୍‌ କରି ଲେଖିଛନ୍ତି, 'ଆଜି ମୁଁ ସାହସର ସହ କଂଗ୍ରେସ ଦଳ ତଥା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ମୋର ବିଶ୍ୱାସ ଯେ ମୋର ନିଷ୍ପତ୍ତିକୁ ପ୍ରତ୍ୟେକ ସହକର୍ମୀ ଏବଂ ଗୁଜରାଟର ଲୋକମାନେ ସ୍ୱାଗତ କରିବେ। ମୋର ବିଶ୍ୱାସ ଯେ ଏହି ପଦକ୍ଷେପ ପରେ ଭବିଷ୍ୟତରେ ଗୁଜରାଟ ପାଇଁ ମୁଁ ପ୍ରକୃତରେ ସକରାତ୍ମକ ରୂପେ କାର୍ଯ୍ୟ କରିବାକୁ ସମର୍ଥ ହେବି।'

ଉଲ୍ଲେଖ ଯୋଗ୍ୟ ଯେ, ହାର୍ଦ୍ଦିକ ପଟେଲକୁ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଗତ କିଛି ମାସ ହେବ ସେ କଂଗ୍ରେସ ନେତୃତ୍ୱକୁ ନେଇ ଅସନ୍ତୋଷ ଥିଲେ। ଅନେକ ଥର ସେ ନିଜ ଅସନ୍ତୋଷକୁ ଖୋଲାଖୋଲି ଭାବେ ଜାହିର ମଧ୍ୟ କରିଥିଲେ। ଏକ ସାକ୍ଷାତକାର୍‌ରେ ହାର୍ଦ୍ଦିକ କହିଥିଲେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି  କିମ୍ବା ସୋନିଆ ଗାନ୍ଧି ଙ୍କ ଉପରେ ନୁହେଁ, ବରଂ ରାଜ୍ୟ ନେତୃତ୍ୱଙ୍କ ଉପରେ ତାଙ୍କର ଅସନ୍ତୋଷ ରହିଛି।

https://twitter.com/HardikPatel_/status/1526790099316486144?s=20&t=WfV3-V5DX5ImOfn2Mkd84w

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story