ହିଜାବ ବିବାଦ: ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ହିଜାବ ବ୍ୟାନକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ଏକ ଉପଯୁକ୍ତ ବେଞ୍ଚରେ ଏହାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନା କହିଥିବା ନେଇ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି। ପ୍ରଶାନ୍ତ ଭୂଷଣ କହିଛନ୍ତି, ଏ ପ୍ରସଙ୍ଗରେ ଗତ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ହେଲେ ଶୁଣାଣି ପାଇଁ […]

Hijab

Tapas Behera
  • Published: Wednesday, 13 July 2022
  • , Updated: 13 July 2022, 09:31 PM IST

ନୂଆଦିଲ୍ଲୀ: ହିଜାବ ବ୍ୟାନକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ।

ଏକ ଉପଯୁକ୍ତ ବେଞ୍ଚରେ ଏହାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନା କହିଥିବା ନେଇ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି।

ପ୍ରଶାନ୍ତ ଭୂଷଣ କହିଛନ୍ତି, ଏ ପ୍ରସଙ୍ଗରେ ଗତ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ହେଲେ ଶୁଣାଣି ପାଇଁ ଲିଷ୍ଟିଂ ହୋଇ ପାରି ନଥିଲା।

ସୂଚନାଯୋଗ୍ୟ, ହିଜାବ ଇସଲାମ ଧର୍ମର ଅଂଶବିଶେଷ ନୁହେଁ ବୋଲି ଗତ ମାର୍ଚ୍ଚ ମାସରେ କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଥିଲେ। କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ଲାଗିଥିବା ବ୍ୟାନକୁ କାଏମ ରଖିଥିଲେ।

କୋର୍ଟ କହିଥିଲେ, ସ୍କୁଲରେ ପ୍ରଚଳିତ ୟୁନିଫର୍ମକୁ ପିନ୍ଧିବାକୁ କେହି ବି ମନା କରିପାରିବେ ନାହିଁ। ନିୟମ ପ୍ରଣୟନ କରିବାର ଅଧିକାର କର୍ଣ୍ଣାଟକ ସରକାରଙ୍କର ରହିଛି। ତେଣୁ ହିଜାବ ଉପରେ ସରକାର ଲଗାଇଥିବା ବ୍ୟାନକୁ ବଦଳାଇବାର ଆବଶ୍ୟକତା ନାହିଁ।

 

Related story