ନିଜ ଗୋଡ଼ରେ କୁରାଢ଼ି ମାରିଲେ ଅଶୋକ, ସଭାପତି ରେସ୍‌ରୁ ଆଉଟ

ନୂଆଦିଲ୍ଲୀ: ନିଜ ଗୋଡ଼ରେ କୁରାଢ଼ି ମାରିଲେ ଗେହଲଟ। ଆରମ୍ଭରୁ ଆଶା-ଅଭିଳାସ ପରେ ବହୁ ବାଦ ବିବାଦ ଓ ଛକାଞ୍ଝା ପରେ ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ୱପ୍ନ ଧୂଳିସାତ ହୋଇଛି। ଦଳ ଭିତରେ ଗୋଷ୍ଠୀ କନ୍ଦଳର ସୂତ୍ରଧର ସାଜିଥିବା ଗେହଲଟଙ୍କ ପାଇଁ ବୁମେରାଂ ହୋଇଛି। କଂଗ୍ରେସ ସଭାପତି ପାଇଁ ରେସ୍‌ରେ ସବୁଠାରୁ ଆଗରେ ଥିବା ଗେହଲଟ ଏବେ ନିଜେ ଆଉଟ୍‌ ହୋଇଯାଛନ୍ତି। ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ନୈତିକ କାରଣ ଦର୍ଶାଇ […]

Ashok Gehlot

Ashok Gehlot

Tapas Behera
  • Published: Thursday, 29 September 2022
  • Updated: 29 September 2022, 05:45 PM IST

Sports

Latest News

ନୂଆଦିଲ୍ଲୀ: ନିଜ ଗୋଡ଼ରେ କୁରାଢ଼ି ମାରିଲେ ଗେହଲଟ। ଆରମ୍ଭରୁ ଆଶା-ଅଭିଳାସ ପରେ ବହୁ ବାଦ ବିବାଦ ଓ ଛକାଞ୍ଝା ପରେ ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ୱପ୍ନ ଧୂଳିସାତ ହୋଇଛି। ଦଳ ଭିତରେ ଗୋଷ୍ଠୀ କନ୍ଦଳର ସୂତ୍ରଧର ସାଜିଥିବା ଗେହଲଟଙ୍କ ପାଇଁ ବୁମେରାଂ ହୋଇଛି। କଂଗ୍ରେସ ସଭାପତି ପାଇଁ ରେସ୍‌ରେ ସବୁଠାରୁ ଆଗରେ ଥିବା ଗେହଲଟ ଏବେ ନିଜେ ଆଉଟ୍‌ ହୋଇଯାଛନ୍ତି। ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ନୈତିକ କାରଣ ଦର୍ଶାଇ ସେ ଏହି ନିର୍ବାଚନରୁ ଓହରି ଯାଇଥିବା କହିଛନ୍ତି। ରାଜସ୍ଥାନ କଂଗ୍ରେସ ବିଦ୍ରୋହ ପାଇଁ ସେ ନିଜକୁ ଦାୟୀ କରି ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେହିପରି ରାଜସ୍ଥାନ ସଙ୍କଟ ପାଇଁ ସେ ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଗେହଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ପ୍ରାୟ ଦେଢ଼ ଘଣ୍ଟାରୁ ଊର୍ଦ୍ଧ ଧରି ଆଲୋଚନା କରିଥିଲେ। ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ତଥାପି ଚୂଡ଼ାନ୍ତ ନିଷ୍ପତ୍ତିକୁ ସେ ଦଳୀୟ ନେତୃତ୍ୱଙ୍କ ହାତରେ ଛାଡ଼ିଛନ୍ତି।

କଂଗ୍ରେସ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ତାହା ସେ ମାନି ନେବେ ବୋଲି କହିଛନ୍ତି।  ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର  ଗୋଟିଏ ଦିନ ପୂର୍ବରୁ ଗେହଲଟଙ୍କ ଏହି ନିଷ୍ପତ୍ତି ଦଳୀୟ ମହଲରେ ଚର୍ଚ୍ଚା କାରଣ ପାଲଟିଛି। ଏବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୈଦାନକୁ  ଏକାଧିକ ନେତାଙ୍କ ଆବିର୍ଭାବ ହୋଇଥିବା  ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖାଡ଼ଗେ, ଦିଗବିଜୟ ସିଂହ, କେସି ଭେନୁଗୋପାଲ ପ୍ରମୁଖ ନେତା ଅଛନ୍ତି।

ଆସନ୍ତାକାଲି ନାମାଙ୍କନ ଦାଖଲ ପାଇଁ ଦିଗବିଜୟ ସିଂହ ସଜବାଜ ହେଉଥିବା ଜଣାପଡ଼ିଛି। କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଗେହଲଟ ଗାନ୍ଧି ପାରିବାରର ପ୍ରଥମ ପସନ୍ଦ ଥିଲେ। ଗାନ୍ଧି ପରିବାରର ଖାସ୍‌ ଅନୁଗତ ଗେହଲଟ କିନ୍ତୁ ଏହି ପଦ ପାଇଁ ପ୍ରଥମେ ଅମଙ୍ଗ ହୋଇଥିଲେ ମଧ୍ୟ ପ୍ରବଳ ଆଶାବାଦୀ ଥିଲେ। ପରେ ଗାନ୍ଧି ପରିବାର ଏହି ରେସରୁ ଓହରି ଯିବା ପରେ ଗେହଲଟଙ୍କ  ସ୍ଥାନ ପକ୍କା ହୋଇଥିଲା। ଅବଶ୍ୟ  କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। କିନ୍ତୁ ଗାନ୍ଧି ପରିବାରର ପ୍ରକୃତ ସମର୍ଥନ ଗେହଲଟଙ୍କ ପଛରେ ଥିଲା। କିନ୍ତୁ ପରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ  ଉଭୟ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା । ପରେ ଏହି ଯୁଦ୍ଧ ଉଗ୍ରରୂପ ଧାରଣ କରି ମହାଡ୍ରାମାର ରୂପ ନେଇଥିଲା। ଯାହା ଗେହଲଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story