ଆଇଏଏସ୍‌ କହିଲେ ପବନରେ ଭୁଶୁଡ଼ିଲା ବ୍ରିଜ୍‌, ବିଶ୍ୱାସ କରିପାରିଲେନି ଗଡ଼କରୀ

ନୂଆଦିଲ୍ଲୀ: ପ୍ରବଳ ପବନ ଯୋଗୁ ବିହାରର ସୁଲତାନଗଞ୍ଜରେ ତିଆରି ଚାଲିଥିବା ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିବା କଥା ଶୁଣି ଆଶ୍ଚର୍ଯ୍ୟଚକିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ଜଣେ ଆଇଏଏସ୍‌ ଅଧିକାରୀ ପବନ ହିଁ ବ୍ରିଜକୁ ଭାଙ୍ଗି ଦେବା କଥା କହିବାରୁ ସେ ହଠାତ୍‌ ଏହାକୁ ବିଶ୍ୱାସ କରିପାରି ନଥିଲେ। ଏହା ପଛରେ ଆଉ କିଛି କାରଣ ଥାଇ ପାରେ ବୋଲି ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନିଜେ ଗଡ଼କରୀ ସୂଚନା ଦେଇଛନ୍ତି। […]

Bridge

Hemant Lenka
  • Published: Tuesday, 10 May 2022
  • , Updated: 10 May 2022, 04:45 PM IST

ନୂଆଦିଲ୍ଲୀ: ପ୍ରବଳ ପବନ ଯୋଗୁ ବିହାରର ସୁଲତାନଗଞ୍ଜରେ ତିଆରି ଚାଲିଥିବା ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିବା କଥା ଶୁଣି ଆଶ୍ଚର୍ଯ୍ୟଚକିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ଜଣେ ଆଇଏଏସ୍‌ ଅଧିକାରୀ ପବନ ହିଁ ବ୍ରିଜକୁ ଭାଙ୍ଗି ଦେବା କଥା କହିବାରୁ ସେ ହଠାତ୍‌ ଏହାକୁ ବିଶ୍ୱାସ କରିପାରି ନଥିଲେ। ଏହା ପଛରେ ଆଉ କିଛି କାରଣ ଥାଇ ପାରେ ବୋଲି ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନିଜେ ଗଡ଼କରୀ ସୂଚନା ଦେଇଛନ୍ତି।

ଗଙ୍ଗା ଉପରେ ନିର୍ମାଣ ଚାଲିଥିବା ରୋଡ୍‌ ବ୍ରିଜ୍‌ର କିଛି ଅଂଶ ଏପ୍ରିଲ ୨୯ରେ ଭୁଶୁଡ଼ି ପଡ଼ିଥିଲା। ବିହାରର ସୁଲତାନଗଞ୍ଜରେ ଏହି ବ୍ରିଜ୍‌ର ନିର୍ମାଣ ଚାଲିଛି। କାଳବୈଶାଖୀ ବର୍ଷା ଓ ପବନ ବେଳେ ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ିଇଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷୟକ୍ଷତି ହୋଇନାହିଁ। ବର୍ଷା ଓ ପବନ ଯୋଗୁ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ସମ୍ପର୍କରେ ଗଡ଼କରୀ ଗୋଟିଏ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଏପ୍ରିଲ ୨୯ରେ ବିହାରରେ ଗୋଟିଏ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ମୁଁ ମୋ ସଚିବଙ୍କୁ ଏହାର କାରଣ ପଚାରିଥିଲି। ସେ ବ୍ରିଜ ଭୁଶୁଡ଼ିବା ପଛରେ ପ୍ରବଳ ପବନକୁ ଦାୟୀ କରିଥିଲେ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ଜଣେ ଆଇଏଏସ୍‌ ଅଫିସର ଏପରି କଥାକୁ କେମିତି ବିଶ୍ୱାସ କଲେ ଓ ମୋତେ ଜଣାଇଲେ? ଏକଥାକୁ ମୁଁ ବେଶ କିଛି ସମୟ ବସି ଭାବିଥିଲି। ମୁଁ ବୁଝି ପାରୁ ନଥିଲେ ଯେ ପବନ କେମିତି ଗୋଟିଏ ବ୍ରିଜ୍‌ ଭୁଶୁଡ଼ିଲା? ଏହା ପଛରେ ଆଉ କିଛି ନା କିଛି ସମସ୍ୟା ରହିଛି।”

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ଏପରି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଆହୁରି କହିଛନ୍ତି, “ବ୍ରିଜ ନିର୍ମାଣ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ ହ୍ରାସ କରିବାକୁ ପଡ଼ିବ। ହେଲେ ଏହା ଗୁଣବତ୍ତାରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ।”


ଅନ୍ୟପକ୍ଷରେ ବ୍ରିଜ୍‌ କେମିତି ଭୁଶୁଡ଼ିଲା, ତା’ର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ଦ୍ଦେଶ ଦେଇଥିବା ସ୍ଥାନୀୟ ବିଧାୟକ ଲଳିତ ନାରାୟଣ ମଣ୍ଡଳ ସୂଚନା ଦେଇଛନ୍ତି। ବ୍ରିଜ୍‌ ନିର୍ମାଣ ପାଇଁ ଖରାପ ଜିନିଷର ବ୍ୟବହାର କରାଯାଇଥିବା ଆଶଙ୍କାକୁ ବି ପ୍ରଶାସନ ଏଡ଼ାଇ ନାହିଁ। ଏହି ବ୍ରିଜ୍‌ ପାଇଁ ୧୭୧୦ କୋଟିର ବ୍ୟୟ ବରାଦ କରାଯାଇଛି। ବ୍ରିଜ୍‌ ଦ୍ୱାରା ସୁଲତାନଗଞ୍ଜ ଓ ଅଗୁଆନି ଘାଟ ମଧ୍ୟରେ ଯିବା ଆସିବା ସହଜ ହେବ। ବ୍ରିଜ୍‌ କାମ ୨୦୧୪ରୁ ଆରମ୍ଭ ହୋଇଥିବା ବେଳେ ୨୦୧୯ରେ ସରିବାର ଥିଲା। କିନ୍ତୁ ଏଯାଏ କାମ ଜାରି ରହିଛି।

Related story