କ୍ରାଶ୍‌ ପରେ ବଞ୍ଚିଥିଲେ ସିଡିଏସ୍‌, ମାଗିଥିଲେ ପାଣି

ନୂଆଦିଲ୍ଲୀ: ତାମିଲନାଡୁ ନୀଳଗିରିରେ ବୁଧବାର ସେନା ହେଲିକପ୍ଟର ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଏହି ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ସମସ୍ତ ଦେଶବାସୀଙ୍କୁ କରିଦେଇଛି ସ୍ତବ୍ଧ। ତେବେ ଏହାରି ଭିତରେ ଦୁର୍ଘଟଣା ବେଳେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଚକିତ କଲା ଭଳି ବୟାନ ସାମ୍ନାକୁ ଆସିଛି। ହେଲିକପ୍ଟର କ୍ରାଶ ପରେ ବି ବଞ୍ଚିଥିଲେ ସିଡିଏସ୍‌ ବିପିନ ରାୱତ। ସେ ମାଗିଥିଲେ ପାଣି। ଏଭଳି କିଛି […]

Bipin rawat-1

Bipin rawat-1

Madhupriya Mistry
  • Published: Thursday, 09 December 2021
  • Updated: 09 December 2021, 02:35 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁ ନୀଳଗିରିରେ ବୁଧବାର ସେନା ହେଲିକପ୍ଟର ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଏହି ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ସମସ୍ତ ଦେଶବାସୀଙ୍କୁ କରିଦେଇଛି ସ୍ତବ୍ଧ। ତେବେ ଏହାରି ଭିତରେ ଦୁର୍ଘଟଣା ବେଳେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଚକିତ କଲା ଭଳି ବୟାନ ସାମ୍ନାକୁ ଆସିଛି। ହେଲିକପ୍ଟର କ୍ରାଶ ପରେ ବି ବଞ୍ଚିଥିଲେ ସିଡିଏସ୍‌ ବିପିନ ରାୱତ। ସେ ମାଗିଥିଲେ ପାଣି। ଏଭଳି କିଛି ଦାବି କରିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ। ତାଙ୍କ ନାଁ ଶିବ କୁମାର।

ସେ ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତକାରେ କହିଛନ୍ତି, ଗତକାଲି ମଧ୍ୟାହ୍ନରେ ଯେତେବେଳେ ସେନା ହେଲିକପ୍ଟର  ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରେ ଖସିପଡିଥିଲା ସେତେବେଳେ ମୁଁ ମୋ ଭାଇଙ୍କୁ ଭେଟିବାକୁ ଯାଉଥିଲି। ଦୁର୍ଘଟଣା ପରେ କିଛି ସ୍ଥାନୀୟ ଲୋକଙ୍କୁ ନେଇ ମୁଁ ଘଟଣାସ୍ଥଳରେ ପହଞ୍ଚିଥିଲି। ସେଠାରୁ ଆମେ ୩ ଜଣଙ୍କୁ ଉଦ୍ଧାର କରିଥିଲୁ। ସେଥିମଧ୍ୟରୁ ଜଣେ ଜୀବିତ ଥିଲେ। ସେହି ସମୟରେ ସେ ପାଣି ମାଗିଥିଲେ। ଆମେ ତାଙ୍କୁ ଏକ ଚାଦର ସାହାଯ୍ୟରେ ଭଗ୍ନାବଶେଷ ଭିତରୁ ଟାଣି ଆଣିଥିଲୁ। ଏହାପରେ ତାଙ୍କୁ ଉଦ୍ଧାରକାରୀ ଦଳ ହସ୍ପିଟାଲକୁ ନେଇ ଯାଇଥିଲେ। ତିନି ଘଣ୍ଟା ପରେ କେହି ଜଣେ ଆସି ମୋତେ ସିଡିଏସ୍‌ ବିପିନ୍‌ ରାୱତଙ୍କ ଫଟୋ ଦେଖାଇଥିଲା। ଏହାପରେ ଜାଣିଲି ଯେ ଯେଉଁ ବ୍ୟକ୍ତି ପାଣି ମାଗିଥିଲେ, ସେ ଜେନେରାଲ ବିପିନ ରାୱତ ଥିଲେ।

ଶିବ କୁମାର ଅତ୍ୟନ୍ତ ଦୁଃଖିତ ହୋଇ କହିଛନ୍ତି, ମୁଁ ବିଶ୍ୱାସ କରିପାରୁନି ଯେ ଯେଉଁ ବ୍ୟକ୍ତି ଦେଶ ପାଇଁ ବହୁତ କିଛି କରିଛନ୍ତି, ମୁଁ ତାଙ୍କୁ ଶେଷ ସମୟରେ ପାଣି ଟିକେ ମଧ୍ୟ ଦେଇ ପାରିଲି ନାହିଁ। ଏଥିପାଇଁ ମୁଁ ସାରା ରାତି ଶୋଇପାରି ନଥିଲି।

କୁହାଯାଉଛି, ଜେନେରାଲ ବିପିନ୍ ରାୱତ ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେପଟେ ଦୁର୍ଘଟଣାଗ୍ରସ୍ତ  ହେଲିକପ୍ଟରର ବ୍ଲାକ୍‌ ବକ୍ସ ମଧ୍ୟ ଉଦ୍ଧାର ହୋଇଛି।

ଗତକାଲି ଜେନେରାଲ ରାୱତ ହେଲିକପ୍ଟର ଯୋଗେ କୋଏମ୍ବାଟୁରର ସୁଲୁର ଏୟାରବେସରୁ ୱେଲିଂଟନରେ ଥିବା ଡିଫେନ୍ସ ଷ୍ଟାଫ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ସେମାନେ ଯାଉଥିବା ହେଲିକପ୍ଟର ଓଟ୍ଟୀ ନିକଟରେ କ୍ରାଶ କରିଯାଇଥିଲା। ହେଲିକପ୍ଟର୍‌ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଏବେ ୱେଲିଂଟନର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story