ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଖୁବ ଶୀଘ୍ର ହେବାକୁ ଥିବା ସନ୍ତୁଳିତ ବାଣିଜ୍ୟକ ଡିଲ ନେଇ ଆଲୋଚନା ହୋଇଥିଲା। ଆଜି ସୁନକଙ୍କ ସହ କଥା ହୋଇ ଖୁସି ପ୍ରକଟ କରିଛନ୍ତି ମୋଦି । ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆମ ରଣନୀତିକ ଭାଗିଦାରିକୁ ଆହୁରି ମଜବୁତ କରିବା ପାଇଁ […]

Sunak

Sunak

Tapas Behera
  • Published: Thursday, 27 October 2022
  • Updated: 27 October 2022, 09:37 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଖୁବ ଶୀଘ୍ର ହେବାକୁ ଥିବା ସନ୍ତୁଳିତ ବାଣିଜ୍ୟକ ଡିଲ ନେଇ ଆଲୋଚନା ହୋଇଥିଲା। ଆଜି ସୁନକଙ୍କ ସହ କଥା ହୋଇ ଖୁସି ପ୍ରକଟ କରିଛନ୍ତି ମୋଦି । ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆମ ରଣନୀତିକ ଭାଗିଦାରିକୁ ଆହୁରି ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ। ଆଜି ଏକ ମୁକ୍ତ-ବାଣିଜ୍ୟ ଚୁକ୍ତି ବା FTA ପାଇଁ କଥାବାର୍ତ୍ତା ବିଷୟରେ ଆଲୋଚନା ହୋଇଥିବା ମୋଦି ଟ୍ୱିଟ କରି ଜଣାଇଛନ୍ତି। ସୁନକ ମଧ୍ୟ ପ୍ରତ୍ୟୁତ୍ତରରେ ଧନ୍ୟବାଦ କହି ମୋଦିଙ୍କୁ ଟ୍ୱିଟର ଟ୍ୟାଗ କରିଛନ୍ତି। ସୁନକ କହିଛନ୍ତି ଯେ,  ମୋର ନୂଆ ଭୂମିକା ଆରମ୍ଭ ହୋଇଥିବା ବେଳେ ଆପଣଙ୍କ ଉଦାର ଶବ୍ଦ ମୋତେ ଉତ୍ସାହିତ କରିଛି।

ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ବ୍ରିଟେନ ଏବଂ ଭାରତ ଉଭୟ ପରସ୍ପରକୁ ବେଶ ଆଦାନପ୍ରଦାନ କରନ୍ତି।  ଆଗାମୀ ଦୁଇ ମାସ ମଧ୍ୟରେ ଆମର ସୁରକ୍ଷା, ପ୍ରତିରକ୍ଷା ଏବଂ ଅର୍ଥନୈତି ଭାଗିଦାରୀକୁ ଆହୁରି ମଜଭୁତ କରିବ।  ଆମର ଦୁଇ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର  ଅନେକ କିଛି ହାସଲ କରିପାରିବ, ସେଥିପାଇଁ ମୁଁ ଉତ୍ସାହିତ ଅଛି ବୋଲି ସୁନକ କହିଛନ୍ତି। ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲିଭର୍ଲି ମଧ୍ୟ ଭାରତକୁ ଶୁକ୍ରବାର ଦିନ ଆସୁଛନ୍ତି। ସେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମଜଭୁତ କରିବାକୁ  ନେଇ  ଆଲୋଚନା ହେବ ବୋଲି ବ୍ରିଟେନ ବୈଦେଶିକ କାର୍ଯ୍ୟାଳୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos