ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ରାୟ: ଅଜାନ ଇସଲାମର ଅଂଶ, କିନ୍ତୁ ଲାଉଡସ୍ପିକର ନୁହେଁ

ଲକ୍ଷ୍ନୌ: ମସଜିଦରେ ଲାଉଡସ୍ପିକରୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମସଜିଦରେ ଅଜାନ ପାଠ ପାଇଁ ଲାଉଡସ୍ପିକର ଲଗାଇବାକୁ ଦାବି କରି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ମସଜିଦରେ ଲାଉଡ ସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ। ଅଜାନ ଇସଲାମ ଧର୍ମର ଅଂଶବିଶେଷ। କିନ୍ତୁ ଲାଉଡସ୍ପିକର ନୁହେଁ। ଲାଉଡ ସ୍ପିକରରେ ଅଜାନ କୌଣସି ପ୍ରକାରର ମୌଳିକ ଅଧିକାର ମଧ୍ୟରେ ଆସୁନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ବିବେକ କୁମାର […]

Loudspeaker

Hemant Lenka
  • Published: Friday, 06 May 2022
  • , Updated: 06 May 2022, 02:59 PM IST

ଲକ୍ଷ୍ନୌ: ମସଜିଦରେ ଲାଉଡସ୍ପିକରୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମସଜିଦରେ ଅଜାନ ପାଠ ପାଇଁ ଲାଉଡସ୍ପିକର ଲଗାଇବାକୁ ଦାବି କରି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

ମସଜିଦରେ ଲାଉଡ ସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ। ଅଜାନ ଇସଲାମ ଧର୍ମର ଅଂଶବିଶେଷ। କିନ୍ତୁ ଲାଉଡସ୍ପିକର ନୁହେଁ। ଲାଉଡ ସ୍ପିକରରେ ଅଜାନ କୌଣସି ପ୍ରକାରର ମୌଳିକ ଅଧିକାର ମଧ୍ୟରେ ଆସୁନାହିଁ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ବିବେକ କୁମାର ବିର୍ଲା ଓ ଜଷ୍ଟିସ ବିକାଶଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚ ନିଜ ରାୟରେ କହିଛନ୍ତି, “ଆଇନ କହୁଛି ମସଜିଦରେ ଲାଉଡ ସ୍ପିକର ଲଗାଇବା ଗୋଟିଏ ସାମ୍ବିଧାନିକ ଅଧିକାର ନୁହେଁ।” ୨୦୨୧ ଡିସେମ୍ବର ୩ରେ ବଦାଉଁ ଜିଲ୍ଲାର ବିସଉଲି ସବ ଡିଭିଜନାଲ ମାଜିଷ୍ଟ୍ରେଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଇରଫାନ ନାମକ ଜଣେ ବ୍ୟକ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସଡିଏମ ନିଜ ରାୟରେ ଧୋରନାପୁର ଗାଁରେ ଥିବା ନୁରୀ ମସଜିଦରେ ଅଜାନ ପାଇଁ ଲାଉଡ ସ୍ପିକର ଲଗାଯାଇପାରିବ ନାହିଁ ବୋଲି କହିଥିଲେ।

ଏହି ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ କହିଥିଲେ ଯେ “ଏସଡିଏମଙ୍କ ରାୟ ବେଆଇନ। ଏପରି ରାୟ ମୌଳିକ ଅଧିକାର ଓ ଆଇନଗତ ଅଧିକାରଙ୍କୁ ଉଲ୍ଲଙ୍ଘନ କରିଛି।” ହେଲେ ଆହ୍ଲାବାଦ ହାଇକୋର୍ଟ ଅଜାନକୁ ଇସଲାମର ଅବିଚ୍ଛେଦ୍ୟ ଅଙ୍ଗ କହିଥିଲେ ମଧ୍ୟ ଲାଉଡ ସ୍ପିକର ଏଥିପାଇଁ ଜରୁରୀ ନୁହେଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଧର୍ମପୀଠଗୁଡ଼ିକରେ ଲାଉଡସ୍ପିକର ଲଗାଇବାକୁ ନେଇ ବିବାଦ ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ବିଭିନ୍ନ ମସଜିଦ ଓ ମନ୍ଦିରରୁ ହଜାର ହଜାର ସଂଖ୍ୟକ ଲାଉଡ ସ୍ପିକର ହଟାଇଥିଲେ। ଧର୍ମପୀଠରେ ଲାଉଡ ସ୍ପିକର ବ୍ୟବହାର ହୋଇ ପାରିବ କିନ୍ତୁ ଶବ୍ଦ ଯେମିତି ଏହା ମଧ୍ୟରୁ ବାହାରକୁ ନ ଆସିବ, ତା’ର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଥିଲେ।

Related story