କ୍ରମାଗତ ତୃତୀୟ ଦିନରେ କମିଲା କରୋନା ସଂକ୍ରମଣ, ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନୂଆ ମାମଲାରେ କ୍ରମାଗତ ତୃତୀୟ ଦିନ ହ୍ରାସ ପାଇଛି । କିନ୍ତୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ଭିତରେ ୩,୧୧,୧୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ଦିନକ ଭିତରେ ୪୦୭୭ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେବି କରୋନାର ଆକ୍ଟିଭ୍ ମାମଲା ୩୬ଲକ୍ଷରୁ ଅଧିକ ରହିଛି । ନୂଆ […]

Corona2

Ranjit Kumar Jena
  • Published: Sunday, 16 May 2021
  • , Updated: 16 May 2021, 10:57 AM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନୂଆ ମାମଲାରେ କ୍ରମାଗତ ତୃତୀୟ ଦିନ ହ୍ରାସ ପାଇଛି । କିନ୍ତୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ଭିତରେ ୩,୧୧,୧୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ଦିନକ ଭିତରେ ୪୦୭୭ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେବି କରୋନାର ଆକ୍ଟିଭ୍ ମାମଲା ୩୬ଲକ୍ଷରୁ ଅଧିକ ରହିଛି ।

ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୬,୮୪,୦୭୭ ହୋଇଛି । ସେହିପରି ଦେଶରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୨,୭୦,୨୮୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ଏବେ କରୋନାର ୩୬,୧୮,୪୫୮ ଆକ୍ଟିଭ୍ ମାମଲା ରହିଛି । ସେହିପରି ଦେଶରେ ୨କୋଟି ୭ଲକ୍ଷ ୯୫ହଜାର ୩୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କୋଭିଡ୍‌-୧୯ ମାମଲାରୁ ୮୫ ପ୍ରତିଶତ ମାମଲା ୧୦ରି ରାଜ୍ୟରୁ ଆସିଛି । ସେହିପରି ୧୧ ରାଜ୍ୟରେ ସଂକ୍ରମଣ ମାମଲା ଲକ୍ଷେରୁ ଅଧିକ ରହିଛି । ତେବେ ଦେଶର ୨୪ଟି ରାଜ୍ୟରେ ସଂକ୍ରମର ହାର ୧୫ ପ୍ରତିଶତରୁ କମ୍ ରହିଛି । ତେବେ ଭାରତରେ କରୋନାରୁ ସୁସ୍ଥ ହାର ୮୨ ପ୍ରତିଶତରୁ ଅଧିକ ରହିଛି ।

ଦେଶରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର କରୋନା ଭାଇରସ୍ ସଂକ୍ରମଣର ୩୪,୮୪୮ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୫୩,୪୪,୦୬୩ରେ ପହଞ୍ଚିଛି । ସେହିପରି ରାଜ୍ୟରେ ଦିନକରେ ୯୬୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Related story