କରୋନାର ତୃତୀୟ ଲହରକୁ ରୋକିବାର ଉପାୟ କହିଲେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଥିବା ବେଳେ ତୃତୀୟ ଲହର ଆସିବାର ସଙ୍କେତ ମିଳିଛି। ଦୁଇ ଦିନ ପୂର୍ବରୁ କେନ୍ଦ୍ର ସରକାର ତୃତୀୟ ଲହର ଆସିବ ବୋଲି କହିବା ପରେ ଲୋକଙ୍କ ମନରେ ଛନକା ପଶିଥିଲା। ସୁପ୍ରିମକୋର୍ଟ ମଧ୍ୟ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ହେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ତୃତୀୟ ଲହର ରୋକିବାର ଫର୍ମୁଲା କହିଛନ୍ତି। ଯଦି ଏବେଠାରୁ କଠୋର ପଦକ୍ଷେପ […]

Corona1

Hemant Lenka
  • Published: Friday, 07 May 2021
  • , Updated: 07 May 2021, 07:37 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଥିବା ବେଳେ ତୃତୀୟ ଲହର ଆସିବାର ସଙ୍କେତ ମିଳିଛି। ଦୁଇ ଦିନ ପୂର୍ବରୁ କେନ୍ଦ୍ର ସରକାର ତୃତୀୟ ଲହର ଆସିବ ବୋଲି କହିବା ପରେ ଲୋକଙ୍କ ମନରେ ଛନକା ପଶିଥିଲା। ସୁପ୍ରିମକୋର୍ଟ ମଧ୍ୟ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ହେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏସବୁ ଭିତରେ ଆଜି କେନ୍ଦ୍ର ସରକାର ତୃତୀୟ ଲହର ରୋକିବାର ଫର୍ମୁଲା କହିଛନ୍ତି। ଯଦି ଏବେଠାରୁ କଠୋର ପଦକ୍ଷେପ ନିଆଯାଏ ଓ ଏହାକୁ ସବୁ ସ୍ତରରେ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଏ, ତା’ହେଲେ ଦେଶରେ ତୃତୀୟ ଲହରର ଭୟବହତାକୁ ରୋକାଯାଇପାରିବ ବୋଲି ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ କହିଛନ୍ତି। ଦୁଇ ଦିନ ତଳେ ସେ ହିଁ ଦେଶକୁ କରୋନାର ତୃତୀୟ ଲହର ଆସିବା ଅବଶ୍ୟମ୍ଭାବୀ ବୋଲି କହିଥିଲେ।

ଆଜି ସାମ୍ବାଦିକ ସମ୍ମିଳନୀରେ କେ ବିଜୟ ରାଘବନ କହିଛନ୍ତି, ଯଦି ଆମେ କଠୋର ପଦକ୍ଷେପ ନେବା, ତା’ହେଲେ ଦେଶକୁ ତୃତୀୟ ଲହରର ପ୍ରଳୟ ରୂପକୁ ସମ୍ମୁଖୀନ ହେବାକୁ ପଡ଼ିବନାହିଁ। ଦେଶର କୌଣସି ପ୍ରାନ୍ତରେ ବି ଏହାର ପ୍ରକୋପ ଦେଖିବାକୁ ମିଳିବନି। ତେବେ କେବଳ କଠୋର ପଦକ୍ଷେପ ନେଇଗଲେ ହେବନି, ଏହାକୁ ଜିଲ୍ଲା, ଗାଁ ଓ ରାଜ୍ୟସ୍ତରରେ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।

ଗାଇଡଲାଇନକୁ କେତେ କଡ଼ାକଡ଼ି ଭାବେ ପାଳନ କରାଯାଉଛି, ତା’ ଉପରେ ହିଁ କରୋନାର ତୃତୀୟ ୱେଭର ଭୟାବହତା ନିର୍ଭର କରିବ। ତେଣୁ ଆମକୁ କଠୋର ପଦକ୍ଷେପ ନେବା ସହ ଏହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଯଦି ସବୁ କିଛି ଠିକ୍‌ ଭାବେ ପାଳନ କରାଯାଏ, ତା’ହେଲେ ଦେଶକୁ କେବେ ହେଲେ ତୃତୀୟ ଲହରକୁ ସାମ୍ନାକୁ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଦୁଇ ଦିନ ତଳେ ରାଘବନ କହିଥିଲେ, କରୋନା ଭ୍ୟାରିଆଣ୍ଟରେ ଯେଉଁଭଳି ପରିବର୍ତ୍ତନ ଘଟୁଛି, ଆମକୁ ତୃତୀୟ ୱେଭ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଏହା କେବେ ଦେଶକୁ ଆସିବ, ତାହା କହିବା ମୁସ୍କିଲ। କିନ୍ତୁ ତୃତୀୟ ଲହର ଅବଶ୍ୟମ୍ଭାବୀ। ତେଣୁ ଆମକୁ ଏହାର ମୁକାବିଲା ପାଇଁ ଏବେଠାରୁ ସବୁ ପ୍ରକାରର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶର ୧୨ଟି ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୧ ଲକ୍ଷ ଉପରେ ରହିଛି। ସେହିପରି ୭ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ଭିତରେ ରହିଛି। ୨୪ଟି ରାଜ୍ୟରେ ପଜିଟିଭିଟି ରେଟ ୧୫% ଉପରେ ରହିଥିବା ବେଳେ ୯ଟି ରାଜ୍ୟରେ ଏହା ୫ରୁ ୧୫% ଭିତରେ ରହିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଛିତିଶଗଡ଼ ଭଳି ସ୍ଥାନରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଉଛି ବୋଲି ମନ୍ତ୍ରଣାଳୟ କହିଛି।

Related story