ଚିକିତ୍ସା ପାଇଁ ଯଦି ଲୋକେ କ୍ରାଉଡ ଫଣ୍ଡିଂ କରିପାରିବେ, ତା'ହେଲେ ସରକାର କାହିଁକି ନୁହେଁ?

ଥିରୁଅନନ୍ତପୁରମ: ବିଭିନ୍ନ ସମୟରେ ଅନେକ ଲୋକ ଚିକିତ୍ସା ପାଇଁ ସହଯୋଗ ଆବଶ୍ୟକ କରନ୍ତି। ରୋଗ ବିରଳ ହୋଇଥିଲେ ଚିକିତ୍ସା ବ୍ୟୟବହୁଳ ହେବା ସ୍ୱାଭାବିକ। ତେଣୁ ଜୀବନକୁ ଗୁରୁତ୍ୱ ଦେବାକୁ ଯାଇ ଅନେକ ଲୋକ କ୍ରାଉଡ ଫଣ୍ଡିଂ ଜରିଆରେ ପଇସା ଏକଜୁଟ କରି ଚିକିତ୍ସା କରାନ୍ତି। କୋଭିଡ ବେଳେ ମଧ୍ୟ ଓଡ଼ିଶାରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି। ତେବେ ଏପରି କ୍ରାଉଡ ଫଣ୍ଡିଂ ଉପରେ ରୋକ୍ ଲଗିବା ଦରକାର ବୋଲି କିନ୍ତୁ ଶୁକ୍ରବାର କେରଳ ହାଇକୋର୍ଟ କହିଛନ୍ତି। […]

high-court-kerala

high-court-kerala

Subhransu Sekhar
  • Published: Friday, 09 July 2021
  • Updated: 09 July 2021, 04:59 PM IST

Sports

Latest News

ଥିରୁଅନନ୍ତପୁରମ: ବିଭିନ୍ନ ସମୟରେ ଅନେକ ଲୋକ ଚିକିତ୍ସା ପାଇଁ ସହଯୋଗ ଆବଶ୍ୟକ କରନ୍ତି। ରୋଗ ବିରଳ ହୋଇଥିଲେ ଚିକିତ୍ସା ବ୍ୟୟବହୁଳ ହେବା ସ୍ୱାଭାବିକ। ତେଣୁ ଜୀବନକୁ ଗୁରୁତ୍ୱ ଦେବାକୁ ଯାଇ ଅନେକ ଲୋକ କ୍ରାଉଡ ଫଣ୍ଡିଂ ଜରିଆରେ ପଇସା ଏକଜୁଟ କରି ଚିକିତ୍ସା କରାନ୍ତି। କୋଭିଡ ବେଳେ ମଧ୍ୟ ଓଡ଼ିଶାରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି। ତେବେ ଏପରି କ୍ରାଉଡ ଫଣ୍ଡିଂ ଉପରେ ରୋକ୍ ଲଗିବା ଦରକାର ବୋଲି କିନ୍ତୁ ଶୁକ୍ରବାର କେରଳ ହାଇକୋର୍ଟ କହିଛନ୍ତି।

ଅନେକ କ୍ଷେତ୍ରରେ ଏବେ କ୍ରାଉଡ ଫଣ୍ଡିଂ ଏବେ ଟ୍ରେଣ୍ଡ ପାଲଟିଛି। ସରକାର ଏହା ଉପରେ ଧ୍ୟାନ ଦେବା ଦରକାର। ଜଣେ ଅଟୋ ଡ୍ରାଇଭରର ପୁଅ ବିରଳ ରୋଗର ଶିକାର ହୋଇ ଚିକିତ୍ସାଧୀନ ରହିଛନ୍ତି। ଚିକିତ୍ସା ପାଇଁ କ୍ରାଉଡ ଫଣ୍ଡିଂ ଜରିଆରେ ସପ୍ତାହକ ମଧ୍ୟରେ ୧୮ କୋଟି ସଂଗ୍ରହ ହୋଇଛି। ଏହାକୁ ନେଇ ଦାୟର ହୋଇଥିବା ପିଆଇଏଲର ଶୁଣାଣି କରି କୋର୍ଟ ଏପରି କହିଛନ୍ତି।

ଜଷ୍ଟିସ ପିବି ସୁରେଶ କୁମାର ଏହି ପ୍ରସଙ୍ଗରେ ଶୁଣାଣି କରି କହିଛନ୍ତି, କୋର୍ଟ କ୍ରାଉଡ ଫଣ୍ଡିଂ ଉପରେ ରୋକ୍ ଲଗାଇବାକୁ ଚାହୁଁ ନାହାନ୍ତି। ବରଂ ଏହା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି କି ଯେଉଁ ପଇସା କ୍ରାଉଡ ଫଣ୍ଡିଂ ଜରିଆରେ ଏକତ୍ରିତ କରାଯାଉଛି ସେହି ପଇସା ଠିକ୍ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ସୁନିଶ୍ଚିତ ହେବା ଦରକାର। ନହେଲେ ଏହି ଟଙ୍କା ଚିକିତ୍ସା ନାଁରେ ଆଦାୟ ହୋଇ କାହାର ସେଭିଂସ ଆକାଉଣ୍ଟକୁ ଯାଉ ଥାଇପାରେ।

ତେଣୁ କୋର୍ଟ ଅସାଧୁ ପ୍ରକ୍ରିୟାର ସମ୍ଭାବନାକୁ ଆଖି ଆଗରେ ରଖି କହିଛନ୍ତି କ୍ରାଉଡ ଫଣ୍ଡିଂର ଟଙ୍କା ସରକାରୀ ଆକାଉଣ୍ଟରେ ପହଞ୍ଚିବା ଦରକାର। ଏଭଳି ହେଲେ ଯେଉଁ ଲୋକ ପାଇଁ କ୍ରାଉଡ ଫଣ୍ଡିଂ ହୋଇଥିବ ସେହି ଲୋକର ଚିକିତ୍ସାରେ ପଇସା ଉପଯୋଗ ହୋଇପାରିବ। କୋର୍ଟ କହିଛନ୍ତି ମାଗଣା ଟିକାକରଣ ପାଇଁ ରାଜ୍ୟ ସରକାର ୬୮ ଲକ୍ଷ ଟଙ୍କା ସଂଗ୍ରହ କରିପାରିଛନ୍ତି। ଏହି ଟଙ୍କା ସ୍ୱେଚ୍ଛାକୃତ ଭାବରେ ଲୋକମାନେ ଟିକାକରଣ ପାଇଁ ଦେଇଥିଲେ। ହେଲେ ଛୋଟ ଛୁଆର ଚିକିତ୍ସା ପାଇଁ ଗୋଟିଏ ସପ୍ତାହରେ ୧୮ କୋଟି ଟଙ୍କା ସଂଗ୍ରହ ହୋଇଛି।

ସୂଚନାଯୋଗ୍ୟ, କେରଳର ଜଣେ ଅଟୋ ଡ୍ରାଇଭରର ପୁଅ ସ୍ପାଇନାଲ ମସକୁଲାର ଜନିତ ରୋଗରେ ପୀଡ଼ିତ। ଚିକିତ୍ସା ପାଇଁ ଆନୁମାନିକ ଖର୍ଚ୍ଚ ୧୮ କୋଟି ରହିଛି। ହେଲେ ଅଟୋ ଡ୍ରାଇଭରଙ୍କ ପାଖରେ ୧୮ କୋଟି ଟଙ୍କାର ସମ୍ୱଳ ନାହିଁ। ଏହାପରେ କ୍ରାଉଡ ଫଣ୍ଡିଂ ଜରିଆରେ ଲୋକେ ଛୋଟ ଛୁଆ ପାଇଁ ପଇସା ଏକଜୁଟ କରିଛନ୍ତି।

ଆରିଫ ନାମକ ଏହି ଡ୍ରାଇଭରଙ୍କ ପକ୍ଷରୁ ଓକିଲ ପି ଚନ୍ଦ୍ରଶେଖର କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଚିକିତ୍ସା ପାଇଁ ଆମଦାନୀ ହେବାକୁ ଥିବା ଇଞ୍ଜେକ୍ସନ ଆଣିବାକୁ ଅନୁମତି ମିଳିଛି। କିନ୍ତୁ ୧୮ କୋଟି ଟଙ୍କା ଖର୍ଚ୍ଚ କରିବା ତାଙ୍କ ନିୟନ୍ତ୍ରଣ ବାହାରେ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ସାହାଯ୍ୟ ଆଶାରେ ଆରିଫ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗର ଉତ୍ତରରେ ରାଜ୍ୟ ସରକାର କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ କିମ୍ବା କେରଳ ସାମାଜିକ ସୁରକ୍ଷା ମିଶନ ଏଭଳି ମହଙ୍ଗା ଚିକିତ୍ସା ଯୋଗାଇବାରେ ସକ୍ଷମ ନୁହଁନ୍ତି।

ଆରିଫଙ୍କ ପୁଅ ବର୍ତ୍ତମାନ କୋଝିକୋଡିରେ ଏକ ହସ୍ପିଟାଲର ଭେଣ୍ଟିଲେଟର ସହାୟତାରେ ରହିଛନ୍ତି। କେରଳ ସରକାରଙ୍କ ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ରେୟାର ବା ବିରଳ ରୋଗ ନୀତି ୨୦୨୧ ଅନୁଯାୟୀ ଯେଉଁ ରୋଗରେ ଆରିଫଙ୍କ ପୁଅ ଶିକାର ହୋଇଛନ୍ତି ତାହା ଗ୍ରୁପ୍ ଥ୍ରୀ ଶ୍ରେଣୀର। ଏହାର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ଏଥିପାଇଁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଟଙ୍କା ଜମା କରିବାକୁ କୁହାଯାଇଛି।

କୋର୍ଟଙ୍କୁ ସୂଚନା ଦେଇ କେରଳ ସରକାର କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୧୦୨ ରୋଗୀ ଏହି ରୋଗରେ ପୀଡିତ ଅଛନ୍ତି। ଏଥିମଧ୍ୟରୁ ୪୨ଟି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସେମାନଙ୍କ ତରଫରୁ ଚିକିତ୍ସା ଯୋଗାଇ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos