ଦିନେ ଘନିଷ୍ଠ ବନ୍ଧୁ ଥିଲେ ଗୋଗି ଓ ଟିଲୁ, କିନ୍ତୁ ୨୦୧୦ରେ…

ନୂଆଦିଲ୍ଲୀ: ସବୁଦିନ ପରି ଶୁକ୍ରବାର ଦିଲ୍ଲୀର ରୋହିଣୀ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଏହାରି ଭିତରେ ଓକିଲ ବେଶରେ ଦୁଇ ଜଣ ବ୍ୟକ୍ତି ହାଜର ପାଇଁ ପହଞ୍ଚଥିବା ଦୁର୍ଦ୍ଦାନ୍ତ ଅପରାଧି ଜିତେନ୍ଦ୍ର ଓରଫ୍ ଗୋଗି ଉପରକୁ ଘନଘନ ଗୁଳିବର୍ଷା କରିଥିଲେ। ପୁଲିସ୍ ମଧ୍ୟ ପାଲଟା ଆକ୍ରମଣ କରି ଓକିଲ ବେଶରେ ଆସିଥିବା ଦୁଇ ଜଣଙ୍କୁ ଗୁଳି କରିଥିଲା। ଏହି ଗୁଳି ବିନିମୟରେ ଜଣେ ଓକିଲ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ଦିନ ଦ୍ୱିପହରରେ କୋର୍ଟ ଭିତରେ ଘଟିଥିବା ଏହି […]

gogi-and-tillyu

Ranjit Kumar Jena
  • Published: Friday, 24 September 2021
  • , Updated: 24 September 2021, 08:55 PM IST

ନୂଆଦିଲ୍ଲୀ: ସବୁଦିନ ପରି ଶୁକ୍ରବାର ଦିଲ୍ଲୀର ରୋହିଣୀ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଏହାରି ଭିତରେ ଓକିଲ ବେଶରେ ଦୁଇ ଜଣ ବ୍ୟକ୍ତି ହାଜର ପାଇଁ ପହଞ୍ଚଥିବା ଦୁର୍ଦ୍ଦାନ୍ତ ଅପରାଧି ଜିତେନ୍ଦ୍ର ଓରଫ୍ ଗୋଗି ଉପରକୁ ଘନଘନ ଗୁଳିବର୍ଷା କରିଥିଲେ। ପୁଲିସ୍ ମଧ୍ୟ ପାଲଟା ଆକ୍ରମଣ କରି ଓକିଲ ବେଶରେ ଆସିଥିବା ଦୁଇ ଜଣଙ୍କୁ ଗୁଳି କରିଥିଲା। ଏହି ଗୁଳି ବିନିମୟରେ ଜଣେ ଓକିଲ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ଦିନ ଦ୍ୱିପହରରେ କୋର୍ଟ ଭିତରେ ଘଟିଥିବା ଏହି ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇଛି। ପୁଲିସ୍ ସୂତ୍ରରେ କୁହାଯାଇଛି ଯେ ଏହି ଭୟଙ୍କର ଘଟଣା ଗ୍ୟାଙ୍ଗୱାରର ପରିଣାମ, ଯାହା ଦୀର୍ଘ ଦିନ ଧରି ଗୋଗି ଓ ଟିଲୁ ତାଜପୁରିଆ ଗ୍ୟାଙ୍ଗ ମଧ୍ୟରେ ଚାଲିଆସୁଛି।

ଏହି ଘଟଣା ଦିଲ୍ଲୀର ଦୁଇ ବଡ ଗ୍ୟାଙ୍ଗଷ୍ଟର ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମଧ୍ୟ ମନେ ପକାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଟିଲୁ ତାଜପୁରିଆ ଏବଂ ଜିତେନ୍ଦ୍ର ଗୋଗୀଙ୍କ ମଧ୍ୟରେ କଲେଜ ଦିନରୁ ତିକ୍ତତା ରହିଥିଲା। ଏକଦା ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ, କିନ୍ତୁ ୨୦୧୦ରେ ଦିଲ୍ଲୀର ଏକ କଲେଜର ଛାତ୍ର ସଂଘ ନିର୍ବାଚନରେ ଦୁହେଁ ପରସ୍ପରର ଶତ୍ରୁ ହୋଇଥିଲେ। କେବଳ ଏତିକି ନୁହେଁ, ୨୦୧୮ରେ ଉଭୟଙ୍କ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଦିଲ୍ଲୀର ବୁରାରୀ ଅଞ୍ଚଳରେ ଘଟିଥିବା ଗ୍ୟାଙ୍ଗ ଯୁଦ୍ଧରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଥିଲେ। କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଗ୍ୟାଙ୍ଗ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ହୋଇସାରିଛି।

ରୋହିଣୀ କୋର୍ଟରେ ଗୁଳି ବିନିମୟରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ମାନ୍ ଓରଫ୍ ଗୋଗି ଦିଲ୍ଲୀ-ହରିୟାଣା ସୀମା ନିକଟ ଆଲିପୁର ଅଞ୍ଚଳର ବାସିନ୍ଦା ଥିଲେ। ଏକ ସମୟରେ ସେ ଦିଲ୍ଲୀ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାର ଶୀର୍ଷରେ ଥିଲେ। ଏହାବ୍ୟତୀତ ସେ ନିଜେ ତିହାର ଜେଲରେ ଥିବା ବେଳେ ଦୁବାଇର ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ମାଗି ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ ଯେ ଗୋଗୀର ଏତେ ପ୍ରଭାବ ଥିଲା ଯେ ସେ ଜେଲରୁ ଅପହର ଓ ହତ୍ୟା ଭଳି ଅପରାଧ ଘଟାଉଥିଲା। ଏପରିକି ସେ ତିନିଥର ପୁଲିସ ହେପାଜତରୁ ଫେରାର୍ ହୋଇଥିଲା। ଜୁଲାଇ ୩୦, ୨୦୧୬ ରେ ସେ ବାହାଦୂରଗଡରୁ ଦିଲ୍ଲୀ ପୁଲିସର ହେପାଜତରୁ ପଳାୟନ କରିଥିଲା।

ଗୋଗୀଙ୍କ ପରି ଟିଲୁ ତାଜପୁରିଆ ମଧ୍ୟ ଜଣେ ଅତି ଭୟଙ୍କର ଅପରାଧୀ। ସେ ଏବେ ତିହାର ଜେଲରେ ମଧ୍ୟ ରହି ତା' ଗ୍ୟାଙ୍ଗକୁ ସେଠାରୁ ପରିଚାଳନା କରୁଛି। ଦୁଇ ଗ୍ୟାଙ୍ଗ ମଧ୍ୟରେ ଯୁଦ୍ଧ ୨୦୧୦ରୁ ଆରମ୍ଭ ହୋଇଥିଲା, କିନ୍ତୁ ଏହି ରକ୍ତାକ୍ତ ଯୁଦ୍ଧ ୨୦୧୩ରେ ତୀବ୍ର ହୋଇଥିଲା, ଯେତେବେଳେ ଅନ୍ୟ ଜଣେ ଅପରାଧୀଙ୍କୁ ପୁଲିସ ହତ୍ୟା କରିଥିଲା। ପୁଲିସର ଏନକାଉଣ୍ଟରରେ ନିତୁ ଦାବୋଡିଆଙ୍କ ମୃତ୍ୟୁ ଘଟିଛି।

ଏହା ବ୍ୟତୀତ ନିଜକୁ ଦିଲ୍ଲୀର ଡନ୍ ବୋଲି କହୁଥିବା ନୀରଜ ବାୱାନିଆକୁ ମଧ୍ୟ ପୁଲିସ ଗିରଫ କରି ଜେଲରେ ରଖିଥିଲା। ଏହା ପରେ ଦିଲ୍ଲୀରେ ଅପରାଧ ଜଗତରେ ନାଁ କମାଇବା ପାଇଁ ଜିତେନ୍ଦ୍ର ଗୋଗି ଏବଂ ଟିଲୁ ତାଜପୁରିଆ ମଧ୍ୟରେ ଯୁଦ୍ଧ ତୀବ୍ରତର ହୋଇଥିଲା। ଶୁକ୍ରବାର ଦିନ ରୋହିଣୀ କୋର୍ଟରେ ଗୁଳି ବିନିମୟ ସହ ଏହି ବିବାଦ ଶେଷ ହୋଇଛି। କିନ୍ତୁ ଯେଉଁଭଳି ଭାବେ ଗ୍ୟାଙ୍ଗ ଯୁଦ୍ଧର ଏହି ଶେଷ ଅଧ୍ୟାୟ ଶେଷ ହେଲା, ତାହା କୋର୍ଟର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story