ସେ ମୋ ପୁଅ ନୁହଁ, ସେ ମୋଦିଙ୍କ ପୁଅ...ଲୁହ ଅଟକାଇପାରିଲେନି ଜଣେ ୟୁକ୍ରେନ୍‌ ଫେରନ୍ତା ପୁଅର ବାପା  

ନୂଆଦିଲ୍ଲୀ: ସେ ମୋ ପୁଅ ନୁହଁ। ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଅ। ଯାହାଙ୍କ ଉଦ୍ୟମରେ ସେ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ସୁରକ୍ଷିତ ଭାବେ ନିଜ ଘରକୁ ଫେରିପାରିଛି। ୟୁକ୍ରେନ୍‌ରେ ୱାର ଜୋନ୍‌ରେ ଫସିଥିବା ଜଣେ ଯୁବକ ଘରକୁ ଫେରିବା ପରେ ତାଙ୍କ ବାପା ଭାବପ୍ରବଣ ହୋଇ ଏକଥା କହିଥିଲେ। ପୁଅକୁ ପାଖରେ ପାଇ ତାଙ୍କ ଆଖିରେ ଖୁସିର ଲୁହ ଆସିଯାଇଥିଲା। କଶ୍ମରୀର ସଞ୍ଜୟ ପଣ୍ଡିତ୍‌ ନାମକ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ୟୁକ୍ରେନ୍‌ର ସୁମିରେ ଫସିଯାଇଥିଲେ। ଯୁଦ୍ଧ […]

imp

Tapas Behera
  • Published: Saturday, 12 March 2022
  • , Updated: 12 March 2022, 05:47 PM IST

ନୂଆଦିଲ୍ଲୀ: ସେ ମୋ ପୁଅ ନୁହଁ। ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଅ। ଯାହାଙ୍କ ଉଦ୍ୟମରେ ସେ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ସୁରକ୍ଷିତ ଭାବେ ନିଜ ଘରକୁ ଫେରିପାରିଛି। ୟୁକ୍ରେନ୍‌ରେ ୱାର ଜୋନ୍‌ରେ ଫସିଥିବା ଜଣେ ଯୁବକ ଘରକୁ ଫେରିବା ପରେ ତାଙ୍କ ବାପା ଭାବପ୍ରବଣ ହୋଇ ଏକଥା କହିଥିଲେ। ପୁଅକୁ ପାଖରେ ପାଇ ତାଙ୍କ ଆଖିରେ ଖୁସିର ଲୁହ ଆସିଯାଇଥିଲା।

କଶ୍ମରୀର ସଞ୍ଜୟ ପଣ୍ଡିତ୍‌ ନାମକ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ୟୁକ୍ରେନ୍‌ର ସୁମିରେ ଫସିଯାଇଥିଲେ। ଯୁଦ୍ଧ କବଳ ଅଞ୍ଚଳରୁ ପୁଅ ସୁରକ୍ଷିତ ଫେରିବା ନେଇ ପୂରା ପରିବାର ଚିନ୍ତିତ ଥିଲେ। ତେବେ ଅପରେଶନ ଗଙ୍ଗା ଜରିଆରେ ତାଙ୍କ ପୁଅକୁ ଭାରତ ସରକାର ସୁରକ୍ଷିତ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିଛନ୍ତି। ଏହାର ପ୍ରତିକ୍ରିୟାରେ ସଞ୍ଜୟ କହିଛନ୍ତି ଯେ, ଆମ ପୁଅ ଫେରିବା ନେଇ ଜମାରୁ ଆଶା ନଥିଲା। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅଣାଯାଇଥିବାରୁ ମୁଁ  ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛି।

https://twitter.com/ANI/status/1502211588576903174?s=20&t=6cFheMTrSY99wIs_5Shabw

ୟୁକ୍ରେନ୍‌ରୁ ଆଉ କିଛି ଛାତ୍ରଙ୍କୁ ଆଜି ୩ଟି  ବିମାନ ଆଗପଛ ହୋଇ ଦିଲ୍ଲୀ ବିମାନ ବିନ୍ଦରରେ ପହଞ୍ଚିଥିଲା। ଏଠାରେ ସେମାନଙ୍କ ଅଭିଭାକକମାନେ ୫-୬ ଘଣ୍ଟା ହେଲା ଅପେକ୍ଷା କରିଥିଲେ। ତେବେ ପିଲାମାନେ ଓହ୍ଲାଇବା ପରେ ତାଙ୍କ  ଅଭିଭାବକଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ପିଲାମାନଙ୍କୁ ଅତି ଆନନ୍ଦର ସହ କୋଳାଇପାକଇ ଥିଲେ।। ଏହି ସମୟରେ ଭାରତ ମାତାକୀ ଜୟ ଓ ମୋଦି ହେ ତୁ ମୁମକିନ୍‌ ହେ ନାରାରେ ବିମାନ ବନ୍ଦର ପ୍ରୟକମ୍ପିତ ହୋଇ ଥିଲା। ଆଜି ୩ଟି ବିମାନରେ ୬୭୪ ଜଣ ଭାରତୀୟ ଫେରିଥିଲେ। ଏମାନେ ସମସ୍ତେ  ବିପଦପୂର୍ଣ୍ଣ ସୁମିରେ ଫସିଥିଲେ। ୱାର ଜୋନ୍‌ରେ ଫସିଥିବା ଏହି ଭାରତୀୟମାନେ ଗତ ଦୁଇ ସପ୍ତା ହେବ ଭୟ ଓ ଆତଙ୍କରେ ଦିନ କାଟୁଥିଲେ। ୟୁକ୍ରେନ୍‌ରୁ ଆଜି ୩ଟି ବିମାନ ଏୟା ଣ୍ଡିଆଆ  ଇଣ୍ଡିଗୋ ଏବଂ ଏକ ସେନା ହେଲିକପ୍ଟର ଆଗପଛ ହୋଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ।

Related story