ଦେଶରେ ଦେଢ଼ ଲକ୍ଷ ଡେଇଁଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଲଙ୍ଗ ଜମ୍ପ ମାରୁଛି କରୋନା। ଗୁଳି ବେଗରେ ମାଡି ଚାଲିଛି। ଦିନକରେ ଦେଢ଼ ଲକ୍ଷ ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ଦେଢ ଲକ୍ଷ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧,୫୯, ୬୩୨ଟି ନୂଆ ମାମଲା ସାମ୍ନାକୁ ଆସିଛି। […]

Corona1

Corona1

Madhupriya Mistry
  • Published: Sunday, 09 January 2022
  • Updated: 09 January 2022, 09:34 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଲଙ୍ଗ ଜମ୍ପ ମାରୁଛି କରୋନା। ଗୁଳି ବେଗରେ ମାଡି ଚାଲିଛି। ଦିନକରେ ଦେଢ଼ ଲକ୍ଷ ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ଦେଢ ଲକ୍ଷ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧,୫୯, ୬୩୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦୈନିକ ପଜିଟିଭ ହାର ୧୦.୨୧%କୁ ବୃଦ୍ଧି ପାଇଛି।

ସେହିପରି କରୋନାରେ ଆକ୍ରାନ୍ତ ହୋଇ ଦେଶରେ ୨୪ ଘଣ୍ଟାରେ ୩୨୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମୋଟ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୩ରେ ପହଞ୍ଚିଛି। ଏଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୧୦୦୯ ଆକ୍ରାନ୍ତ ଅଛନ୍ତି। ତା'ପଛକୁ ରହିଛି ଦିଲ୍ଲୀ। ଏଠାରେ ଓମିକ୍ରନ୍‌ର ମୋଟ ୫୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ଦେଶରେ ୫,୯୦,୬୧୧ଟି କରୋନାର ସକ୍ରିୟ ମାମଲା ରହିଛି। ୨୪ ଘଣ୍ଟାରେ ୪୦,୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସମୁଦାୟ ସୁସ୍ଥ ସଂଖ୍ୟା୩,୪୪,୫୩,୬୦୩ରେ ପହଞ୍ଚିଛି। ସେହିପରି ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୮୩,୭୯୦ ରହିଛି।

ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି। ବିଶେଷଜ୍ଞଙ୍କ ମୁତାବକ ଫେବ୍ରୁଆରୀ ମାସରେ ଏହା ପିକ୍‌ରେ ପହଞ୍ଚିବ। ସଂକ୍ରମଣ ମାମଲା ବୃଦ୍ଧି ସମଗ୍ର ଦେଶରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କୋଭିଡ -19 ର ରେକର୍ଡ ମାମଲା ପୁଣି ଥରେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରୁ ପଞ୍ଜିକୃତ ହୋଇଛି।

https://twitter.com/ANI/status/1480021485158686721?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos