‘ମୁଁ ଘୁଷୁରୀ ସହ ନ ଲଢ଼ିବାକୁ ଶିଖିଛି’

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟ ଖାନଙ୍କ ଗିରଫଦାରିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବୟାନବାଜି ଜାରି ରହିଛି। ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଆଜି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ଜବାବ ଦେଇଛି  ବିଜେପି । ନବାବ ମଲିକଙ୍କ  ହାଇଡ୍ରୋଜେନ୍‌ ବମକୁ କଟାକ୍ଷ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ କହିଛନ୍ତି ତାହା ଫୁଲଝଡ଼ି ବି ନୁହଁ। ଅଣ୍ଡରୱାର୍ଲ୍ଡ ସଦସ୍ୟଙ୍କ ସହ ବିଜେପିର ସମ୍ପର୍କ ଥିବା ନବାବ ଅଭିଯୋଗ ଆଣିଥିଲେ। ସେ ଆହୁରି କହିଥିଲେ […]

fadnavis

fadnavis

Tapas Behera
  • Published: Wednesday, 10 November 2021
  • Updated: 10 November 2021, 07:02 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟ ଖାନଙ୍କ ଗିରଫଦାରିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବୟାନବାଜି ଜାରି ରହିଛି। ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଆଜି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ଜବାବ ଦେଇଛି  ବିଜେପି । ନବାବ ମଲିକଙ୍କ  ହାଇଡ୍ରୋଜେନ୍‌ ବମକୁ କଟାକ୍ଷ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ କହିଛନ୍ତି ତାହା ଫୁଲଝଡ଼ି ବି ନୁହଁ।

ଅଣ୍ଡରୱାର୍ଲ୍ଡ ସଦସ୍ୟଙ୍କ ସହ ବିଜେପିର ସମ୍ପର୍କ ଥିବା ନବାବ ଅଭିଯୋଗ ଆଣିଥିଲେ। ସେ ଆହୁରି କହିଥିଲେ ଯେ, ଫେକ୍‌ କରେନ୍ସି ମାମଲାରେ ପ୍ରଚ୍ଛଦପଟର ଥିବା ଖଳନାୟକଙ୍କୁ ‍ଫଡ଼ନଭିସ ସରକାର ସୁରକ୍ଷା ଦେଇଥିଲେ। ଯେଉଁ ଫେକ୍‌ କରେନନ୍ସିକୁ ନେଇ ସମୀର ୱାଙ୍ଖଡ଼େ ତଦନ୍ତ କରୁଥିଲେ। ଏଥିସହ ଫଡ଼ନଭିସ ମୋ ପ୍ରସଙ୍ଗକୁ ବୁଲେଇ ଦେବାକୁ ଚେଷ୍ଟା କରୁଛନ୍ତି ଏବଂ ସମୀର ୱାଙ୍ଖଡ଼େଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି। ନୀରିହ ଲୋକଙ୍କୁ ଫେକ କେସ୍‌ରେ ଫସାଉଥିବା ସମୀର ୱାଙ୍ଖଡ଼େଙ୍କୁ ସୁରକ୍ଷା ଦେବାକୁ ବିଜେପି ଚେଷ୍ଟା କରୁଛି ବୋଲି  ନବାବ ଅଭିଯୋଗ ଆଣିଛନ୍ତି।

ଆର୍ଯ୍ୟ ଖାନଙ୍କ ମାମଲାରେ  ନବାବ ମଲିକ ଲଗାତାର ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି। ନିଜ ଫାଇଦା ପାଇଁ ବିଜେପି ଏନସବିକୁ ବ୍ୟବହାର କରୁଥିବା ଅଭିଯୋଗ କରି ଆସୁଛନ୍ତି।  ଜବାବରେ ଦେବାକୁ ଯାଇ ଶ୍ରୀ ଫଡନଭିସ୍ ବିଖ୍ୟାତ ଲେଖକ ଜର୍ଜ ବର୍ନାଡ ସଙ୍କ ଉକ୍ତିକୁ ଉଦ୍ଧୃତ କରି କହିଛନ୍ତି ଯେ, "I learned long ago never to wrestle with a pig. You get dirty, and besides, the pig likes it." ଏହାର ଅର୍ଥ ହେଉଛି ମୁଁ ଘୁଷୁରୀ ସହ ନ ଲଢ଼ିବାକୁ  ବହୁ ପୂର୍ବରୁ ଶିଖିଛି। ଘୁଷୁରୀ ସହ ଲଢ଼ିଲେ ଆପଣ ବି ମଇଳା ହୋଇଯିବେ। ଘଷୁରୀ ତାହା ପସନ୍ଦ କରେ।  ଅନ୍ୟପକ୍ଷରେ ନବାବ କହିଥିଲେ ଯେ,  ଆପଣ ମାନେ ହିଁ ଅଣ୍ଡର ୱାଲଡ୍‌  ସହ ସମ୍ପର୍କ ଥିବା ଲୋକଙ୍କୁ ମୁଖ୍ୟ କରୁଛନ୍ତି।

ସୂଚନା ଅନୁଯାୟୀ, ବିଜେପିର ଅଭିଯୋଗ ପରେ ନବାବ ମଲିକ ହାଇଡ୍ରୋଜେନ ବମ ପକାଇବେ ବୋଲି କହିଥିଲେ। ଫଡ଼ନଭିସଙ୍କ ଶାସନ କାଳ ମଧ୍ୟରେ ହୋଇଥିବା ବିଭିନ୍ନ ନିଯୁକ୍ତି ଉପରେ ସନ୍ଦେହ ପ୍ରକାଶ କରି ସେ ଅଭିଯୋଗ କରିଥିଲେ। ପ୍ରମୁଖ ପଦବୀମାନଙ୍କରେ ‘ସନ୍ଦେହଜନକ ପାକିସ୍ତାନ ସମ୍ପୃକ୍ତି ଥିବା’ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରାଯାଇଥିଲା। ସେ ମଧ୍ୟ କହିଛନ୍ତି ଯେ, ଫଡ଼ନଭିସଙ୍କ ବାହୁଛାୟା ତଳେ ମହାରାଷ୍ଟ୍ରରେ ଜାଲ୍‌ଟଙ୍କା ରାକେଟ୍‌ ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos