ନ୍ୟୁୟର୍କରେ ଭାରତୀୟ ମହିଳାଙ୍କ ଆତ୍ମହତ୍ୟା, ଝିଅ ହେବାରୁ ସ୍ୱାମୀ କରୁଥିଲା ଅତ୍ୟାଚାର

ନୂଆଦିଲ୍ଲୀ: ଦିନେ କି ଦୁଇଦିନ ନୁହେଁ ପ୍ରାୟ ୭ ବର୍ଷ ଧରି ଆମେରିକାର ନ୍ୟୁୟର୍କରେ ମାଡ଼, ଗାଳି ପ୍ରଭୃତି ନିର୍ଯାତନା ସହି ଚାଲିଥିଲେ ଜଣେ ଭାରତୀୟ ମହିଳା। ଅକଥନୀୟ ଏହି ନିର୍ଯାତନା ଦେଉଥିଲା ଖୋଦ ତାଙ୍କ ସ୍ୱାମୀ। ହେଲେ ଶେଷରେ ଧର୍ଯ୍ୟ ହରାଇ ମହିଳା ଜଣକ ନ୍ୟୁୟର୍କରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଉତ୍ତର ପ୍ରଦେଶ ବିଜନୌରର ମନଦୀପ କୌର। ଅଭିଯୋଗ ଅନୁସାରେ ଦୁଇଟି ଝିଅ ଜନ୍ମ ଦେବାରୁ ତାଙ୍କ ଉପରେ ହୋଇଥିଲା ଏହି ଅକଥନୀୟ ନିର୍ଯାତନା। ମହିଳାଙ୍କ ବଡ଼ ଝିଅର ବୟସ ୪ ବର୍ଷ ହୋଇଥିବା ବେଳେ ସାନ ଝିଅର ବୟସ ୨ ବର୍ଷ।
ଆତ୍ମହତ୍ୟା ପୂର୍ବରୁ ମନଦୀପ ଏକ ଭିଡିଓରେ କାନ୍ଦି କାନ୍ଦି ତାଙ୍କ ନିର୍ଯାତନାର କଥା କହିଛନ୍ତି। ଯାହାର ଏକାଧିକ ଭିଡ଼ିଓ ସେ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ଯାହା ଭାଇରାଲ ହୋଇଛି। ସ୍ୱାମୀ ଓ ଶାଶୁଘର ଲୋକେ ଦେଉଥିବା ନିର୍ଯାତନା ଆଉ ସହି ହେଉ ନ ଥିବାରୁ ତାଙ୍କୁ ଆତ୍ମହତ୍ୟା ପାଇଁ ଏକ ପ୍ରକାର ବାଧ୍ୟ କରାଯାଉଥିବା ସେ ଭିଡ଼ିଓରେ କହୁଛନ୍ତି।
ତାଙ୍କ ଭିଡ଼ିଓରୁ ଜଣାପଡ଼ିଛି ଯେ, ସେ ୨୦୧୫ରେ ରଞ୍ଜୋତବୀର ସିଂହଙ୍କୁ ବାହା ହୋଇ ଆମେରିକାରେ ରହୁଥିଲେ। ରଞ୍ଜୋତବୀର ଜଣେ ଟ୍ରକ୍ ଚାଳକ। ୮ ବର୍ଷ ହେବ ତାଙ୍କ ସ୍ୱାମୀ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ପରିସ୍ଥିତିକୁ ଠିକ୍ କରିବାକୁ ସେ ବହୁ ଚେଷ୍ଟା କରିଥିଲେ। ହେଲେ ଓଲଟା ତାଙ୍କ ଉପରେ ନିର୍ଯାତନା ଓ ମାଡ଼ ବଢ଼ି ଚାଲିଥିଲା। ଏକଦା ତାଙ୍କୁ ଅପହରଣ କରିବା ପରେ ୫ ଦିନ ଧରି ଏକ ଟ୍ରକ୍ରେ ଲୁଚାଇ ରଖିଥିଲେ ସ୍ୱାମୀ। ତାଙ୍କ ବାପା ଏନେଇ ପୁଲିସରେ ଏତଲା ଦେଇଥିଲେ। ଯାହାପରେ ତାଙ୍କ ପାଖକୁ ଆସି ସାହାଯ୍ୟ କରିବାକୁ ସ୍ୱାମୀ କହିଥିଲେ। ଥାନାରୁ ମାମଲା ଉଠାଇ ଆଣିବାକୁ ନିବେଦନ କରିଥିଲେ। ସେ ମଧ୍ୟ ଏହା କରିଥିଲେ। ସମ୍ପର୍କ ସଜାଡ଼ିବାକୁ ସେ ଖୁବ୍ ପ୍ରୟାଶ କରିଥିଲେ। ହେଲେ କରିପାରିଲେ ନାହିଁ। ନିର୍ଯାତନା ବଢ଼ୁଥିବା ଯୋଗୁ ସେ ପିଲାମାନଙ୍କୁ ଏକାକୀ ଛାଡ଼ି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।
ଏନେଇ ତାଙ୍କ ବାପା ୟୁପିର ଏକ ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ତାଙ୍କ ପରିବାର ଲୋକେ ମଧ୍ୟ ଏହି ମାମଲା ନେଇ ନ୍ୟୁୟର୍କ ପୁଲିସ ସହ ଯୋଗାଯୋଗ କରିଛନ୍ତି। ନାତୁଣୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ପରିବାର ଲୋକେ ପୁଲିସ ସହଯୋଗ ଲୋଡ଼ିଛନ୍ତି।
ଏନେଇ ମୃତ ମହିଳାଙ୍କ ଭଉଣୀ କୁଲଦୀପ କୌର କହିଛନ୍ତି, ଭଉଣୀ ଓ ଭିଣୋଇ ନ୍ୟୁୟର୍କ ଯିବା ପରେ ହିଁ ଏଭଳି ନିର୍ଯାତନା ବଢ଼ିଥିଲା। ଭିଣୋଇ ଗୋଟିଏ ପୁତ୍ର ସନ୍ତାନ ଓ ୫୦ ଲକ୍ଷ ଟଙ୍କା ଯୌତୁକ ଦେବାକୁ ଦାବି କରୁଥିଲେ।
ଏପଟେ ଏତଲା ପରେ ୟୁପିର ବିଜନୋର ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ନ୍ୟୁୟର୍କ ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ବାପ ଘର ଲୋକେ ଝିଅର ଶବ ଆଣିବା ନିମନ୍ତେ ଚେଷ୍ଟା ଚଳାଇଛନ୍ତି।
There are collosal problems in our family & social structure which we conveniently ignore or deny to accept. #DomesticViolence against women is one such serious problem. Suicide by Mandeep Kaur a NRI Punjabi woman is a wake up call to accept the problem and fix it accordingly. pic.twitter.com/F8WpkiLCZY
— Gurshamshir Singh (@gurshamshir) August 5, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।