କୋଇଲାର ଅଭାବରୁ ସୃଷ୍ଟି ହେବ କି ବିଜୁଳି ସଙ୍କଟ? ଜବାବ ରଖିଲେ ସରକାର

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ପାୱାର ପ୍ଲାଣ୍ଟ ଏବେ କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଖରେ ଥିବା ଷ୍ଟକ ସରିବାକୁ ବସିଲାଣି। ତେଣୁ ଭୀଷଣ ଗରମରେ ବିଜୁଳି ସଙ୍କଟ ଭଳି ସମସ୍ୟା ସୃଷ୍ଟି ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ରିପୋର୍ଟରେ କୌଣସି ସତ୍ୟତା ନଥିବା ଭାରତ ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ବର୍ତ୍ତମାନ ୩୦ରୁ ଅଧିକ ଦିନର ଚାହିଦା ମେଣ୍ଟାଇବାକୁ କୋଇଲା […]

coal

Hemant Lenka
  • Published: Wednesday, 20 April 2022
  • , Updated: 20 April 2022, 06:44 PM IST

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ପାୱାର ପ୍ଲାଣ୍ଟ ଏବେ କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଖରେ ଥିବା ଷ୍ଟକ ସରିବାକୁ ବସିଲାଣି। ତେଣୁ ଭୀଷଣ ଗରମରେ ବିଜୁଳି ସଙ୍କଟ ଭଳି ସମସ୍ୟା ସୃଷ୍ଟି ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ରିପୋର୍ଟରେ କୌଣସି ସତ୍ୟତା ନଥିବା ଭାରତ ସରକାର ସ୍ପଷ୍ଟ କରିଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ବର୍ତ୍ତମାନ ୩୦ରୁ ଅଧିକ ଦିନର ଚାହିଦା ମେଣ୍ଟାଇବାକୁ କୋଇଲା ରହିଛି। ତେଣୁ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। କୋଲ ଇଣ୍ଡିଆ ଲିଃ ପାଖରେ ଏବେ ୭୨.୫ ମିଲିୟନ ଟନ୍‌ର କୋଇଲା ରହିଛି। ଦେଶରେ ଥିବା ବିଭିନ୍ନ ପାୱାର ପ୍ଲାଣ୍ଟଗୁଡ଼ିକରେ ହାରାହାରି ୨୨ ମିଲିୟନ ଟନ୍‌ର କୋଇଲା ରହିଛି। ଦୈନିକ ହାରାହାରି ୨.୧ ମିଲିୟନ ଟନ୍‌ କୋଇଲା ଖର୍ଚ୍ଚ ହେଉଛି। ତେଣୁ ଦେଶରେ କୋଇଲାର ଅଭାବ ଭଳି ସମସ୍ୟା କେବେ ହେଲେ ସୃଷ୍ଟି ହେବନି। ପାୱାର ପ୍ଲାଣ୍ଟଗୁଡ଼ିକ ପାଖରେ ୧୦ ଦିନ ପାଇଁ କୋଇଲା ରହିଥିବା ବେଳେ ଦେଶରେ ୩୦ ଦିନ ପାଇଁ କୋଇଲା ଷ୍ଟକ ହୋଇ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଉ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହାରାଷ୍ଟ୍ର ସମେତ ଦେଶର କୌଣସି ପ୍ରାନ୍ତରେ ବି କୋଇଲାର ଅଭାବ ନାହିଁ। କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକ ପାୱାର ପ୍ଲାଣ୍ଟଗୁଡ଼ିକ ସହ କୋଇଲା ଷ୍ଟକ ସମ୍ପର୍କରେ କଥା ହେବାକୁ କହିଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ଏହା ଉପରେ କାମ ଆରମ୍ଭ ହୋଇ ସାରିଛି।

ଅର୍ଥନୀତିକ ଗତିବିଧି ଓ ଖରା ଦିନ ଯୋଗୁ ବିଜୁଳିର ଚାହିଦା ଆଶାତୀତ ଭାବେ ବଢ଼ିଛି। କୋଇଲା ଉତ୍ପାଦନ କେବଳ ଏପ୍ରିଲ ମାସରେ ୨୦-୨୨% ବୃଦ୍ଧି ପାଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ କୋଇଲା ପରିବହନ ପାଇଁ ରାକଗୁଡ଼ିକୁ ୨୦% ବଢ଼ାଇଛି। ତେଣୁ କୋଇଲା ପରିବହନ ଓ ଯୋଗାଣରେ କୌଣସି ଅସୁବିଧା ନାହିଁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

Related story