ହିମ ସ୍ଖଳନ ପଛରେ ରେଡିଓଆକ୍ଟିଭ ଡିଭାଇସ!

ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ବରଫ ଖଣ୍ଡ ଖସି ସୃଷ୍ଟି ହୋଇଥିବା ବନ୍ୟାରେ ଏଯାଏ ୩୦ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ବି ୧୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସୁଡ଼ଙ୍ଗ ମଧ୍ୟରୁ ଏବେ ବି ଉଦ୍ଧାରକାରୀ ଦଳ ଲୋକଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ଏସବୁ ଭିତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଦେଇଛନ୍ତି ତପୋବନ ଅଞ୍ଚଳରେ ଥିବା ରାଣୀ ଗାଁର ଲୋକ। ସେମାନେ ବରଫ ଅତଡ଼ା ଖସିବା ପଛରେ ରେଡିଓଆକ୍ଟିଭ ଡିଭାଇସ ରହିଛି […]

uk

Hemant Lenka
  • Published: Tuesday, 09 February 2021
  • , Updated: 09 February 2021, 09:41 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ବରଫ ଖଣ୍ଡ ଖସି ସୃଷ୍ଟି ହୋଇଥିବା ବନ୍ୟାରେ ଏଯାଏ ୩୦ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ବି ୧୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସୁଡ଼ଙ୍ଗ ମଧ୍ୟରୁ ଏବେ ବି ଉଦ୍ଧାରକାରୀ ଦଳ ଲୋକଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି।

ଏସବୁ ଭିତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଦେଇଛନ୍ତି ତପୋବନ ଅଞ୍ଚଳରେ ଥିବା ରାଣୀ ଗାଁର ଲୋକ। ସେମାନେ ବରଫ ଅତଡ଼ା ଖସିବା ପଛରେ ରେଡିଓଆକ୍ଟିଭ ଡିଭାଇସ ରହିଛି ବୋଲି ସନ୍ଦେହ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା ଗରମ କିରଣ ହିଁ ବରଫକୁ ତରଳାଇଥିଲା ଓ ଏଥିପାଇଁ ପାହାଡ଼ ଉପରୁ ବରଫ ଖସି ବନ୍ୟା ହେଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅତର୍କିତ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନ ହେଉଛି ରାଣୀ ଗାଁ। ଗାଁ ଲୋକ କହିଛନ୍ତି ଯେ ଚାଇନାର ଗୁଇନ୍ଦାଗିରି କରିବା ପାଇଁ ଆମେରିକାର ସିଆଇଏ ଓ ଭାରତର ଆଇବି ନନ୍ଦାଦେବୀ ପାହାଡ଼ ଉପରେ ଏହି ରେଡିଓ ଆକ୍ଟିଭ ଡିଭାଇସ ଖଞ୍ଜି ଥିଲେ। ଏହାକୁ ଆଣିବିକ ଯୁଦ୍ଧାସ୍ତ୍ର ଠାବ କରିବା ପାଇଁ ଲଗା ଯାଇଥିଲା। ତେବେ ୧୯୬୫ ମସିହାରେ ଏହା ହଜି ଯାଇଥିଲା।

ଏହାକୁ ଖୋଜିବା ପାଇଁ ପ୍ରୟାସ ହୋଇଥିଲେ ହେଁ ପାହାଡ଼ର ବେସ୍‌ରେ ଏହାକୁ ଠାବ କରି ନପାରି ବିଶେଷଜ୍ଞମାନେ ଫେରି ଆସିଥିଲେ। ଏହାର ବର୍ଷକ ପରେ ସେମାନେ ପୁଣିଥରେ ପାହାଡ଼କୁ ଯାଇଥିଲେ ହେଁ ଏହାକୁ ପାଇ ନଥିଲେ। ଅର୍ଥାତ ସେବେଠାରୁ ଏହି ଡିଭାଇସଟି ସେହିଠାରେ ହିଁ କେଉଁଠି ଫସି ରହିଛି। ଏହି ଯନ୍ତ୍ରର କାର୍ଯ୍ୟ କରିବାର କ୍ଷମତା ୧୦୦ ବର୍ଷ। ତେଣୁ ଏବେ ବି ପାହାଡ଼ର କୌଣସି ଅଂଶରେ ରହି ଏହା ବିକିରଣ କରୁଛି।

ରବିବାର ଦିନ ଯେତେବେଳେ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟା ଆସିଲା ସେତେବେଳେ ଲୋକମାନେ ଅଲଗା ପ୍ରକାରର ପୋଡ଼ା ଗନ୍ଧ ବାରିଥିଲେ। ଉକ୍ତ ଗନ୍ଧ ଏତେ ମାରାତ୍ମକ ଥିଲା ଯେ ଲୋକମାନେ ଠିକ୍ ଭାବେ ନିଃଶ୍ୱାସ ମଧ୍ୟ ନେଇ ପାରି ନଥିଲେ। ଯଦି କେବଳ ବରଫ ଓ ମାଟି ଅତଡ଼ା ହୋଇଥାଆନ୍ତା, ତା’ହେଲେ କେବେ ହେଲେ ଏମିତି ଗନ୍ଧ ହୋଇ ନଥିଆନ୍ତା।

ତେଣୁ ଦୀର୍ଘ ବର୍ଷ ତଳେ ହଜି ଯାଇଥିବା ଡିଭାଇସ ପାଇଁ ଏପରି ଘଟଣା ଘଟିଛି ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୯୬୫ ଡିଭାଇସ ଖଞ୍ଜିବା ବେଳେ ବୋଝିଆଳି କାମ କରୁଥିବା କାର୍ତ୍ତିକ ସିଂହଙ୍କୁ ଏବେ ୯୦ ବର୍ଷ। ତାଙ୍କ ପତ୍ନୀ ରବିବାର ଆସିଥିବା ଅତର୍କିତ ବନ୍ୟାରେ ମଧ୍ୟ ଭାସି ଯାଇଛନ୍ତି। ଋଷିଗଙ୍ଗାରେ ବନ୍ୟା ଆସିବାରୁ ସେ ଭାସି ଯାଇ ପ୍ରାଣ ହରାଇଛନ୍ତି।

Related story