ଦିନକରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୪୭୮ ମୃତ
ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ରେକର୍ଡ କରିଛି ମହାମାରୀ । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ୯୭, ୮୯୪ ଥିଲା ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ, ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ରେ ପହଞ୍ଚିଛି।
ବର୍ତ୍ତମାନ ଦେଶରେ ମୋଟ ୭ ଲକ୍ଷ ୪୧ ହଜାର ୮୩୦ଟି ସକ୍ରିୟ ମାମଲା ରହିଛି। ଅନ୍ୟପଟେ ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ଜଣ କରୋନାରୁ ସୁସ୍ଥ ହଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ ୭ କୋଟି ୯୧ ଲକ୍ଷ ୫ ହଜାର ୧୬୩ ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ଦେଶରେ ୨ୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି କଲାଣି । କେବଳ ମହାରାଷ୍ଟ୍ରରେ ସଂକ୍ରମଣ ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟାରେ ୫୭ ହଜାରରୁ ନୂଆ ମାମଲା ନଜର ଆସିଥିବାବେଳେ ୨୨୨ ଲୋକଙ୍କ ମୃତ୍ୟୁ ହୋଇଛି ।
India reports 1,03,558 new #COVID19 cases, 52,847 discharges, and 478 deaths in the last 24 hours, as per the Union Health Ministry
Total cases: 1,25,89,067
Total recoveries: 1,16,82,136
Active cases: 7,41,830
Death toll: 1,65,101Total vaccination: 7,91,05,163 pic.twitter.com/Kg4rAhfdgE
— ANI (@ANI) April 5, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।