କଶ୍ମୀରରୁ ଭାରତୀୟ ସେନା ହଟିଲେ ପଶିଯିବେ ତାଲିବାନ!

ଲଣ୍ଡନ: ଯଦି ଭାରତୀୟ ସେନା କଶ୍ମୀରରୁ ହଟିଯିବେ, ତାହେଲେ ସେଠାରେ ମଧ୍ୟ ତାଲିବାନ ଭଳି ନିଜାମ କବଜା କରିନେବେ। ବ୍ରିଟିଶ ସଂସଦରେ ଏଭଳି ମନ୍ତବ୍ୟ ଦେଇଛନ୍ତି ବ୍ରିଟେନର ସାଂସଦ ବବ୍ ବ୍ଲାକମ୍ୟାନ୍। ଲଣ୍ଡନର ସଂସଦ ହାଉସ୍ ଅଫ୍ କମନ୍ସର ସାଂସଦ ବ୍ଲାକମ୍ୟାନ୍ କହିଛନ୍ତି ଯେ ଭାରତୀୟ ସେନା କଶ୍ମୀରରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ। ଯଦି ସେଠାରୁ ସେମାନେ ହଟିଯାଆନ୍ତି, ତାହେଲେ ଆଫଗାନିସ୍ତାନ ଭଳି କଶ୍ମୀରରେ ମଧ୍ୟ ଇସଲାମିକ ଶକ୍ତି ଗଣତନ୍ତ୍ରକୁ ନଷ୍ଟ କରିଦେବେ। ଆଫଗାନିସ୍ତାନ ପାଇଁ […]

bob

Ranjit Kumar Jena
  • Published: Friday, 24 September 2021
  • , Updated: 24 September 2021, 07:04 PM IST

ଲଣ୍ଡନ: ଯଦି ଭାରତୀୟ ସେନା କଶ୍ମୀରରୁ ହଟିଯିବେ, ତାହେଲେ ସେଠାରେ ମଧ୍ୟ ତାଲିବାନ ଭଳି ନିଜାମ କବଜା କରିନେବେ। ବ୍ରିଟିଶ ସଂସଦରେ ଏଭଳି ମନ୍ତବ୍ୟ ଦେଇଛନ୍ତି ବ୍ରିଟେନର ସାଂସଦ ବବ୍ ବ୍ଲାକମ୍ୟାନ୍। ଲଣ୍ଡନର ସଂସଦ ହାଉସ୍ ଅଫ୍ କମନ୍ସର ସାଂସଦ ବ୍ଲାକମ୍ୟାନ୍ କହିଛନ୍ତି ଯେ ଭାରତୀୟ ସେନା କଶ୍ମୀରରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ। ଯଦି ସେଠାରୁ ସେମାନେ ହଟିଯାଆନ୍ତି, ତାହେଲେ ଆଫଗାନିସ୍ତାନ ଭଳି କଶ୍ମୀରରେ ମଧ୍ୟ ଇସଲାମିକ ଶକ୍ତି ଗଣତନ୍ତ୍ରକୁ ନଷ୍ଟ କରିଦେବେ। ଆଫଗାନିସ୍ତାନ ପାଇଁ ଯୁକ୍ତି ରଖି ବବ୍ କହିଥିଲେ ଯେ ସେଠାରେ ଯାହା ଘଟିଲା, ଆମେ ସମସ୍ତେ ଜାଣୁ। ବ୍ଲାକମ୍ୟାନଙ୍କ ଅଭିଭାଷଣର କିଛି ଅଂଶର ଭିଡିଓ ଭାଇରାଲ ହେବାରେ ଲାଗିଛି।

ହାଉସ୍ ଅଫ୍ କମନ୍ସରେ ବ୍ରିଟିଶ ସାଂସଦ ଡେବି ଆବ୍ରାହମ୍ ଓ ପାକିସ୍ତାନ ବଂଶୋଦ୍ଭବ ୟାସମିନ୍ କ୍ୟୁରେଶି କଶ୍ମୀରରେ ମାନବାଧିକାରର ସ୍ଥିତି ଉପରେ ଆଲୋଚନା କରୁଥିଲେ। ଏହି ଅବସରରେ ବ୍ଲାକମ୍ୟାନ୍ କହିଛନ୍ତି ଯେ ଏହା କେବଳ ଭାରତୀୟ ସେନା ଓ ଏହାର ଶକ୍ତି, ଯାହା କଶ୍ମୀରକୁ ତାଲିବାନ ଦ୍ୱାରା ଅଧିକୃତ ଆଫଗାନିସ୍ତାନ ହେବାରୁ ରୋକିଛି। ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଆଇନଗତ ଓ ସରକାରୀ ଭାବେ ଭାରତର ଏକ ଅବିଚ୍ଛେଦ ଅଙ୍ଗ।

https://twitter.com/AdityaRajKaul/status/1441276810705063939?s=20

ବ୍ରିଟେନର ସାଂସଦମାନେ 'କଶ୍ମୀରରେ ମାନବାଧିକାର' ପ୍ରସଙ୍ଗ ଆଲୋଚନା ପାଇଁ ଏକ ପ୍ରସ୍ତାବ ରଖିଥିଲେ। ଏହା ଉପରେ ଭାରତ ଦୃଢ଼ ପ୍ରତିକ୍ରିୟା ଦେଇ କହିଛି ଯେ 'ଦେଶର ଅବିଚ୍ଛେଦ ଅଙ୍ଗ ସମ୍ବନ୍ଧିତ ବିଷୟରେ କୌଣସି ମଞ୍ଚରେ ଉପସ୍ଥାପନା କରିବା ଆଗରୁ ପ୍ରଥମେ ଏହାକୁ ତଥ୍ୟ ସହ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ବ୍ରିଟେନରେ କଶ୍ମୀର ମୁଦ୍ଦା ଉପରେ ଉପରେ ଆଲୋଚନା ପାଇଁ 'ଅଲ୍ ପାର୍ଟି ପାର୍ଲିଆମେଣ୍ଟ (ଏପିପିଜି)ର ସାଂସଦ ପ୍ରସ୍ତାବ ରଖିଥିଲେ। ବୈଦେଶିକ, ରାଜ୍ୟଗୋଷ୍ଠୀ ଓ ବିକାଶ କାର୍ଯ୍ୟାଳୟରେ ଏସିଆର ମନ୍ତ୍ରୀ ଅମାଣ୍ଡା ମିଲିଂ ଚର୍ଚ୍ଚାରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ କଶ୍ମୀର ଉପରେ ବ୍ରିଟେନ ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ ବୋଲି କହିଛନ୍ତି।

ମିଲିଂ କହିଛନ୍ତି, ସରକାର କଶ୍ମୀରରେ ପରିସ୍ଥିତିକୁ ଅତି ଗୁରୁତର ସହ ନେଇଛନ୍ତି, କିନ୍ତୁ କଶ୍ମୀରବାସୀଙ୍କ ଇଚ୍ଚାକୁ ସମ୍ମାନ ଦେଇ ଉଭୟ ଭାରତ ଓ ପାକିସ୍ତାନ ସ୍ଥାୟୀ ରାଜନୀତିକ ସମାଧାନ ଖୋଜିବାକୁ ପଡ଼ିବ। ସମାଧାନ ପ୍ରଦାନ କିମ୍ବା ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବା ବ୍ରିଟେନର ଦାୟିତ୍ୱ ନୁହେଁ ବୋଲି ମିଲିଂ କହିଛନ୍ତି।

Related story