ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ, ସୁସ୍ଥ ହେବା ପରେ ଆଖି ବୁଜିଲେ

ନୂଆଦିଲ୍ଲୀ: ବୁଢ଼ିଆଣୀ ଜାଲ ପରି ଓମିକ୍ରନ୍‌ ଜାଲରେ ଛନ୍ଦି ହୋଇଗଲାଣି ଦେଶ। କଲବଲ କଲାଣି କରୋନାର ଏହି ନୂଆ ଭାରିଏଣ୍ଟ। ସାରା ବିଶ୍ୱ ତଥା ଦେଶରେ ଓମିକ୍ରନ୍‌ ଭାରିଏଣ୍ଟ ଦ୍ରୁତ ଗତିରେ ମାଡି ଚାଲିଛି। ଏହାରି ଭିତରେ ଦେଶରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ରାଜସ୍ଥାନ ଜୟପୁରର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ୭୨ ବର୍ଷୀୟ ଜଣେ […]

Omicron death

Madhupriya Mistry
  • Published: Wednesday, 05 January 2022
  • , Updated: 05 January 2022, 04:47 PM IST

ନୂଆଦିଲ୍ଲୀ: ବୁଢ଼ିଆଣୀ ଜାଲ ପରି ଓମିକ୍ରନ୍‌ ଜାଲରେ ଛନ୍ଦି ହୋଇଗଲାଣି ଦେଶ। କଲବଲ କଲାଣି କରୋନାର ଏହି ନୂଆ ଭାରିଏଣ୍ଟ। ସାରା ବିଶ୍ୱ ତଥା ଦେଶରେ ଓମିକ୍ରନ୍‌ ଭାରିଏଣ୍ଟ ଦ୍ରୁତ ଗତିରେ ମାଡି ଚାଲିଛି। ଏହାରି ଭିତରେ ଦେଶରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ରାଜସ୍ଥାନ ଜୟପୁରର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ, ୭୨ ବର୍ଷୀୟ ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସଂକ୍ରମିତ ହେବାର ୫ ଦିନ ପରେ ସେ ସୁସ୍ଥ ହୋଇଯାଇଥିଲେ। ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ଅନ୍ୟ ରୋଗ ଯୋଗୁଁ ସେ ଗୁରୁତର ଥିବାରୁ ହସ୍ପିଟାଲରେ ହିଁ ଥିଲେ। ତେବେ ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଏହାକୁ ଓମିକ୍ରନ୍‌ ମୃତ୍ୟୁ ହିଁ କୁହାଯିବ। ସାରା ବିଶ୍ୱରେ ଓମିକ୍ରନ୍‌ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ବୋଲି କୁହାଯାଉଛି।

ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟା କରୋନା ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ମାମଲା ୫୫.୪% ବୃଦ୍ଧି ପାଇଛି। ୫୮ ହଜାର ୯୭ଟି ନୂଆ ମାମଲା ରେକର୍ଡ କରାଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୩୪ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ସେହିପରି ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଡେଇଁ ସାରିଛି। ବର୍ତ୍ତମାନ ସୁଦ୍ଧା ୨୧୩୫ଟି ଓମିକ୍ରନ୍‌ ପଜିଟିଭ ରେକର୍ଡ କରାଯାଇଛି। ୨୪ଟି ରାଜ୍ୟରୁ ଏହି ସଂକ୍ରମିତମାନେ ବାହାରିଛନ୍ତି। ଏଥିରୁ ମହାରାଷ୍ଟ୍ରରେ ସର୍ବାଧିକ ୬୫୩ଟି ଓ ଦିଲ୍ଲୀରେ ୪୬୪ଟି ମାମଲା ରହିଛି। ତେବେ ଏହି ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୮୨୮ ଜଣ ସୁସ୍ଥ ହୋଇସାରିଥିବା ସୂଚନା ରହିଛି।

Related story