କରୋନା ଆକ୍ରାନ୍ତଙ୍କୁ ପତଞ୍ଜଳୀର 'କରୋନିଲ୍' କିଟ୍ ମାଗଣାରେ ବାଣ୍ଟିବେ ସରକାର

ଚଣ୍ଡିଗଡ଼: ପତଞ୍ଜଳୀର ‘କରୋନିଲ୍’ କିଟକୁ ନେଇ ବିବାଦ ଜାରି ରହିଛି। ପତଞ୍ଜଳୀ ଏହି କରୋନିଲ କିଟକୁ କରୋନା ବିରୋଧରେ ରାମବାଣ ବୋଲି ଦାବି କରୁଥିବାବେଳେ ଏଲୋପାଥି ଡାକ୍ତର କିନ୍ତୁ ଏହି ଔଷଧକୁ ବେଆଇନ୍ ବୋଲି କହୁଛନ୍ତି। ଏହାରି ଭିତରେ କିନ୍ତୁ ହରିଆଣା ସରକାର କରୋନା ଆକ୍ରାନ୍ତଙ୍କୁ ପତଞ୍ଜଳୀ ଆୟୁର୍ବେଦିକର ୧ ଲକ୍ଷ କରୋନିଲ୍ କିଟ୍ ବାଣ୍ଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ହରିଆଣା ସରକାର ଏହାକୁ ମାଗଣାରେ ବାଣ୍ଟିବେ। ଏଥିପାଇଁ ଉଭୟ ପତଞ୍ଜଳୀ ଏବଂ ହରିଆଣା ସରକାର ୫୦ […]

CORONA-KIT

CORONA-KIT

Subhransu Sekhar
  • Published: Tuesday, 25 May 2021
  • Updated: 25 May 2021, 01:14 PM IST

ଚଣ୍ଡିଗଡ଼: ପତଞ୍ଜଳୀର 'କରୋନିଲ୍' କିଟକୁ ନେଇ ବିବାଦ ଜାରି ରହିଛି। ପତଞ୍ଜଳୀ ଏହି କରୋନିଲ କିଟକୁ କରୋନା ବିରୋଧରେ ରାମବାଣ ବୋଲି ଦାବି କରୁଥିବାବେଳେ ଏଲୋପାଥି ଡାକ୍ତର କିନ୍ତୁ ଏହି ଔଷଧକୁ ବେଆଇନ୍ ବୋଲି କହୁଛନ୍ତି। ଏହାରି ଭିତରେ କିନ୍ତୁ ହରିଆଣା ସରକାର କରୋନା ଆକ୍ରାନ୍ତଙ୍କୁ ପତଞ୍ଜଳୀ ଆୟୁର୍ବେଦିକର ୧ ଲକ୍ଷ କରୋନିଲ୍ କିଟ୍ ବାଣ୍ଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ହରିଆଣା ସରକାର ଏହାକୁ ମାଗଣାରେ ବାଣ୍ଟିବେ। ଏଥିପାଇଁ ଉଭୟ ପତଞ୍ଜଳୀ ଏବଂ ହରିଆଣା ସରକାର ୫୦ ପ୍ରତିଶତ ଲେଖାଏଁ ଟଙ୍କା ନିଜ ନିଜ ଆର୍ଥିକ ପାଣ୍ଠିରୁ ବହନ କରିବେ। ଏ ନେଇ ହରିଆଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

https://twitter.com/anilvijminister/status/1396816669662580741?s=20

ହରିଆଣାରେ ଥିବା ଗାଁ ଗୁଡିକରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟର ବିଜେପି ସରକାର ଏଥିପାଇଁ ଚାଷୀ ଆନ୍ଦୋଳକୁ ଦାୟୀ କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଚାଷୀ ମାନେ ଆନ୍ଦୋଳନ କରିବାକୁ ବିଭିନ୍ନ ସ୍ଥାନରୁ ଆସୁଥିବାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ହରିଆଣାରେ ଅଧିକ ବୃଦ୍ଧି ପାଉଛି।

ଫେବୃଆରୀ ୧୯ରେ ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କହିଥିଲା ଯେ WHO ସାର୍ଟିଫିକେଟ୍ ସ୍କିମ୍ ଅନୁଯାୟୀ କରୋନିଲ୍ ଟାବଲେଟ୍ ଆୟୁଷ ମନ୍ତ୍ରଣାଳୟରୁ ଅନୁମତି ପାଇଛି। ଯାହାକି କୋଭିଡ-୧୯ ଚିକିତ୍ସାରେ ଏକ ଔଷଧ ଭାବରେ ପ୍ରମାଣପତ୍ର ଗ୍ରହଣ କରିଛି।

ହେଲେ ଏହାପରେ WHO ପତଞ୍ଜଳିର କରୋନିଲ ଟାବଲେଟକୁ ନେଇ ଟ୍ୱିଟ୍ କରି କହିଥିଲା କୋଭିଡ-୧୯ ଚିକିତ୍ସା ପାଇଁ କୌଣସି ପାରମ୍ପାରିକ ଔଷଧକୁ ସାର୍ଟିଫିକେଟ୍ ଦେଇନାହିଁ।

ଏହାପରେ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଟ୍ୱିଟ୍ କରି କହିଥିଲେ ଯେ କରୋନିଲ ପାଇଁ ଆମର WHO GMM ଅନୁରୂପ COPP ପ୍ରମାଣପତ୍ର ଭାରତ ସରକାରଙ୍କ ଡିଜିସି ଦ୍ୱାରା ଜାରି କରାଯାଇଛି। ଏହା ସ୍ପଷ୍ଟ ଯେ WHO କୌଣସି ଔଷଧକୁ ଅନୁମୋଦନ କରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos