ଭାରତର ଜିଡିପି ବିଯୁକ୍ତ ୭.୩%ରେ ଝୁଲିଲା, ଅର୍ଥ ବ୍ୟବସ୍ଥାକୁ ୪୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଝଟକା

ନୂଆଦିଲ୍ଲୀ: ଭୁଶୁଡ଼ିଛି ଭାରତର ଅର୍ଥ ବ୍ୟବସ୍ଥା। ମହାମାରୀ କରୋନା ମାଡ଼ରେ ଘାଇଲା ହୋଇଥିବା ଦେଶର ଜିଡିପି ୨୦୨୧ ଆର୍ଥିକ ବର୍ଷରେ ବିଯୁକ୍ତ ୭.୩%ରେ ଅଟକି ଯାଇଛି। ଦୀର୍ଘ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦେଶର ଅର୍ଥନୀତିରେ ଏଭଳି ଖରାପ ଅବସ୍ଥା ଦେଖିବାକୁ ମିଳିଛି। ସରକାରଙ୍କ ତଥ୍ୟ ଅନୁଯାୟୀ, ମାର୍ଚ୍ଚ କ୍ୱାର୍ଟର୍‌ରେ ଦେଶର ଜିଡିପି ୧.୬% ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୩% ହ୍ରାସ ଘଟିଛି। ୨୦୧୯-୨୦ରେ ଏହା ୪% ବୃଦ୍ଧି ଘଟିଥିଲା। […]

GDP

Hemant Lenka
  • Published: Monday, 31 May 2021
  • , Updated: 31 May 2021, 06:30 PM IST

ନୂଆଦିଲ୍ଲୀ: ଭୁଶୁଡ଼ିଛି ଭାରତର ଅର୍ଥ ବ୍ୟବସ୍ଥା। ମହାମାରୀ କରୋନା ମାଡ଼ରେ ଘାଇଲା ହୋଇଥିବା ଦେଶର ଜିଡିପି ୨୦୨୧ ଆର୍ଥିକ ବର୍ଷରେ ବିଯୁକ୍ତ ୭.୩%ରେ ଅଟକି ଯାଇଛି। ଦୀର୍ଘ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦେଶର ଅର୍ଥନୀତିରେ ଏଭଳି ଖରାପ ଅବସ୍ଥା ଦେଖିବାକୁ ମିଳିଛି।

ସରକାରଙ୍କ ତଥ୍ୟ ଅନୁଯାୟୀ, ମାର୍ଚ୍ଚ କ୍ୱାର୍ଟର୍‌ରେ ଦେଶର ଜିଡିପି ୧.୬% ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୩% ହ୍ରାସ ଘଟିଛି। ୨୦୧୯-୨୦ରେ ଏହା ୪% ବୃଦ୍ଧି ଘଟିଥିଲା। ଏହା ମଧ୍ୟ ୧୧ ବର୍ଷ ମଧ୍ୟରେ ସବୁଠାରୁ କମ। କରୋନା ଯୋଗୁ ଉତ୍ପାଦନ ଓ ନିର୍ମାଣ କାମ ବନ୍ଦ ରହିଥିବାରୁ ଅର୍ଥନୀତି ଅଭିବୃଦ୍ଧିରେ ଏପରି ହ୍ରାସ ଘଟିଥିବା ସରକାର କହିଛନ୍ତି।

କରୋନା ମାଡ଼ ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ପୂର୍ବରୁ ବିଯୁକ୍ତ ୮% ରହିବ ବୋଲି ସରକାର ଆକଳନ କରିଥିଲେ। ହେଲେ ଏବେ ଏଥିରେ ସାମାନ୍ୟ ସୁଧାର ଆସିଛି। ଜିଡିପି ମାଇନସ୍‌ ୭.୩% ରହିଛି।

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଡିଜିପି ମାଇନସ୍‌ ୨୪.୩୮%କୁ ଖସି ଯାଇଥିଲା। ଏପ୍ରିଲ-ଜୁନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା। ତେବେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହା ୦.୪% ବଢ଼ିଥିଲା। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ମଧ୍ୟରେ ଏହା ୭.୫% ଅଭିବୃଦ୍ଧି ଘଟିଥିଲା।

କରୋନା ମହାମାରୀ ଯୋଗୁ ଦେଶରେ ଲକଡାଉନ ଓ ଶଟଡାଉନ ଲାଗୁ ହୋଇଥିବାରୁ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିବା ସରକାର କହିଛନ୍ତି। ଦେଶର ବିତ୍ତୀୟ ନିଅଣ୍ଟ ୭୮ ହଜାର କୋଟି ରହିଛି। ଗତବର୍ଷ ଏହା ୨.୯ ଲକ୍ଷ କୋଟି ରହିଥିଲା। ଏହାର ଅର୍ଥ ବୀତ୍ତିୟ ନିଅଣ୍ଟରେ ସୁଧାର ଆସିଛି।

Related story