ଗୁଡ୍ ନ୍ୟୁଜ୍! ତିନି ସପ୍ତାହ ହେଲା କମିଲାଣି ଦୈନିକ ସଂକ୍ରମଣ ହାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ କଲବଲ କରି ରଖିଛି। ତେବେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ବଢ଼ୁଥିଲା ଏବେ ସେହି ଭାବରେ ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି। ଯାହାକି ଦେଶବାସୀଙ୍କ ପାଇଁ ଖୁସି ଖବର। ବିଗତ ୩ ସପ୍ତାହରେ ଦୈନିକ ପଜିଟିଭିଟି ହାର ୫୮ ପ୍ରତିଶତ କମିଥିବା ସୂଚନା ରହିଛି। ମୁଖ୍ୟତଃ ସଂକ୍ରମଣ କମିବା ପଛର କାରଣ କରୋନା ଟେଷ୍ଟିଂ ବଢ଼ିବା ସହିତ ଲକଡାଉନ୍ ଓ ଶଟଡାଉନ୍ ବୋଲି ଜଣାପଡ଼ିଛି। ଅନ୍ତିମ ଥର ପାଇଁ ମେ […]

covid19

Subhransu Sekhar
  • Published: Sunday, 30 May 2021
  • , Updated: 30 May 2021, 09:15 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ କଲବଲ କରି ରଖିଛି। ତେବେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ବଢ଼ୁଥିଲା ଏବେ ସେହି ଭାବରେ ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି। ଯାହାକି ଦେଶବାସୀଙ୍କ ପାଇଁ ଖୁସି ଖବର। ବିଗତ ୩ ସପ୍ତାହରେ ଦୈନିକ ପଜିଟିଭିଟି ହାର ୫୮ ପ୍ରତିଶତ କମିଥିବା ସୂଚନା ରହିଛି। ମୁଖ୍ୟତଃ ସଂକ୍ରମଣ କମିବା ପଛର କାରଣ କରୋନା ଟେଷ୍ଟିଂ ବଢ଼ିବା ସହିତ ଲକଡାଉନ୍ ଓ ଶଟଡାଉନ୍ ବୋଲି ଜଣାପଡ଼ିଛି। ଅନ୍ତିମ ଥର ପାଇଁ ମେ ୭ରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶନିବାର କରୋନାରେ ଦୈନିକ ସଂକ୍ରମିତ ୨ ଲକ୍ଷରୁ କମ୍ ଚିହ୍ନଟ ହୋଇଛନ୍ତି। ମୋଟ୍ ୧.୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୧୪ ଜଣ ପ୍ରାଣ ହରାଇଛନ୍ତି। ମେ ୭ରେ କିନ୍ତୁ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହାକି ଏବେର ସଂକ୍ରମିତ ତୁଳନାରେ ୫୮ ପ୍ରତିଶତ ଅଧିକ ଥିଲା।

କରୋନାର ପ୍ରଥମ ଲହର ବେଳେ ସେପ୍ଟେମ୍ବର ୧୭ରେ ଦୈନିକ ୯୩,୭୩୫ ଜଣ ଚିହ୍ନଟ ହୋଇଥିଲେ। ପରେ ଛଅ ସପ୍ତାହ ପରେ, ଅକ୍ଟୋବର ୩୦ ବେଳକୁ ଏହି ଅଧାକୁ ଖସି ଆସିଥିଲା। ଯଦିଓ ସଂକ୍ରମଣ ସଂଖ୍ୟା କମୁଛି ହେଲେ ଏବେ ବି ସରକାରଙ୍କ ପାଇଁ ମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି।

ସାରା ଦେଶରେ ମୃତ୍ୟୁ ସଂଖ୍ୟା ଯଦି ଦେଖିବା ତାହେଲେ ମହାରାଷ୍ଟ୍ରର ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏବେ କିନ୍ତୁ ରାଜ୍ୟରେ ଲକଡାଉନ ଓ ଶଟଡାଉନ ପାଇଁ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ମହାରାଷ୍ଟ୍ରରେ କେବଳ ଚଳିତ ମାସରେ କେବଳ ୫ ହଜାରରୁ ଅଧିକ ଆକ୍ରାନ୍ତ ଆଖି ବୁଜିଛନ୍ତି।

ସେହିପରି ସାରା ଦେଶରେ ମୃତ୍ୟୁ ସଂଖ୍ୟାକୁ ଯଦି ଦେଖିବା ତାହେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ମେ ୧୬ରେ ଦୈନିକ ମୃତ୍ୟୁ ୪,୦୪୦ରେ ପହଞ୍ଚିଥିଲା। ଏବେ କିନ୍ତୁ ସପ୍ତାହକ ପରେ ୩,୩୨୪ ରହିଛି ମୃତ୍ୟୁ ସଂଖ୍ୟା। ହେଲେ ଏଯାବତ ୩ ହଜାର ତଳେ ମୃତ୍ୟୁ ସଂଖ୍ୟା ଛୁଇଁପାରୁନି। ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୩୬୧୪ ରୋଗୀଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧.୬୫ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏହି ସଂଖ୍ୟା ୧.୭୪ ଲକ୍ଷ ଥିଲା।

ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ଏବଂ ଟିକାକରଣ ଅଭିଯାନ ଦେଶର ଦ୍ୱିତୀୟ ଲହରକୁ ରୋକିବାରେ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ଜଣାପଡ଼ିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଭାରତରେ ଏପର୍ଯ୍ୟନ୍ତ ୨୧ କୋଟିରୁ ଅଧିକ ଟିକା ଦିଆଯାଇଛି।

Related story