ମୁସେୱାଲା ବାପାଙ୍କ ଚେତାବନୀ, ନ୍ୟାୟ ନ ମିଳିଲେ ଦେଶ ଛାଡ଼ି ଦେବେ

ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ଢ଼େର ଅଧିକ ଦିନ ବିତି ଗଲାଣି। ହେଲେ ଏଯାଏଁ ମୁସେୱାଲାଙ୍କୁ ମିଳିନି ନ୍ୟାୟ। ଏହାରି ଭିତରେ ରବିବାର ସିଦ୍ଧୁ ମୁସେୱାଲାଙ୍କ ନାଁ କୁଖ୍ୟାତ ଅପରାଧୀଙ୍କ ସହ ଯୋଡିବାକୁ ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ମାସକ ଭିତରେ ତାଙ୍କ ପୁଅକୁ ନ୍ୟାୟ ନ ମିଳେ ତେବେ ସେ ହତ୍ୟା ମାମଲା ପ୍ରତ୍ୟାହାର କରିବା ସହ ଦେଶ ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି। ଏକ ସୁଚିନ୍ତିତ […]

sidhu-moose-wala-s-father

Madhupriya Mistry
  • Published: Monday, 31 October 2022
  • , Updated: 31 October 2022, 02:06 PM IST

ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ଢ଼େର ଅଧିକ ଦିନ ବିତି ଗଲାଣି। ହେଲେ ଏଯାଏଁ ମୁସେୱାଲାଙ୍କୁ ମିଳିନି ନ୍ୟାୟ। ଏହାରି ଭିତରେ ରବିବାର ସିଦ୍ଧୁ ମୁସେୱାଲାଙ୍କ ନାଁ କୁଖ୍ୟାତ ଅପରାଧୀଙ୍କ ସହ ଯୋଡିବାକୁ ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ମାସକ ଭିତରେ ତାଙ୍କ ପୁଅକୁ ନ୍ୟାୟ ନ ମିଳେ ତେବେ ସେ ହତ୍ୟା ମାମଲା ପ୍ରତ୍ୟାହାର କରିବା ସହ ଦେଶ ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି।

ଏକ ସୁଚିନ୍ତିତ ଷଡଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ମୁସେୱାଲାଙ୍କ ବାପା ବଲକୌର ସିଂହ ଦାବି କରିଛନ୍ତି। ନଭେମ୍ବର ୨୫ ତାରିଖରେ ତାଙ୍କ ମାମଲାର ଶୁଣାଣି ହେବ। ଗ୍ୟାଙ୍ଗ ପ୍ରତିଦ୍ୱନ୍ଦ୍ୱିତା ହେତୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗକୁ ବଲକୌର ସିଂହ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।

ଚଳିତ ବର୍ଷ ମେ’ ୨୯ ତାରିଖରେ ପଞ୍ଜାବର ମନସା ଜିଲ୍ଲାରେ ସିଦ୍ଧୁ ମୁସେୱାଲାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ତଦନ୍ତ ପାଇଁ ପରିବାର ପ୍ରଶାସନକୁ ପୂରା ସହଯୋଗ କରୁଛି ବୋଲି ମୁସେୱାଲାଙ୍କ ବାପା କହିଛନ୍ତି। କିନ୍ତୁ ବୋଧହୁଏ ପ୍ରଶାସନ ତାଙ୍କୁ ଦୁର୍ବଳ ଭାବୁଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସିଦ୍ଧୁ ମୁସେୱାଲାଙ୍କୁ ଗ୍ୟାଙ୍ଗୱାର୍‌ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା।

Related story