ଶିଶୁଙ୍କୁ ଯୌନ ଶୋଷଣ ପାଇଁ ସାମଗ୍ରୀ କାରବାର: ୫୬ଟି ସ୍ଥାନରେ ସିବିଆଇ ରେଡ୍‌  

ନୂଆଦିଲ୍ଲୀ: ଶିଶୁଙ୍କୁ ଯୌନ ଶୋଷଣ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଅନଲାଇନ୍‌ରେ ପ୍ରସାରଣ  ନେଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ। ଏଥିପାଇଁ ସିବିଆଇ ପକ୍ଷରୁ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ସହ ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ରେଡ୍‌ କରିଛି। ଏ ସମ୍ପର୍କରେ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସିଙ୍ଗାପୁର ମାଧ୍ୟମରେ ନ୍ୟୁଜିଲାଣ୍ଡ ଇଣ୍ଟରପୁଲ ମାଧ୍ୟମରେ ତଥ୍ୟ ପାଇ ସିବିଆଇ ଏହି ରେଡ୍‌ କରିଛି। ଅନଲାଇନ୍‌ରେ ଶିଶୁ ଯୌନ ଶୋଷଣ ସମ୍ପର୍କିତ ଏହା ବଡ଼ଧରଣର […]

CBI

CBI

Tapas Behera
  • Published: Saturday, 24 September 2022
  • Updated: 24 September 2022, 01:37 PM IST

Sports

Latest News

ନୂଆଦିଲ୍ଲୀ: ଶିଶୁଙ୍କୁ ଯୌନ ଶୋଷଣ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଅନଲାଇନ୍‌ରେ ପ୍ରସାରଣ  ନେଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ। ଏଥିପାଇଁ ସିବିଆଇ ପକ୍ଷରୁ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ସହ ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ରେଡ୍‌ କରିଛି। ଏ ସମ୍ପର୍କରେ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସିଙ୍ଗାପୁର ମାଧ୍ୟମରେ ନ୍ୟୁଜିଲାଣ୍ଡ ଇଣ୍ଟରପୁଲ ମାଧ୍ୟମରେ ତଥ୍ୟ ପାଇ ସିବିଆଇ ଏହି ରେଡ୍‌ କରିଛି। ଅନଲାଇନ୍‌ରେ ଶିଶୁ ଯୌନ ଶୋଷଣ ସମ୍ପର୍କିତ ଏହା ବଡ଼ଧରଣର ଅପରେଶନ ବୋଲି କୁହାଯାଇଛି ।

ସିବିଆଇ ଏହି ଅପରେଶନର ନାଁ ଦେଇଛି ‘ମେଘଚକ୍ର’।  ସୋଶାଲ ମିଡିଆ ଫ୍ଲାଟଫର୍ମରେ ଶିଶୁଙ୍କୁ  ଯୌନ ଶୋଷଣ ଲାଗି  ସାମଗ୍ରୀ ପ୍ରସାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିଶୁଙ୍କୁ ଯୌନ ଶୋଷଣ ପଛରେ ବଡ଼ ବଡ଼ ରାକେଟ କାମ କରୁଥିବା ସିବିଆଇ ସୂଚନା ପାଇଥିଲା।

ଏହି ଗ୍ୟାଙ୍ଗ ଛୋଟ ଛୋଟ ଶିଶୁଙ୍କୁ ବ୍ଲାକମେଲିଂ କରି ସେମାନଙ୍କ ସହ ଆପତ୍ତିଜନକ କାମ କରିବା ପାଇଁ ଉଦ୍ୟମ କରୁଥିଲା। ଗତ ସପ୍ତାହରେ ଶିଶୁ ଯୌନ ଶୋଷଣ ମାମଲା ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିପାଇଁ କେନ୍ଦ୍ରକୁ ରିପୋର୍ଟ ତଲବ କରଥିଲେ କୋର୍ଟ। ମୁଖ୍ୟତଃ ଚାଇଲଡ୍‌ ପର୍ଣ୍ଣୋଗ୍ରାଫିକ୍‌କୁ ନେଇ କୋର୍ଟ ଚିନ୍ତାପ୍ରକଟ କରିଥିଲେ। ଏହା ପରେ ସିବିଆଇ ପକ୍ଷରୁ ରେଡ୍ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos