ଦିନକୁ ୧୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ, ୭ ବର୍ଷ ହେଲା ଚାଲିଛି

ନୂଆଦିଲ୍ଲୀ: ଡିଜିଟାଲ ଭାରତ ସପକ୍ଷରେ ଅଭିଯାନ ଚଳେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ବ୍ୟାଙ୍କ ଜାଲିଆତି ସବୁ ରେକର୍ଡ ଭାଙ୍ଗିଛି। ଦୀର୍ଘ ୭ ବର୍ଷ ହେଲା ପ୍ରତିଦିନ ଦେଶରେ ୧୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଘଟୁଛି। ଅବଶ୍ୟ ପ୍ରତିବର୍ଷ ମୋଟ ଠକେଇ ପରିମାଣ ହ୍ରାସ ପାଉଥିଲେ ମଧ୍ୟ ବିଭିନ୍ନ ଉପାୟରେ ଦେଶବାସୀ ଠକାମୀର ଶିକାର ହୋଇ ଚାଲିଛନ୍ତି। ପ୍ରତିଦିନ ୧୦୦ କୋଟି ଟଙ୍କାର ଠେକଇର ଅର୍ଥ ମାସକୁ ୩ ହଜାର କୋଟି ଓ ୭ […]

cash

Hemant Lenka
  • Published: Tuesday, 29 March 2022
  • , Updated: 29 March 2022, 03:46 PM IST

ନୂଆଦିଲ୍ଲୀ: ଡିଜିଟାଲ ଭାରତ ସପକ୍ଷରେ ଅଭିଯାନ ଚଳେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ବ୍ୟାଙ୍କ ଜାଲିଆତି ସବୁ ରେକର୍ଡ ଭାଙ୍ଗିଛି। ଦୀର୍ଘ ୭ ବର୍ଷ ହେଲା ପ୍ରତିଦିନ ଦେଶରେ ୧୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଘଟୁଛି। ଅବଶ୍ୟ ପ୍ରତିବର୍ଷ ମୋଟ ଠକେଇ ପରିମାଣ ହ୍ରାସ ପାଉଥିଲେ ମଧ୍ୟ ବିଭିନ୍ନ ଉପାୟରେ ଦେଶବାସୀ ଠକାମୀର ଶିକାର ହୋଇ ଚାଲିଛନ୍ତି। ପ୍ରତିଦିନ ୧୦୦ କୋଟି ଟଙ୍କାର ଠେକଇର ଅର୍ଥ ମାସକୁ ୩ ହଜାର କୋଟି ଓ ୭ ବର୍ଷରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ସମଗ୍ର ଦେଶରେ ରେକର୍ଡ ହୋଇଥିବା ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଜାଲିଆତି ତାଲିକାର ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ରହିଛି। ମୋଟ ବ୍ୟାଙ୍କ ଜାଲିଆତିର ୫୦% ଟଙ୍କା ମହାରାଷ୍ଟ୍ରରେ କରାଯାଇଛି। ଏହା ପଛକୁ ଦିଲ୍ଲୀ, ତେଲେଙ୍ଗାନା, ଗୁଜରାଟ ଓ ତାମିଲନାଡୁ ରହିଛନ୍ତି। ଏହି ୫ ରାଜ୍ୟରେ ୨ ଲକ୍ଷ କୋଟିରୁ ସମାନ୍ୟ ଅଧିକ ଟଙ୍କାର ବ୍ୟାଙ୍କ ଠକେଇ ରେକର୍ଡ କରାଯାଇଛି। ଏହା ମୋଟ ଠକେଇ ଅର୍ଥର ୮୩%। ସେହିପରି ୨୦୧୫ ଏପ୍ରିଲ ୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ ସମଗ୍ର ଦେଶରେ ମୋଟ ୨.୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ହୋଇଥିବା ଆରବିଆଇ କହିଛି।

ଏତେ ପରିମାଣର ବ୍ୟାଙ୍କ ଜାଲିଆତି ସତ୍ତ୍ୱେ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି କାରଣର ପାଇଁ ବ୍ୟାଙ୍କ ଠକେଇର ପରିମାଣ ପ୍ରତିବର୍ଷ ହ୍ରାସ ପାଉଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଆରବିଆଇ ଠକେଇ ବା ଜାଲିଆତିକୁ ୮ ଶ୍ରେଣୀରେ ବିଭକ୍ତି କରିଛି। ଏହା ମଧ୍ୟରେ ଆତ୍ମସାତ ଓ ବିଶ୍ୱାସଘାତ, ନକଲି ଦସ୍ତାବିଜ ଦ୍ୱାରା ଠକେଇ, ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଠକେଇ, ସମ୍ପତ୍ତି ଅଦଳବଦଳ ନାଁରେ ଠକେଇ, ବିଭିନ୍ନ ଆଳରେ ଠକେଇ, ଅବହେଳା ଓ ନଗଦ ଅଭାବ, ହେରଫେର ଓ ଠକେଇ, ବିଦେଶୀ ନେଣଦେଣ ନାଁରେ ଠକେଇ ଓ ଅନ୍ୟ ବିଭିନ୍ନ ଠକେଇର ମାଧ୍ୟମ ରହିଛି।

ଉପରୋକ୍ତ ଶ୍ରେଣୀରେ ହିଁ ୭ ବର୍ଷ ହେଲେ ୨.୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ହୋଇଛି। ତେବେ କେଉଁ ଶ୍ରେଣୀରେ କେତେ ପରିମାଣର ଅର୍ଥ ଆତ୍ମସାତ ହୋଇଛି, ତା’ର ତଥ୍ୟ ମିଳିନାହିଁ।

ନେତ୍ରିକ କନସଲଟିଂର ମ୍ୟାନେଜିଂ ଡାଇରେକ୍ଟର ସଞ୍ଜୟ କୌଶିକ କହିଛନ୍ତି, ବ୍ୟାଙ୍କଗୁଡ଼ିକ ବାହାର ଲୋକଙ୍କୁ ଜାଲିଆତି ପାଇଁ ଦାୟୀ କରୁଛନ୍ତି। ହେଲେ ବାସ୍ତବରେ ସେମାନଙ୍କ ବ୍ୟାଙ୍କ ଅଧିକାରୀ ଏହାର ଉତ୍ତରଦାୟୀ ରହିବା ଦରକାର। ବିଶେଷ କରି ବଡ଼ ପରିମାଣର ଋଣ ଦେବା ବେଳେ ଅଧିକ ସତର୍କ ରହିବା ଉଚିତ। ଏଥିସହ ବ୍ୟାଙ୍କ ଜାଲିଆତିକୁ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୧୫-୧୬ରେ ୬୭,୭୬୦ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ହୋଇଥିବା ବେଳେ ୨୦୧୬-୧୭ରେ ଏହା ୫୯,୯୬୬.୪ କୋଟି ଟଙ୍କାକୁ ଖସିଥିଲା। ସେହିପରି ପରବର୍ତ୍ତୀ ଦୁଇ ବର୍ଷ ୪୫ ହଜାର କୋଟିରୁ କମ ବ୍ୟାଙ୍କ ଜାଲିଆତି ରେକର୍ଡ କରାଯାଇଛି। ୨୦୧୯-୨୦ରେ ଏହା ଆହୁରି ତଳକୁ ଖସି ୨୭,୬୯୮.୪ କୋଟି ଓ ୨୦୨୦-୨୧ରେ ଏହା ୧୦,୬୯୯.୯ କୋଟିରେ ପହଞ୍ଚି। ୨୦୨୧ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବ୍ୟାଙ୍କ ଜାଲିଆତିର ପରିମାଣ ୬.୪୭.୯ କୋଟି ରହିଛି।

Related story