ସୀମା ବିବାଦ: ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିବେ ଭାରତ-ଚାଇନା

ନୂଆଦିଲ୍ଲୀ: ଲଦାଖରେ ସୃଷ୍ଟି ହୋଇଥିବା ସୀମା ବିବାଦର ସାମାଧାନ ପାଇଁ ବାଟ ଫିଟିଛି। କମାଣ୍ତର ସ୍ତରୀୟ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ଗୋଗ୍ରା ହାଇଟ୍ସରୁ ସେନେ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ବିବାଦକୁ ଦୃଷ୍ଟିରେ ରଖି ଗତବର୍ଷ ମେ’ ମାସରୁ ଉଭୟ ଦେଶ ଏହି ସ୍ଥାନରେ ସେନା ମୁତୟନ କରିବା ସହ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ। କିନ୍ତୁ ଏବେ ଶାନ୍ତି ପ୍ରତିଷ୍ଠା ସହ ଭାରତ ଓ ଚାଇନା ପଛକୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ […]

India

India

Hemant Lenka
  • Published: Tuesday, 03 August 2021
  • Updated: 03 August 2021, 05:49 PM IST

Sports

Latest News

ନୂଆଦିଲ୍ଲୀ: ଲଦାଖରେ ସୃଷ୍ଟି ହୋଇଥିବା ସୀମା ବିବାଦର ସାମାଧାନ ପାଇଁ ବାଟ ଫିଟିଛି। କମାଣ୍ତର ସ୍ତରୀୟ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ଗୋଗ୍ରା ହାଇଟ୍ସରୁ ସେନେ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ବିବାଦକୁ ଦୃଷ୍ଟିରେ ରଖି ଗତବର୍ଷ ମେ’ ମାସରୁ ଉଭୟ ଦେଶ ଏହି ସ୍ଥାନରେ ସେନା ମୁତୟନ କରିବା ସହ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ। କିନ୍ତୁ ଏବେ ଶାନ୍ତି ପ୍ରତିଷ୍ଠା ସହ ଭାରତ ଓ ଚାଇନା ପଛକୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବର ଭାରତ ଓ ଚାଇନା ମଧ୍ୟରେ ୧୨ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଏହି ସମୟରେ ଗୋଗ୍ରା ହାଇଟ୍ସର ସ୍ଥିତି ସମ୍ପର୍କରେ ଉଭୟ ଦେଶ କଥା ହୋଇଥିଲେ। ଏହାପରେ ସେମାନେ ଏଠାରୁ ସୈନ୍ୟ ପ୍ରତ୍ୟାହାର କରିବାରୁ ରାଜି ହୋଇଛନ୍ତି।

ଏହାପୂର୍ବରୁ ଅର୍ଥାତ ୬ ମାସ ତଳେ ଶେଷଥର ପାଇଁ ଭାରତ ଓ ଚାଇନା ପୋଙ୍ଗାଙ୍ଗ ଟିଏସ୍‌ଓରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ। ଏହାପରେ ଡିସଏନଗେଜମେଣ୍ଟ ବି ହୋଇଥିଲା। ତେବେ ସେବେଠାରୁ ଗୋଗ୍ରା ହାଇଟ୍ସରେ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କିତ ଆଲୋଚନା ସ୍ଥଗିତ ହୋଇ ରହିଥିଲେ।

ଶନିବାର ବୈଠକରେ ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର ପ୍ରସ୍ତାବ ଉପରେ ମୋହର ବାଜିଛି। ଏହି ନିଷ୍ପତ୍ତିକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ। ଏଥିସହ ଆଗକୁ ସୀମାର ଯେଉଁ ସବୁ ଅଞ୍ଚଳରେ ବିବାଦ ସୃଷ୍ଟି ହୋଇଛି, ତା’ ଉପରେ ମଧ୍ୟ ଉଭୟ ଦେଶ ଆଲୋଚନା ଜାରି ରଖିବେ ବୋଲି ରାଜି ହୋଇଛନ୍ତି।

ଶନିବାର ଅନୁଷ୍ଠିତ ୧୨ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଉଭୟ ଦେଶ ଜାରି କରିଥିବା ମିଳିତ ବିବୃତିରେ ଆଗକୁ ଆଲୋଚନା ଜାରି ରହିବ ବୋଲି ମଧ୍ୟ କହିଛନ୍ତି। ତେଣୁ ଏଲଏସିରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆଗକୁ ବାଟ ଫିଟିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos