ସେନାର ଚିତା ହେଲିକପ୍ଟର କ୍ରାଶ୍‌, ପାଇଲଟ୍‌ ମୃତ

ନୂଆଦିଲ୍ଲୀ: ବିଜୟା ଦଶମୀରେ ଅଘଟଣ। କ୍ରାଶ୍‌ ହେଲା ସେନା ହେଲିକପ୍ଟର ‘ଚିତା’। ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ପାଇଲଟ୍‌ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳ ୧୦ଟା ବେଳେ ହେଲିକପ୍ଟରଟି ନିୟମିତ ଉଡ଼ାଣ ପାଇଁ ଯାଇଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟର କ୍ରାଶ ହେବା ପରେ ଦୁଇ ପାଇଲଟଙ୍କୁ ଉଦ୍ଧାର କରି ନିକଟସ୍ଥ ସେନା […]

helicopter crashes

helicopter crashes

Madhupriya Mistry
  • Published: Wednesday, 05 October 2022
  • Updated: 05 October 2022, 02:09 PM IST

Sports

Latest News

ନୂଆଦିଲ୍ଲୀ: ବିଜୟା ଦଶମୀରେ ଅଘଟଣ। କ୍ରାଶ୍‌ ହେଲା ସେନା ହେଲିକପ୍ଟର ‘ଚିତା’। ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ପାଇଲଟ୍‌ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଆଜି ସକାଳ ୧୦ଟା ବେଳେ ହେଲିକପ୍ଟରଟି ନିୟମିତ ଉଡ଼ାଣ ପାଇଁ ଯାଇଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟର କ୍ରାଶ ହେବା ପରେ ଦୁଇ ପାଇଲଟଙ୍କୁ ଉଦ୍ଧାର କରି ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଜଣେ ପାଇଲଟ- ଲେଫ୍ଟନାଣ୍ଟ କର୍ଣ୍ଣେଲ ସୌରଭ ଯାଦବ ଗୁରୁତର ଭାବେ ଆହତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣେ ପାଇଲଟ୍‌ଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କ ଚିକିତ୍ସା ଜାରି ରହିଥିବା ସେନା ପକ୍ଷରୁ ସୂଚନା ମିଳିଛି।

ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ତାହା ଜଣାପଡିନାହିଁ। ଘଟଣାର ଅନୁସନ୍ଧାନ ଜାରି ରହିଥିବା ସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି।

https://twitter.com/ANI/status/1577562209341046784?s=20&t=JUCVGVGsCWi8baoJ55LXfQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos