ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌, ବିଫଳ ଦେଶ କହି ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନ ଏବଂ ଓଆଇସି କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାର କଡ଼ା ଜବାବ ଦେଇଛି ଭାରତ। ପାକିସ୍ତାନ ଭଳି ଗୋଟିଏ ଫେଲ ଓ ଆତଙ୍କୀଙ୍କ ପେଣ୍ଠସ୍ଥଳ ପାଲଟିଥିବା ଦେଶ ଆମକୁ ମାନବାଧିକାରର ପାଠ ନ ପଢ଼ାଉ। ସେହିପରି ୫୭ଟି ଦେଶକୁ ନେଇ ଗଠିତ ଓଆସି ଅସହାୟ ଭାବେ ନିଜକୁ ପାକିସ୍ତାନ ପାଖରେ ପଣବନ୍ଦୀ କରି ଦେବାକୁ ଚେଷ୍ଟା କରୁଥିବା ଭାରତ ପକ୍ଷରୁ ଜାତିସଂଘରେ କୁହାଯାଇଛି। ୟୁଏନଏଚଆରସିର ୪୮ତମ ସାଧାରଣ ସଭାରେ ଭାରତ […]

Pak

Hemant Lenka
  • Published: Wednesday, 15 September 2021
  • , Updated: 15 September 2021, 09:41 PM IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନ ଏବଂ ଓଆଇସି କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାର କଡ଼ା ଜବାବ ଦେଇଛି ଭାରତ। ପାକିସ୍ତାନ ଭଳି ଗୋଟିଏ ଫେଲ ଓ ଆତଙ୍କୀଙ୍କ ପେଣ୍ଠସ୍ଥଳ ପାଲଟିଥିବା ଦେଶ ଆମକୁ ମାନବାଧିକାରର ପାଠ ନ ପଢ଼ାଉ। ସେହିପରି ୫୭ଟି ଦେଶକୁ ନେଇ ଗଠିତ ଓଆସି ଅସହାୟ ଭାବେ ନିଜକୁ ପାକିସ୍ତାନ ପାଖରେ ପଣବନ୍ଦୀ କରି ଦେବାକୁ ଚେଷ୍ଟା କରୁଥିବା ଭାରତ ପକ୍ଷରୁ ଜାତିସଂଘରେ କୁହାଯାଇଛି।

ୟୁଏନଏଚଆରସିର ୪୮ତମ ସାଧାରଣ ସଭାରେ ଭାରତ ପଡ଼ୋଶୀ ପାକିସ୍ତାନ ଉପରେ ଜୋରଦାର ହମଲା କରିଛି। ଭାରତ କହିଛି ଯେ ସମଗ୍ର ବିଶ୍ୱ ଭଲ ଭାବେ ଜାଣିଛି ଯେ ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କୁ ସହାୟତା କରୁଛି। ସେମାନଙ୍କ ପାଇଁ ପାଣ୍ଠି ଯୋଗାଡ଼ କରୁଛି ଓ ତାଲିମ ମଧ୍ୟ ଦେଉଛି।

ଏପରି କି ଜାତିସଂଘ ତାଲିକାରେ ଥିବା ଆତଙ୍କବାଦୀମାନେ ମଧ୍ୟ ପାକିସ୍ତାନ ସହାୟତାରେ ବେଶ ଆରାମରେ ନିଜର କାର୍ଯ୍ୟ କରୁଛନ୍ତି। ଭାରତ ପକ୍ଷରୁ ଜାତିସଂଘରେ ଥିବା ଭାରତର ସ୍ଥାୟୀ କମିଶନ ପବନ ବାଧେ ଏପରି ବୟାନ ଦେଇଛନ୍ତି।

ପାକିସ୍ତାନ ଓ ଓଆଇସି ରଖିଥିବା ବୟାନ ଉପରେ ରାଇଟୁ ରିପ୍ଲାଏ ଜରିଆରେ ପବନ ଭାରତର ପକ୍ଷ ରଖିଥିଲେ। ସେ କହିଥିଲେ ଯେ ପାକିସ୍ତାନ ଭଳି ଗୋଟିଏ ଫେଲ ଦେଶ ଠାରୁ ଭାରତକୁ କିଛି ଶିଖିବାର ନାହିଁ। ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ଓ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ବିଶ୍ୱର ସବୁଠାରୁ ଖରାପ ରାଷ୍ଟ୍ର।

ସେ କହିଛନ୍ତି ଓଆଇସି ଅସହାୟ ଭାବେ ନିଜକୁ ପାକିସ୍ତାନ ପାଖରେ ବିକ୍ରି କରିଦେଉଛି। ଓଆଇସି ନିଜର ଏଜେଣ୍ଡା ବଦଳରେ ପାକିସ୍ତାନ କଥାରେ ପରିଚାଳିତ ହେଉଛି। ପାକିସ୍ତାନ ସବୁବେଳେ ବିଶ୍ୱସ୍ତରୀୟ ପ୍ଲାଟଫର୍ମକୁ ନିଜର ମିଥ୍ୟା ଓ ମନଗଢ଼ା କାହାଣୀକୁ ପ୍ରଚାର କରିବା ପାଇଁ ବ୍ୟବହାର କରିବାରେ ଲାଗିଛି।

ଏହା ପାକିସ୍ତାନର ଅଭ୍ୟାସରେ ପରିଣତ ହୋଇଗଲାଣି। ବିଶେଷ କରି ଭାରତ ବିରୋଧରେ ଅପ୍ରଚାର କରିବା ପାକିସ୍ତାନର ଅଭ୍ୟାସ। ଜାତିସଂଘ ପରିଷଦ ଭଲ ଭାବେ ଜାଣିଛି ଯେ ପାକିସ୍ତାନରେ କେଉଁଭଳି ମାନବାଧିକାର ଉଲ୍ଲଙ୍ଘନ ହେଉଛି। ପାକିସ୍ତାନ ଓ ସେ ଦଖଲ କରିଥିବା ଅଞ୍ଚଳରେ ସରକାରଙ୍କ ସମର୍ଥନରେ ଲୋକଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ଏଥିରୁ ସମସ୍ତଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ପାକିସ୍ତାନ କଶ୍ମୀର ପ୍ରଳାପ କରୁଛି ବୋଲି ପବନ କହିଛନ୍ତି।

ସେ ଆହୁରି କହିଛନ୍ତି, ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବାରେ ବିଫଳ। ଶିଖ, ହିନ୍ଦୁ, ଖ୍ରୀଷ୍ଟିୟାନ ଓ ଅହମଦିୟାଙ୍କ ଅଧିକାରକୁ ଉଲ୍ଲଙ୍ଘନ କରୁଛି। ପାକିସ୍ତାନରେ ହଜାର ହଜାର ସଂଖ୍ୟାଲଘୁ ଝିଅମାନଙ୍କୁ ଅପହରଣ କରି ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି। ପାକିସ୍ତାନ ଓ ପାକିସ୍ତାନ ଦଖଲରେ ଥିବା ଅଞ୍ଚଳରେ ଏପରି ଘଟଣା ଘଟୁଛି ବୋଲି ସେ କହିଛନ୍ତି।

ଓଆଇସି କଶ୍ମୀର ପ୍ରସଙ୍ଗ ଜାତିସଂଘରେ ଉଠାଇଥିବାରୁ ଏହାକୁ ମଧ୍ୟ ପବନ ତୀବ୍ର ବିରୋଧ କରିଛନ୍ତି। ସେ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଓଆଇସି ମତ ଦେବାର ଅଧିକାର ନାହିଁ। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ସମ୍ପର୍କରେ ଓଆଇସି ଦେଇଥିବା ବୟାନକୁ ଆମେ ଅଗ୍ରାହ୍ୟ କରୁଛୁ। ଏଠାରେ ଆମେ ଆଉ ଥରେ କହୁଛୁ ଯେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ।

Related story