କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩.୨୯ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୮୭୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସକୁ ନେଇ ସାମାନ୍ୟ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୯,୯୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ଭିତରେ ୩୮୭୬ […]

corona

Ranjit Kumar Jena
  • Published: Tuesday, 11 May 2021
  • , Updated: 11 May 2021, 01:18 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସକୁ ନେଇ ସାମାନ୍ୟ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୯,୯୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଣ୍ଟା ଭିତରେ ୩୮୭୬ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାସହ ଦିନକ ଭିତରେ ୩,୫୬,୦୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡିସଚାର୍ଜ ହେଉଥିବା ଲୋକଙ୍କ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଦିଲ୍ଲୀରୁ ୭୪ ପ୍ରତିଶତ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ଟିଭ୍ ମାମଲାରେ ୩୦୦୧୬ ହ୍ରାସ ପାଇଛି । ଏବେ ଦେଶରେ କରୋନା ଭାଇରସ୍ ଆକ୍ଟିଭ୍ ମାମଲ ୩୭,୧୫,୨୨୧ ହୋଇଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ ୧.୯୦ କୋଟି ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୨.୨୯ କୋଟିରୁ ଅଧିକ ମାମଲା ସାମ୍ନାକୁ ଆସିଛି । ହୁଏତ କରୋନା ମାମଲା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ମୃତ୍ୟୁ ସଂଖ୍ୟା ଏବେବି ଚିନ୍ତାର ବିଷୟ ରହିଛି । ଏପର୍ଯ୍ୟନ୍ତ ଦେଶରେ ୨୪୯୯୯୨ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏଥିସହ କରୋନା ଭାଇରସରେ ହେଉଥିବା ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି ।

ଅନ୍ୟପକ୍ଷରେ କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ମଧ୍ୟ ଜାରି ରହିଛି । ଗତ କିଛି ଦିନ ଧିମା ରହିବା ପରେ ଏବେ ଟିକାକରଣରେ ସାମାନ୍ୟ ସ୍ପିଡ୍ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୫.୦୩ ଲକ୍ଷରୁ ଅଧିକ ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇଛି । ଯେଉଁଥିରେ ୧୪.୨୭ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଓ ୧୦.୭୬ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି ।

ବର୍ତ୍ତମାନ ଦେଶରେ ଦ୍ୱିତୀୟ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଯେଉଁମାନେ ପ୍ରଥମ ଡୋଜ୍ ନେଇସାରିଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦେବା ନିହାତି ଜରୁରୀ । ଏପର୍ଯ୍ୟନ୍ତ ଦେଶରେ ୧୭.୨୭ କୋଟି ଲୋକଙ୍କୁ ପ୍ରଥମ କିମ୍ବା ଦ୍ୱିତୀୟ ଭ୍ୟାକସିନ୍ ମିଳିସାରିଛି ।

Related story