୩୭ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଦିନକରେ ୧୯୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣରେ ବ୍ରେକ ଲାଗୁନି। ଗତ ୨୪ ଘଣ୍ଟାରେ ୩୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୧୯୨ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଫଳରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୨ରେ ପହଞ୍ଚିଛନ୍ତି। ଗତକାଲି ଏହି ସଂଖ୍ୟା ୧୭ଶହ ରହିଥିଲା। ଡିସେମ୍ବର ମାସରୁ ହିଁ ଧୀରାଧୀରେ ଦେଶର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା […]

Omicron

Omicron

Hemant Lenka
  • Published: Tuesday, 04 January 2022
  • Updated: 04 January 2022, 10:10 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣରେ ବ୍ରେକ ଲାଗୁନି। ଗତ ୨୪ ଘଣ୍ଟାରେ ୩୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୧୯୨ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଫଳରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୨ରେ ପହଞ୍ଚିଛନ୍ତି। ଗତକାଲି ଏହି ସଂଖ୍ୟା ୧୭ଶହ ରହିଥିଲା।

ଡିସେମ୍ବର ମାସରୁ ହିଁ ଧୀରାଧୀରେ ଦେଶର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି। ଏବେ ମେଟ୍ରୋ ସହରରେ କରୋନାର ତୃତୀୟ ୱେଭ ଆରମ୍ଭ ହୋଇ ସାରିଥିବା କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ସୂଚନା ଦେଇଛନ୍ତି। ଏପରି ସ୍ଥିତିରେ ସମଗ୍ର ଦେଶରେ ଆଉ କିଛି ଦିନ ମଧ୍ୟରେ କରୋନାର ତୃତୀୟ ଲହର ପିକ୍‌ରେ ପହଞ୍ଚିବାର ଆଶଙ୍କା ରହିଛି। ଏଥିପାଇଁ ବିଭିନ୍ନ ରାଜ୍ୟର ସରକାରମାନେ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିବା ସହ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୭,୩୭୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗତକାଲି ତୁଳନାରେ ୧୦.୮% ଅଧିକ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୯,୬୦,୨୬୧କୁ ବୃଦ୍ଧି ପାଇଛି। ଦେଶର ପଜିଟିଭିଟି ରେଟ ୩.୨୪%କୁ ବଢ଼ିଛି।


ସେହିପରି ଦିନକରେ କରୋନା ଆଉ ୧୨୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୮୨,୦୧୭ରେ ପହଞ୍ଚି ଯାଇଛି। ସୋମବାର ୧୧,୦୦୭ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୩,୦୬,୪୧୪ ହୋଇଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୭୧,୮୩୦ ରହିଛି। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୨୬,୨୪୮ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos