'ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ ଭାରତ'

ନୂଆଦିଲ୍ଲୀ: ଚନ୍ଦ୍ର ଏବଂ ମଙ୍ଗଳଗ୍ରହକୁ ସଫଳତାର ସହ ମହାକାଶଯାନ ପଠାଇବା ପରେ ଖୁବ ଶୀଘ୍ର ଭାରତ ଶୁକ୍ର ଗ୍ରହର କକ୍ଷପଥକୁ ମଧ୍ୟ ମହାକାଶଯାନ ପଠାଇବ। ଏଥିପାଇଁ ଯୋଜନା ଚାଲଇଛି। ଏନେଇ ନିକଟରେ ଇସ୍ରୋ ଅଧ୍ୟକ୍ଷ ଏସ୍‌.ସୋମନାଥ କହିଛନ୍ତି। ମହାକାଶ ଆଧାରିତ ଏକ ଦିବସୀୟ ଆଲୋଚନାରେ ସାମିଲ ହୋଇ ଏସ୍, ସୋମନାଥ କହିଛନ୍ତି, ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରାଯିବ। ସେଠାରେ ଜୀବସତ୍ତା ଅଛି କି ନାହିଁ ତାହା ସନ୍ଧାନ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। […]

spacecraft-on-venus

spacecraft-on-venus

Madhupriya Mistry
  • Published: Wednesday, 04 May 2022
  • Updated: 04 May 2022, 01:47 PM IST

Sports

Latest News

ନୂଆଦିଲ୍ଲୀ: ଚନ୍ଦ୍ର ଏବଂ ମଙ୍ଗଳଗ୍ରହକୁ ସଫଳତାର ସହ ମହାକାଶଯାନ ପଠାଇବା ପରେ ଖୁବ ଶୀଘ୍ର ଭାରତ ଶୁକ୍ର ଗ୍ରହର କକ୍ଷପଥକୁ ମଧ୍ୟ ମହାକାଶଯାନ ପଠାଇବ। ଏଥିପାଇଁ ଯୋଜନା ଚାଲଇଛି। ଏନେଇ ନିକଟରେ ଇସ୍ରୋ ଅଧ୍ୟକ୍ଷ ଏସ୍‌.ସୋମନାଥ କହିଛନ୍ତି।

ମହାକାଶ ଆଧାରିତ ଏକ ଦିବସୀୟ ଆଲୋଚନାରେ ସାମିଲ ହୋଇ ଏସ୍, ସୋମନାଥ କହିଛନ୍ତି, ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରାଯିବ। ସେଠାରେ ଜୀବସତ୍ତା ଅଛି କି ନାହିଁ ତାହା ସନ୍ଧାନ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି ଗ୍ରହକୁ 'ସଲ୍‌ପ୍ୟୁରିକ୍‌ ଏସ୍‌ଡ୍‌'ର କଳା ବାଦଲ ଢ଼ାଙ୍କି ରହିଛି। ଏଠାରେ ଅନେକଗୁଡିଏ ବିଷାକ୍ତ ଗ୍ୟାସ୍‌ ମଧ୍ୟ ଥିବା ସନ୍ଦେହ କରାଯାଉଛି। ତେଣୁ ବେଶ୍‌ ସାବଧାନତାର ସହ ଏହି ଗ୍ରହକୁ ମହାକାଶ ଯାନ ପଠାଯିବ।

ଦୀର୍ଘ ବର୍ଷ ହେବ ଶୁକ୍ର ଗ୍ରହକୁ ମହାକାଶ ଯାନ ପଠାଇବା ନେଇ ଅଭିଯାନ ଚାଲିଛି। ଏଥିପାଇଁ ଆବଶ୍ୟକୀୟ ମିସନ୍‌ ପ୍ଲାନ୍‌ ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ କେତେ ଅର୍ଥ ଆବଶ୍ୟକ ହେବ, ଏହି ମିଶନ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ, ତାହା ମଧ୍ୟ ଆକଳନ କରାଯାଇଛି ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି। ଶୁକ୍ର ଗ୍ରହକୁ ମହାଶଯାନ ପଠାଇବା ମିଶନ ଖୁବ କମ୍‌ ସମୟ ମଧ୍ୟରେ ଭାରତ ପାଇଁ ସମ୍ଭବ। କାରଣ ଆଜି ଭାରତ ପାଖରେ ଏହା କରି ଦେଖାଇବା ପାଇଁ ସାମର୍ଥ୍ୟ ଅଛି ବୋଲି ସେ କହିଛନ୍ତି।

ଶୁକ୍ର କିଭଳି ଅନିୟନ୍ତ୍ରିତ ଆଗ୍ନେୟ ଗୋଲୋକ ପାଲଟିଲା ତାହା ଜାଣିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶ ଶୁକ୍ର ଅଭିଯାନରେ ଯିବା ପାଇଁ ଯୋଜନା କରୁଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି କି, ଏକଦା ଶୁକ୍ର ପୃଥିବୀ ପରି ଥିଲା। ସେହି କାରଣରୁ ତାକୁ ପୃଥିବୀର ଯମଜ ବୋଲି କୁହାଯାଏ। କିନ୍ତୁ, ଜଳବାୟୁ ପରିବର୍ତ୍ତନ ଯୋଗଁ ଶୁକ୍ରର ଦଶା ଆଜି ଏମିତ ହୋଇଯାଇଛି।

ସୂଚନା ମୁତାବକ, ଇସ୍ରୋ ବ୍ୟତୀତ ନାସା ମଧ୍ୟ ଶୁକ୍ର ଗ୍ରହଣ ଅଧ୍ୟୟନ ପାଇଁ ଦୁଇଟି ମହାକାଶଯାନ ପଠାଉଛି। ମହାକାଶ ସଂସ୍ଥା ଶୁକ୍ରଙ୍କ ଅନ୍ତର୍ନିହିତ ଜଗତକୁ ଅନୁସନ୍ଧାନ କରିବା ପାଇଁ ପ୍ରାୟ ୧ ବିଲିୟନ ଡଲାର ଖର୍ଚ୍ଚ କରିଛି। DAVINCI + ଏବଂ VERITAS ନାମକ ଦୁଇଟି ମିଶନ ମଧ୍ୟରେ ଏହି ଅର୍ଥକୁ ସମାନ ଭାବରେ ବିଭକ୍ତ କରାଯିବ ଯାହାକୁ ୨୦୨୮ରୁ ୨୦୩୦ ମଧ୍ୟରେ ଲଞ୍ଚ କରାଯିବ ବୋଲି ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos