ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ କେରଳ ହାଇକୋର୍ଟ

କୋଚି: ପରିବାର ଲୋକଙ୍କ ଦ୍ୱାରା ଅଲଗା ହୋଇ ଯାଇଥିବା ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ। ଅଦିଲା ନସରିନ ନିଜ ସମଲିଙ୍ଗୀ ପାର୍ଟନରଙ୍କୁ ପାଇବା ପାଇଁ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ନସରିନ ତାଙ୍କ ଆବେଦନରେ କହିଥିଲେ ଯେ ସେ ଓ ତାଙ୍କ ପାର୍ଟନର ଫତିମା ନୋରାଙ୍କୁ ଉଭୟଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି। ୬ ଦିନ ତଳେ ନୋରାଙ୍କୁ ତାଙ୍କ […]

kerala1

Hemant Lenka
  • Published: Tuesday, 31 May 2022
  • , Updated: 31 May 2022, 10:03 PM IST

କୋଚି: ପରିବାର ଲୋକଙ୍କ ଦ୍ୱାରା ଅଲଗା ହୋଇ ଯାଇଥିବା ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ। ଅଦିଲା ନସରିନ ନିଜ ସମଲିଙ୍ଗୀ ପାର୍ଟନରଙ୍କୁ ପାଇବା ପାଇଁ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ନସରିନ ତାଙ୍କ ଆବେଦନରେ କହିଥିଲେ ଯେ ସେ ଓ ତାଙ୍କ ପାର୍ଟନର ଫତିମା ନୋରାଙ୍କୁ ଉଭୟଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି। ୬ ଦିନ ତଳେ ନୋରାଙ୍କୁ ତାଙ୍କ ସମ୍ପର୍କୀୟମାନେ ଅପହରଣ କରି ନେଇଥିଲେ। ଫତିମା ନୋରା ତାଙ୍କ ସହ ରହିବା ପାଇଁ କେରଳର ଅଲୁଭାକୁ ରହିବା ପାଇଁ ଆସିଥିଲେ। ହେଲେ ତାଙ୍କୁ ଏଠାରୁ ଅପହରଣ କରାଯାଇଥିଲା ବୋଲି ନସରିନ କହିଥିଲେ।

ଅପହରଣ ପରେ ନସରିନ ବିଭିନ୍ନ ସ୍ଥାନରେ ନୋରାଙ୍କୁ ଖୋଜିଥିଲେ। ହେଲେ ତାଙ୍କର ପତ୍ତା ନ ମିଳିବାରୁ ମଙ୍ଗଳବାର ସକାଳେ ସେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନୋରାଙ୍କ ନିଖୋଜ ସଂକ୍ରାନ୍ତରେ ଆବେଦନ କରିଥିଲେ। କେରଳ ହାଇକୋର୍ଟ ପିଟିସନଙ୍କୁ ଗ୍ରହଣ କରିବା ସହ ନୋରାଙ୍କୁ ହାଜର କରାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

ନସରିନଙ୍କୁ ମଧ୍ୟ ସମାନ ସମୟରେ ଉପସ୍ଥିତ ରହିବାକୁ କୋର୍ଟ ସମନ କରିଥିଲେ। ଉଭୟ କୋର୍ଟରେ ହାଜର ହେବା ପରେ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ। ଜଷ୍ଟିସ ଚନ୍ଦ୍ରନ ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କୁ ଏକାଠି ରହିବାକୁ କେବେ ହେଲେ ବାରଣ କରାଯାଇ ପାରିବ ନାହିଁ। ତେଣୁ ନସରିନ ଓ ନୋରା ଏକାଠି ରହିବେ ବୋଲି କହିଛନ୍ତି।

୨୨ ବର୍ଷୀୟ ନସରିନ ଓ ୨୩ ବର୍ଷୀୟ ନୋରା ସେମାନଙ୍କ ସ୍କୁଲ ସମୟରୁ ପରସ୍ପର ସହ ସମ୍ପର୍କ ରଖି ଆସିଛନ୍ତି। ଉଭୟ ସାଉଦି ଆରବରେ ପଢ଼ୁଥିଲା ବେଳେ ପରସ୍ପରର ସଂସ୍ପର୍ଶରେ ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ସେମାନେ ସମଲିଙ୍ଗୀ ହୋଇଥିବାରୁ ଏହାକୁ ପରିବାର ଲୋକ ବିରୋଧ କରିଥିଲେ।

ତେବେ ଗ୍ରାଜ୍ୟୁଏସନ ପରେ ଉଭୟ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ନୋରା ଅଲୁଭାକୁ ଆସି ନସରିନଙ୍କ ସହ ରହିବାକୁ ଚାହୁଁଥିଲେ। ସେ କିଛି ଦିନ ନସରିନଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ରହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ନୋରାଙ୍କୁ ତାଙ୍କ ପରିବାର ଲୋକ ଅପହରଣ କରି ନେବାରୁ ନସରିନଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story