୭୫ କୋଟି ଟପିଲା ଟିକାକରଣ, ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍ ସମ୍ଭବ ତ?

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଟିକାକରଣ ଆଜି ୭୫ କୋଟି ଡୋଜ୍‌ ଟପଛି। ଏହାକୁ ନେଇ ସରକାର ବେଶ ଉତ୍ସାହିତ। ଏହା ଏକ ଐତିହାସିକ ସଫଳତା ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରିଛନ୍ତି। ତେବେ ବର୍ତ୍ତମାନ ଭାରତରେ ଯେଉଁ ହାରରେ ଟିକାକରଣ ଚାଲିଛି, ତା’କୁ ବିଚାରକୁ ନେଲେ ଡିସେମ୍ବର ସୁଦ୍ଧା ମାତ୍ର ୪୩% ଲୋକ କରୋନା ବିରୋଧରେ ଦୁଇଟି ଯାକ ଡୋଜ ନେବାକୁ ସକ୍ଷମ ହୋଇଥିବେ। ସରକାର ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍‌ […]

Vaccine

Hemant Lenka
  • Published: Monday, 13 September 2021
  • , Updated: 13 September 2021, 08:27 PM IST

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଟିକାକରଣ ଆଜି ୭୫ କୋଟି ଡୋଜ୍‌ ଟପଛି। ଏହାକୁ ନେଇ ସରକାର ବେଶ ଉତ୍ସାହିତ। ଏହା ଏକ ଐତିହାସିକ ସଫଳତା ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରିଛନ୍ତି। ତେବେ ବର୍ତ୍ତମାନ ଭାରତରେ ଯେଉଁ ହାରରେ ଟିକାକରଣ ଚାଲିଛି, ତା’କୁ ବିଚାରକୁ ନେଲେ ଡିସେମ୍ବର ସୁଦ୍ଧା ମାତ୍ର ୪୩% ଲୋକ କରୋନା ବିରୋଧରେ ଦୁଇଟି ଯାକ ଡୋଜ ନେବାକୁ ସକ୍ଷମ ହୋଇଥିବେ।

ସରକାର ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍‌ ଟିକାକରଣ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ତା’ହା କେମିତି ସମ୍ଭବ ହେବ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। ୭୫ କୋଟି ଟିକାକରଣର ଅର୍ଥ ଏଥିରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବା ଲୋକ ରହିଛନ୍ତି।

ଆଜି ଦେଶରେ ଟିକାକରଣ ୭୫ କୋଟି ଡୋଜ୍‌ ଟପିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ, ସବକା ପ୍ରୟାସର ମନ୍ତ୍ର ସହିତ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ନିରନ୍ତର ନୂଆ ରେକର୍ଡ କରି ଚାଲିଛି। ସ୍ୱାଧୀନତାର ୭୫ ବର୍ଷରେ ଦେଶରେ ଟିକାକରଣ ୭୫ କୋଟି ଅତିକ୍ରମ କରିଛି।”

ତେବେ ବିଶେଷଜ୍ଞମାନେ କହିଛନ୍ତି ମହାମାରୀ କରୋନାର ତୃତୀୟ ୱେଭକୁ ରୋକିବାକୁ ହେଲେ ଅତିକମରେ ଦେଶର ୬୦% ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଯଥାଶୀଘ୍ର ପ୍ରଦାନ କରିବାକୁ ପଡ଼ିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି କାମ ସାରିବାକୁ ହେବ। ଏହାର ଅର୍ଥ ଉକ୍ତ ଟାର୍ଗେଟକୁ ପୂରଣ କରିବାକୁ ହେଲେ ଦିନକୁ ୧୨ ମିଲିୟନ ଡୋଜ୍‌ର ଟିକାକରଣ ଆବଶ୍ୟକ। ସରକାର ମଧ୍ୟ ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜର ଟିକାକରଣ ହେବ ବୋଲି କହିଥିଲେ। କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ କଥା ବୟାନ କରୁଛି।


ଗତ ୭ ଦିନ ମଧ୍ୟରେ ଦେଶରେ ଟିକାକରଣ ହାର ହାରାହାରି ୭.୭ ମିଲିୟନ ଡୋଜ୍‌ ରହିଛି, ଯାହା ଟାର୍ଗେଟ ଠାରୁ ୪.୩ ମିଲିୟନ ଡୋଜ୍ କମ। ଗତ ୨୪ ଘଣ୍ଟାରେ ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ୫.୩ ମିଲିୟନ ଡୋଜ୍‌ ଟିକାକରଣ ହୋଇଛି। ଏହା ଧାର୍ଯ୍ୟ ଟାର୍ଗେଟ ଠାରୁ ୬.୭ ମିଲିୟନ ଡୋଜ୍‌ କମ। ଏପରି ସ୍ଥିତି ଜାରି ରହିଲେ ଡିସେମ୍ବର ସୁଦ୍ଧା କେବେ ହେଲେ ୬୦% ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ଦିଆଯିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Related story