ନୂଆଦିଲ୍ଲୀ: ହିନ୍ଦୁମାନେ ମୁସଲିମ ସୂତ୍ର ଗ୍ରହଣ କରି ସେମାନଙ୍କ ପିଲାମାନଙ୍କୁ ଅଳ୍ପ ବୟସରେ ବିବାହ କରିବା ଉଚିତ୍। ଅଲଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରେଟିକ୍ ଫ୍ରଣ୍ଟର ସଭାପତି ବଦୁରୁଦ୍ଦିନ ଅଜମଲ ଏହା କହିଛନ୍ତି। ମୁସଲମାନ ଯୁବକମାନେ ୨୦-୨୨ ବର୍ଷ ବୟସରେ ବିବାହ କରନ୍ତି। ମୁସଲିମ ମହିଳାମାନେ ୧୮ ବର୍ଷରେ ବିବାହ ପାଇଁ ଆଇନତଃ ସୀକୃତି ରହିଛି। କିନ୍ତୁ ବିବାହ ପୂର୍ବରୁ ହିନ୍ଦୁମାନେ ଗୋଟିଏ, ଦୁଇ କିମ୍ବା ତିନୋଟି ବେଆଇନ ପତ୍ନୀଙ୍କୁ ରଖୁଛନ୍ତି। ସେମାନେ ପିଲା ଜନ୍ମ କରନ୍ତି ନାହିଁ। କେବଳ ଉପଭୋଗ କରନ୍ତି । ଆଉ ଟଙ୍କା ସଞ୍ଚୟ କରନ୍ତି ବୋଲି ବଦୁରୁଦ୍ଦିନ ଅଜମଲ କହିଛନ୍ତି। ମୁସଲମାନମାନେ ଜନସଂଖ୍ୟା ବୃଦ୍ଧି କରୁଥିବା ଅଭିଯୋଗ ସମ୍ପର୍କରେ ବଦୁରୁଦ୍ଦିନ କହିଛନ୍ତି ଯେ, ୪୦ ବର୍ଷ ପରେ ହିନ୍ଦୁମାନେ ପରିବାର ଚାପରେ ବିବାହ କରୁଛନ୍ତି। ନଚେତ ଯଦି ସେମାନେ କେଣେ ଫସି ଯାଉଛନ୍ତି ତେବେ ବିବାହ କରୁଛନ୍ତି।
ତେଣୁ ୪୦ ବର୍ଷ ପରେ ଜଣେ କେମତି ଛୁଆ ଜନ୍ମ କରିବ ବୋଲି ଆପଣ ଭାବୁଛନ୍ତି। ଯଦି ତୁମେ ଉର୍ବର ଜମିରେ ବୁଣିବ, ତୁମେ ଭଲ ଫସଲ ପାଇବ। ଭଲ ଚାଷ ହେବ। ତେଣୁ ମୁଲସମାନ ଫର୍ମୁଲାଙ୍କୁ ହିନ୍ଦୁମାନେ ଆପଣାଇବା ଉଚିତ। ନିଜ ପୁଅ ଝିଅଙ୍କୁ ୨୦-୨୨ ବର୍ଷରେ ବିବାହ କରିବା ଉଚିତ୍। ଝିଅମାନଙ୍କୁ ୨୦ ବର୍ଷ ବିବାହ କରିବା ଉଚିତ। ପୁଣି ଦେଖନ୍ତୁ ଆପଣଙ୍କ କେତେ ଛୁଆ ଜନ୍ମ ହେଉଛନ୍ତି। କିନ୍ତୁ ଅବୈଧ ସମ୍ପର୍କ ରଖିବାକୁ ସେ ବାରଣ କରିଛନ୍ତି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଲଭଜିହାଦ ଆଇନ ଆଣିବାକୁ ମନ୍ତବ୍ୟ ଦେଇଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ବଦୁରୁଦ୍ଦିନ କହିଛନ୍ତି ଯେ, ହିମନ୍ତ ବିଶ୍ୱ ଶର୍ମା ବର୍ତ୍ତମାନ ଜାତୀୟସ୍ତରରେ ବଡ଼ ନେତା।
ସେ ଲଭ ଜିହାଦ ଆଇନ ଆଣନ୍ତୁ। କିଏ ତାଙ୍କୁ ରୋକୁଛି। କିନ୍ତୁ ମୁସଲିମ ଯୁବତୀମାନେ ମଧ୍ୟ ଲଭ ଜିହାଦର ଶିକାର ହେଉଛନ୍ତି। ଆମ ଝିଅମାନଙ୍କୁ ମଧ୍ୟ ହିନ୍ଦୁ ପୁଅମାନେ ଫସାଉଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି।