ମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ଟିକା ଦେଇ ଅଡ଼ୁଆରେ ସ୍ୱାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ: ସୋମବାର ଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର ଟିକାର ପ୍ରଥମ ଡୋଜ ନେଇଛନ୍ତି କର୍ଣ୍ଣାଟକର କୃଷି ମନ୍ତ୍ରୀ ବିସି ପାଟିଲ୍ ଏବଂ ତାଙ୍କ ସ୍ତ୍ରୀ ହିରେକେରୁର ପାଟିଲ। ନିଜେ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଘରେ ଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀ ଆସି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଟିକା ଦେଇଥିବା ଟ୍ୱିଟ୍ କରି କହିଥିଲେ। ଏବେ ଏହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ […]

karnataka-agriculture-minis

Subhransu Sekhar
  • Published: Thursday, 04 March 2021
  • , Updated: 04 March 2021, 05:37 PM IST

ବେଙ୍ଗାଲୁରୁ: ସୋମବାର ଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର ଟିକାର ପ୍ରଥମ ଡୋଜ ନେଇଛନ୍ତି କର୍ଣ୍ଣାଟକର କୃଷି ମନ୍ତ୍ରୀ ବିସି ପାଟିଲ୍ ଏବଂ ତାଙ୍କ ସ୍ତ୍ରୀ ହିରେକେରୁର ପାଟିଲ। ନିଜେ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଘରେ ଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀ ଆସି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଟିକା ଦେଇଥିବା ଟ୍ୱିଟ୍ କରି କହିଥିଲେ। ଏବେ ଏହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି।

କାରଣ ଏଭଳି ପ୍ରକ୍ରିୟା କୋଭିଡ୍ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଘରେ କାହାରିକୁ ଟିକା ଦିଆଯାଇପାରବନି ବୋଲି ନିୟମ ରହିଛି। ସରକାରୀ ଟିକାକରଣ କେନ୍ଦ୍ର ବା ଘରୋଇ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେବାକୁ ହେବ ବୋଲି ନିୟମ ରହିଛି। ଏବେ କର୍ଣ୍ଣାଟକାରେ ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଅରୁଦ୍ଧତି ଚନ୍ଦ୍ରଶେଖର ହାବେରୀର ଡାକ୍ତର ଜୟାନନ୍ଦ ଏମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଜୟା ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇଥିଲେ।

https://twitter.com/bcpatilkourava/status/1366621844271288320?s=20

ନିର୍ଦ୍ଦେଶକ କହିଛନ୍ତି, ଏଭଳି ହେବା ସରକାରୀ ନିୟମକୁ ଉଲ୍ଲଂଘନ କରୁଛି। ଏଥିସହ ସ୍ୱାସ୍ଥ୍ୟ ଅଧିକାରୀ ଏଥିପାଇଁ ବଦନାମ ହୋଇଛନ୍ତି। ଯଦି ସ୍ୱାସ୍ଥ୍ୟ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ଆଇନ୍ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ତେବେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ ସୁଧାକର ସମେତ ବିଭିନ୍ନ ବର୍ଗର ଲୋକ ଏଭଳି ଟିକାକରଣକୁ ସମାଲୋଚନା କରିଛନ୍ତି। ଏହାପରେ କୃଷି ମନ୍ତ୍ରୀ ଜବାବରେ କହିଛନ୍ତି ଘରେ ଟିକା ନେବା ନିଷ୍ପତ୍ତି ଭୁଲ୍ ନୁହେଁ।

Related story