ନୂଆଦିଲ୍ଲୀ: ଚିନ୍ତା ବଢାଇ ଚାଲିଛି କରୋନା। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବିଭିନ୍ନ ସ୍ଥାନରେ ବିସ୍ଫୋରକ ହୋଇଛି। ଏହାରି ଭିତରେ ଓମିକ୍ରନର ସବ୍ ଭାରିଆଣ୍ଟ୍ ଦେଖା ଦେଇଛି। ଯାହାର ନାମ ବି.ଏ.2 ରହିଛି। ଆରଟିପିସିଆର ପରୀକ୍ଷାରେ ଚିହ୍ନଟ ହୋଇପାରୁନଥିବା ଏହି ଭାରିଏଣ୍ଟକୁ ଚୋରା ଭାରିଏଣ୍ଟ ବୋଲି ମଧ୍ୟ କୁହାଯାଉଛି। ଡେନମାର୍କ, ବ୍ରିଟେନ, ସ୍ୱିଡେନ ଏବଂ ସିଙ୍ଗାପୁର ଭଳି ବିଭିନ୍ନ ଦେଶ ପରେ ଏହି ଭାରିଏଣ୍ଟ ଏବେ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି ଯେ ଓମିକ୍ରନ ଅପେକ୍ଷା ବି.ଏ.2 ଷ୍ଟ୍ରେନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ନୂଆ ଭାରିଏଣ୍ଟ ବାବଦରେ ସେମିତି କିଛି ତଥ୍ୟ ଗବେଷଣାରୁ ବାହାରି ପାରିନି। କିନ୍ତୁ ଆଶ୍ୱସ୍ତିକର କଥା ହେଲା କରୋନାର ଡେଲଟା ଭାରିଏଣ୍ଟ ଅପେକ୍ଷା ଏହାର କମ୍ ପ୍ରଭାବ ରହିଛି।
ଗବେଷଣାରୁ ଜଣାପଡିଛି ଭାରତରେ ମଧ୍ୟ ଏହି ଭାରିଏଣ୍ଟ ରହିଛି । ବିଭିନ୍ନ ରାଜ୍ୟରେ ଏହି ବି.ଏ.2 ଭାରିଏଣ୍ଟ ଚିହ୍ନଟ ହୋଇ ସାରିଛି। ଆଗକୁ ଏହି ମାମଲା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଗୁଜୁରାଟରେ ଏହି ସଂକ୍ରମଣ ବୃଦ୍ଧି ହେଉଥିବାର ସୂଚନା ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଭାରତର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ। ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କୋଭିଡ କଟକଣାରେ ପ୍ରଚାର ଚାଲିଛି। ଜାନୁଆରୀ ୮ଯାଏ କିନ୍ତୁ ଏଠାରେ ଏକ ବଡ଼ ଧରଣର ରାଜନୀତିକ ସମାବେଶ ଆୟୋଜିତ ହୋଇଥିଲା। ଏହି କାରଣରୁ ବି.ଏ.2 ବିପଦ ରହିଛି ବୋଲି କୁହାଯାଉଛି। ଯଦିଓ ବିଭିନ୍ନ ରାଜ୍ୟରେ ସଂକ୍ରମଣ କମ୍ ରହିଛି କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ୍ ସଂଖ୍ୟକ ନମୁନା ପରୀକ୍ଷା କରାଯାଉଛି। ଉତ୍ତରପ୍ରଦେଶ ପରି କର୍ଣ୍ଣାଟକରେ ମଧ୍ୟ ସମାନ ସ୍ଥିତି ରହିଛି। ଯେଉଁଠି ବି.ଏ.2 ହୁଏତ ପୂର୍ବ ଭାରିଏଣ୍ଟର ସ୍ଥାନ ନେଇପାରେ।
ଦିଲ୍ଲୀରେ ବି.ଏ.1 ଭାରିଏଣ୍ଟ ଏବଂ ବି.ଏ.1.1 କୁ ବି.ଏ.2ରେ ରୂପାନ୍ତର ଡିସେମ୍ବର ଶେଷରେ ହୋଇଥିଲା। କେନ୍ଦ୍ରୀୟ ଏବଂ ଦିଲ୍ଲୀର ସରକାରୀ କର୍ମଚାରୀ କହିଛନ୍ତି ଯେ ବି.ଏ.2 ଧୀରେ ଧୀରେ ବୃଦ୍ଧି ପାଉଛି। ତାଜା ରିପୋର୍ଟ ଅନୁଯାୟୀ ଗୁଜରାଟରେ ବି.ଏ.2 ଭାରିଏଣ୍ଟ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ବଢିଛି। ଜିଆଇଏସଏଆଇଡି(Global initiative on sharing all influenza data)ର ରିପୋର୍ଟରୁ ଏହା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।